Advertisment

ବିମାନରେ ଯାତ୍ରୀଙ୍କ ଉତ୍ପାତ: ସିଗାରେଟ୍‌ ଟାଣିଲେ, ଯାତ୍ରୀଙ୍କୁ ପିଟିଲେ...ଶେଷରେ ଦିଆଗଲା ବେହୋସ ଇଞ୍ଜେକ୍ସନ

ଯାତ୍ରୀ ଜଣକ କେତେବେଳେ ଟଏଲେଟ୍‌ ଭିତରେ ସିଗାରେଟ୍‌ ଟାଣୁଥିଲେ ତ ଆଉ କେତେବେଳେ ବିମାନର ଡୋର୍‌ ଖୋଲିବା ପାଇଁ ପ୍ରୟାସ କରିଥିଲେ। ଶେଷରେ କ୍ରିୟୁ ମେମ୍ବର୍ସ ଅନ୍ୟ ଯାତ୍ରୀଙ୍କ ସହ ମିଶି ସମ୍ପୃକ୍ତ ଯାତ୍ରୀଙ୍କୁ କାବୁ କରି ତାଙ୍କ ହାତ, ଗୋଡ଼ ବାନ୍ଧି ସିଟ୍‌ରେ ବସାଇ ଥିଲେ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Air India passenger booked for smoking in toilet, misbehaviour

Air India passenger booked for smoking in toilet, misbehaviour

ବିମାନ ଭିତରେ ହଙ୍ଗାମା ଆଜିକାଲି ଏକ ସାଧାରଣ ଘଟଣା ହୋଇଗଲାଣି। କେତେବେଳେ ସିଟ୍‌ ପାଇଁ ତ ଆଉ କେତେବେଳେ ଅନ୍ୟ କାରଣ ପାଇଁ ଯାତ୍ରୀଙ୍କ ମଧ୍ୟ ଗଣ୍ଡଗୋଳ ଘଟଣା ସାମ୍ନାକୁ ଆସିଛି। ଏପରିକି ଯାତ୍ରୀ ଓ କ୍ରିୟୁ ମେମ୍ବର୍ସଙ୍କ ମଧ୍ୟରେ ପାଟିତୁଣ୍ଡ ଘଟଣା ମଧ୍ୟ ସାମ୍ନାକୁ ଆସିଛି। ହେଲେ ଏବେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି ଯାହା ସମସ୍ତଙ୍କୁ ଚକିତ କରିଛି। ବିମାନରେ ଉତ୍ପାତ କରୁଥିବା ଜଣେ ଯାତ୍ରୀଙ୍କୁ କାବୁ କରିବା ପାଇଁ କ୍ରିୟୁ ମେମ୍ବର୍ସଙ୍କୁ ନାକେଦମ୍‌ ହେବାକୁ ପଡ଼ିଛି। ଖାଲି କ୍ରିୟୁ ମେମ୍ବର୍ସ ନୁହଁନ୍ତି ତାଙ୍କର ଏଭଳି ବ୍ୟବହାର ପାଇଁ ଅନ୍ୟ ଯାତ୍ରୀ ମଧ୍ୟ ଭୟଭୀତ ହୋଇଯାଇଥିଲେ।

Advertisment

ଯାତ୍ରୀ ଜଣକ କେତେବେଳେ ଟଏଲେଟ୍‌ ଭିତରେ ସିଗାରେଟ୍‌ ଟାଣୁଥିଲେ ତ ଆଉ କେତେବେଳେ ବିମାନର ଡୋର୍‌ ଖୋଲିବା ପାଇଁ ପ୍ରୟାସ କରିଥିଲେ। ଶେଷରେ କ୍ରିୟୁ ମେମ୍ବର୍ସ ଅନ୍ୟ ଯାତ୍ରୀଙ୍କ ସହ ମିଶି ସମ୍ପୃକ୍ତ ଯାତ୍ରୀଙ୍କୁ କାବୁ କରି ତାଙ୍କ ହାତ, ଗୋଡ଼ ବାନ୍ଧି ସିଟ୍‌ରେ ବସାଇ ଥିଲେ। ଏହାପରେ ମଧ୍ୟ ତାଙ୍କ ଉତ୍ପାତ ଥମି ନଥିଲା। ହାତ, ଗୋଡ଼ ବନ୍ଧା ଅବସ୍ଥାରେ ମଧ୍ୟ ଯାତ୍ରୀ ଜଣକ ସହଯାତ୍ରୀଙ୍କୁ ଗୋଇଠା ମାରିଥିଲେ। ଶେଷରେ ତାଙ୍କୁ ଇଞ୍ଜେକ୍ସନ ଦିଆଯାଇ ବେହୋସ କରାଯାଇଥିଲା। ଭାରତୀୟ ବଂଶୋଦ୍ଭବ ଜଣେ ଆମେରିକା ନାଗରିକ ଏୟାର ଇଣ୍ଡିଆ(Air India) ବିମାନରେ ଏଭଳି ଉତ୍ପାତ କରିଥିବା ଘଟଣା ସାମ୍ନାକୁ ଆସିଛି।

