/odishatv-khabar/media/post_attachments/uploadimage/library/16_9/16_9_0/s_1667545107.jpg)
Air Pollution Worsens In Delhi Primary Classes To Be Closed From Tomorrow
ବଢ଼ିଲା ପ୍ରଦୂଷଣ, ବନ୍ଦ ହେଲା ସ୍କୁଲ୍। ଦୀପାବଳି ପରେ ଲଗାତାର ଭାବେ ଦିଲ୍ଲୀ ଓ NCR ଅଞ୍ଚଳରେ ପ୍ରଦୂଷଣ ମାତ୍ରା ବଢ଼ିବାରେ ଲାଗିଛି। ପରିସ୍ଥିତି ଏପରି ହୋଇଛି ଯେ, ଲୋକମାନେ ନିଶ୍ୱାସପ୍ରଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଛନ୍ତି। ପ୍ରଦୂଷଣ ମାତ୍ରା ଏତେ ବୃଦ୍ଧି ପାଇଛି ଆସନ୍ତାକାଲିଠୁ ଦିଲ୍ଲୀରେ ପ୍ରାଇମେରୀ ସ୍କୁଲ୍ ଗୁଡ଼ିକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିବା ଲାଗି ନିଷ୍ପତ୍ତି ନିଆଯାଇଛି। ଏନେଇ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଘୋଷଣା କରିଛନ୍ତି।
ନୋଏଡ଼ା ଅଞ୍ଚଳର ସମସ୍ତ ସ୍କୁଲ୍କୁ ଗୌତମବୁଦ୍ଧ ନଗର ଜିଲ୍ଲା ପ୍ରଶାସନ ବନ୍ଦ କରିଛି। ଆଜିଠୁ ୮ ତାରିଖ ଯାଏ ପ୍ରଥମରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସ୍କୁଲ୍ ବନ୍ଦ କରାଯାଇଛି। ଏଣିକି ୮ ତାରିଖ ଯାଏ ଅନ୍ଲାଇନ୍ରେ କ୍ଲାସ୍ ହେବ। ନୋଏଡା ସମେତ ଆଖପାଖ ଅଞ୍ଚଳର କିଛି ସ୍କୁଲ୍ ମଧ୍ୟ ବନ୍ଦ ରହିଛି। ଏହାଛଡ଼ା ଦିଲ୍ଲୀ- NCR ଅଞ୍ଚଳର ବି କିଛି ସ୍କୁଲ୍ ନିଜ ଆଡ଼ୁ ବନ୍ଦ କରି ଅନଲାଇନ୍ କ୍ଲାସ୍ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଅଧିକ ପଢ଼ନ୍ତୁ: ଦିଲ୍ଲୀରେ ଭୟଙ୍କର ବାୟୁ ପ୍ରଦୂଷଣ, ମେଡ଼ିକାଲରେ ବଢୁଛି ଶ୍ୱାସ ରୋଗୀଙ୍କ ସଂଖ୍ୟା
ଦିଲ୍ଲୀରେ ସ୍କୁଲ ଛୁଟି ପାଇଁ ବଢୁଛି ଦାବି । ଦିଲ୍ଲୀରେ ଧୁଆଁମୟ ପରିବେଶ । ଦିଲ୍ଲୀରେ ଆଜି ପ୍ରଦୂଷଣ ଅତି ନିମ୍ନସ୍ତରରେ । ଦିଲ୍ଲୀରେ ଆଜି AQI ୪୫୦ ପାର୍ । #NewDelhi#OTVpic.twitter.com/S2miKnvbO3
— ଓଟିଭି (@otvkhabar) November 4, 2022
ଦିଲ୍ଲୀରେ ବାୟୁ ପ୍ରଦୂଷଣ ମାତ୍ରା ଆଜି ମଧ୍ୟ ଅତି ନିମ୍ନସ୍ତରରେ ରହିଛି। AQI ୪୫୦କୁ ବୃଦ୍ଧି ପାଇଛି। ଫଳରେ ସକାଳୁ ସକାଳୁ ଧୂଆଁଳିଆ ପରିବେଶ ହୋଇଛି। ଦିଲ୍ଲୀର ଅନେକ ଅଞ୍ଚଳରେ AQI ସ୍ତର ୭୫୦ ପାର୍ କରି ପାଖାପାଖି ୮୦୦ରେ ପହଞ୍ଚିଛି। ପ୍ରଦୂଷଣ ରୋକିବା ପାଇଁ ଗ୍ରେଡେଡ୍ ରେସ୍ପନ୍ସ ଆକ୍ସନ ପ୍ଲାନ୍(GRAP) ୪ ଲାଗୁ କରାଯାଇଛି। ଏହି ଆଧାରରେ ଦିଲ୍ଲୀରେ କମର୍ସିଆଲ ଟ୍ରକ୍ର ଯାତାୟତ ଉପରେ ରୋକ୍ ଲଗାଯାଇଛି। ଏହାସହ ଡିଜେଲ୍ ଦ୍ୱାରା ଚାଳିତ ମଧ୍ୟମ ଓ ଭାରୀ ଯାନ ଉପରେ ମଧ୍ୟ ରୋକ୍ ଲଗାଯାଇଛି।
ଖାଲି ଏତିକି ନୁହେଁ, ଇନ୍ଧନ ଗ୍ୟାସ୍ ଦ୍ୱାରା ଚାଳିତ ସମସ୍ତ ଇଣ୍ଡଷ୍ଟ୍ରିକୁ ବନ୍ଦ ରଖାଯାଇଛି। ନିର୍ମାଣ ଏବଂ ଭଙ୍ଗାଭଙ୍ଗି କାର୍ଯ୍ୟ ଉପରେ ମଧ୍ୟ ରୋକ୍ ଲାଗିଛି। ଏପରିକି ସରକାରୀ-ବେସରକାରୀ କାର୍ଯ୍ୟାଳୟଗୁଡିରେ କେବଳ ୫୦% କର୍ମଚାରୀଙ୍କୁ ନେଇ କାର୍ଯ୍ୟ କରିବା ଲାଗି ପରାମର୍ଶ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)