• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

ମିଟିଂରେ ବସିଛନ୍ତି, ପୁଣି ବିନା ସାର୍ଟରେ । ଆଉ ତା ଉପରେ ମାଲିସ ମଧ୍ୟ ନେଉଛନ୍ତି । କମ୍ପାନୀ ପରିଚାଳନା ବୈଠକରେ ବସିବା ବେଳେ ଏପରି ବ୍ୟବହାର ପ୍ରଦର୍ଶନ କରିଛନ୍ତି ଏୟାର ଏସିଆ ସିଇଓ । ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସମାଲୋଚନାର ଶିକାର ହୋଇଛନ୍ତି କମ୍ପାନୀ ସିଇଓ ।

ଏୟାର ଏସିଆର କାର୍ଯ୍ୟଶୈଳୀକୁ ପ୍ରଂଶସା କରିବାକୁ ଯାଇ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଟୋନି ଫର୍ଣ୍ଣାଡିସ୍ ଲେଖିଛନ୍ତି, ଏୟାର ଏସିଆ ମିଟିଂ ମାଲିସ ନେବାକୁ ଅନୁମତି ଦେଇଥାଏ । ଇଣ୍ତୋନେସିଆରେ ଗୋଟେ ବ୍ୟସ୍ତ ସପ୍ତାହ ମଧ୍ୟରେ 'ଭେରୋନିତା ୟୋଶେଫାଇନ' ମାଲିସ ନେବାକୁ କହିଥିଲେ । ମାଲିସ ନେବା ସହ ମିଟିଂ କରିବା ପାଇଁ ଏୟାର ଏସିଆର କାର୍ଯ୍ୟପ୍ରଣାଳୀ ଅନୁମତି ଦେଇଛି ।

ଚାକିରୀ ନିମନ୍ତେ ଉପଲବ୍ଧ ପ୍ଲାଟଫର୍ମ ଲିଙ୍କଡଇନରେ ସେ ଏକ ଫଟୋ ସେୟାର କରି ଉପରୋକ୍ତ କଥା ଲେଖିଛନ୍ତି । ନିଜ କମ୍ପାନୀର କାର୍ଯ୍ୟ ସଂସ୍କୃତିକୁ ପ୍ରଂଶସା କରିବା ସଙ୍ଗେ ସଙ୍ଗେ ବୈଠକରେ ହୋଇଥିବା ଆଲୋଚନା ଉପରେ ମଧ୍ୟ ଲେଖିଥଲେ । ଫଟୋରେ ସେ ମାଲିସ ହେଉଥିବା ବେଳେ ମିଟିଂରେ ବସିଥିବାର ଦେଖା ଯାଉଛି ।


ଆଗାମୀ ଦିନ ଗୁଡ଼ିକ ଆମ ପାଇଁ ଉତ୍ସାହଜନକ ରହିବ । ଏୟାର ଏସିଆ ଆଗକୁ ବଢ଼ି ଚାଲୁଛି । ବର୍ତ୍ତମାନ କ୍ୟାପିଟାଲ ଢାଞ୍ଚାରେ କମ୍ପାନୀ ଚୂଡ଼ାନ୍ତ ପଦକ୍ଷେପ ନେଉଛି । କମ୍ପାନୀ ଆଜି ଯାଏଁ ଯାହା କରିଛି ତାକୁ ନେଇ ସର୍ବଦା ଗର୍ବ କରି ଆସିଛି ବୋଲି କହିଛନ୍ତି ଟୋନି ।