ବିମାନରେ ଉତ୍ପାତ କରିଥିବା କରୁଣାକାନ୍ତ ଦ୍ୱିବେଦୀ ନାମକ ବ୍ୟକ୍ତିଙ୍କୁ ମୁମ୍ବାଇ ପୋଲିସ୍‌ ଗିରଫ କରିଛି। ଦ୍ୱିବେଦୀଙ୍କ ବିରୋଧରେ ଏୟାର ଇଣ୍ଡିଆର ସିନିୟର କ୍ରିୟୁ ମେମ୍ବର ଶିଳ୍ପା ମିଶ୍ରା  FIR ରୁଜୁ କରିଛନ୍ତି। ଏଥିରେ ସେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ମାର୍ଚ୍ଚ ୧୦ରେ ଏୟାର ଇଣ୍ଡିଆର AI 130 ବିମାନ, ଲଣ୍ଡନ ସମୟାନୁସାରେ ରାତି ସାଢ଼େ ୯ଟାରେ ମୁମ୍ବାଇ ଅଭିମୁଖେ ଉଡ଼ାଣ ଭରିଥିଲା। ହେଲେ କିଛି ସମୟ ପରେ ବିମାନର ଟଏଲେଟ୍‌ ଭିତରେ ଧୂଆଁ ବାହାରିବା ଯୋଗୁ ଆଲାର୍ମ ବାଜି ଥିଲା। 

Advertisment

ବିମାନର ଟଏଲେଟ୍‌ରେ ସିଗାରେଟ୍‌ ଟାଣିଲେ...

ଅନ୍ୟ କ୍ରିୟୁ ମେମ୍ବର୍ସଙ୍କ ସହାୟତାରେ ଶିଳ୍ପା ଟଏଲେଟ୍‌ର ଡୋର୍‌ ଖୋଲିବା ପରେ ଦ୍ୱିବେଦୀ ସିଗାରେଟ୍‌ ଟାଣୁଥିବା ଦେଖିବାକୁ ମିଳିଥିଲା। ଏସବୁ ନକରିବା ପାଇଁ ତାଙ୍କୁ କୁହାଯାଇଥିଲା ଓ ଏସମ୍ପର୍କରେ ପାଇଲଟ୍‌ଙ୍କୁ ମଧ୍ୟ ସୂଚିତ କରାଯାଇଥିଲା। ସମସ୍ତେ ଦ୍ୱିବେଦୀଙ୍କୁ ବୁଝାଇ ଥିଲେ। ହେଲେ ଓଳଟା ସେ କ୍ରିୟୁ ମେମ୍ବର୍ସଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। କୌଣସିମତେ କ୍ରିୟୁ ମେମ୍ବର୍ସ ତାଙ୍କ ଠାରୁ ସିଗାରେଟ୍‌ ଓ ଲାଇଟର୍‌ ନେଇ ତାଙ୍କୁ ସିଟ୍‌ରେ ବସାଇଥିଲେ।

ଅଟକାଇବାରୁ ସହଯାତ୍ରୀଙ୍କୁ ପିଟିଲେ...

ଏସବୁ ପରେ ମଧ୍ୟ ଦ୍ୱିବେଦୀଙ୍କ ଉତ୍ପାତ ଥମି ନଥିଲା। ସିଟ୍‌ରେ ବସିବାର କିଛି ସମୟ ପରେ ହଠାତ୍‌ ଉଠି ବିମାନର ଡୋର୍‌ ଖୋଲିବା ପାଇଁ ସେ ପ୍ରୟାସ କରିଥିଲେ। ତାଙ୍କର ଏଭଳି ବ୍ୟବହାର ଦେଖି ଅନ୍ୟ ଯାତ୍ରୀମାନେ ଭୟଭୀତ ହୋଇଯାଇଥିଲେ। ଜଣେ ଯାତ୍ରୀ ତାଙ୍କୁ ଅଟକାଇବା ପାଇଁ ପ୍ରୟାସ କରିବାରୁ ଦ୍ୱିବେଦୀ ତାଙ୍କୁ ମାଡ଼ ମାରିବା ସହ ଠେଲାପେଲା କରିଥିବା ଅଭିଯୋଗ ହୋଇଛି।

ଇଞ୍ଜେକ୍ସନ ଦିଆଯାଇ କରାଗଲା ବେହୋସ...

କ୍ରିୟୁ ମେମ୍ବର୍ସ ମଧ୍ୟ ଦ୍ୱିବେଦୀଙ୍କ ଏଭଳି ବ୍ୟବହାର ଦେଖି ଚିନ୍ତାରେ ପଡ଼ି ଯାଇଥିଲେ। ଶେଷରେ କ୍ରିୟୁ ମେମ୍ବର୍ସ ଅନ୍ୟ ଯାତ୍ରୀଙ୍କ ସହ ମିଶି ଦ୍ୱିବେଦୀଙ୍କୁ କାବୁ କରିବା ସହ ତାଙ୍କ ହାତ, ଗୋଡ଼ ବାନ୍ଧି ସିଟ୍‌ରେ ବସାଇ ଥିଲେ। ଏହାପରେ ମଧ୍ୟ ତାଙ୍କ ଉତ୍ପାତ ଥମିନଥିଲା। ହାତ, ଗୋଡ଼ ବନ୍ଧା ଅବସ୍ଥାରେ ମଧ୍ୟ ଯାତ୍ରୀ ଜଣକ ସହଯାତ୍ରୀଙ୍କୁ ଗୋଇଠା ମାରିଥିଲେ। ଏହାଦେଖି ବିମାନରେ ଥିବା ଜଣେ କ୍ରିୟୁ ମେମ୍ବର, ଯିଏକି ଡାକ୍ତର ତାଙ୍କ ସହାୟତାରେ ଦ୍ୱିବେଦୀଙ୍କୁ ଇଞ୍ଜେକ୍ସନ ଦିଆଯାଇ ବେହୋସ କରାଯାଇଥିଲା। ମାର୍ଚ୍ଚ ୧୧ରେ ବିମାନ ମୁମ୍ବାଇରେ ପହଞ୍ଚିବା ପରେ ପୋଲିସ୍‌ ତାଙ୍କୁ ଗିରଫ କରିଥିଲା। ତାଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। 

Air India
Advertisment
Advertisment