ଆକାଶରେ ଛାତିଥରା ଦୁର୍ଘଟଣା
ଅନେକ ବିମାନ ଦୁର୍ଘଟଣାର ମୂକସାଖି ଭାରତ ଆକାଶ । ଭାରତ ଆକାଶରେ ଘଟିଛି ଏକାଧିକ ଦୁଃଖଦ ଦୁର୍ଘଟଣା, ଯାହା ବ୍ଲାକ୍ ଷ୍ଟୋରୀ ଭାବେ ଲିପିବଦ୍ଧ ହୋଇ ରହିଛି । କେବେ ବିମାନ ଆକାଶରେ ପିଟି ହୋଇଛି ତ ଆଉ କେବେ ରନ୍ ୱେରେ ହୋଇ ଯାଇଛି କ୍ରାସ୍ । ବିଂଶରୁ ଏକବିଂଶ ଶତାବ୍ଦୀ ମଧ୍ୟରେ ଏପରି ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟିଛି । ମାତ୍ର ସର୍ବାଧିକ ଟ୍ରାଜେଡ଼ି ଷ୍ଟୋରୀ ଲେଖିଥିବା ଏୟାର୍ ଲାଇନ୍ ହେଉଛି ଏୟାର୍ ଇଣ୍ଡିଆ ।
ଅଧିକ ପଢ଼ନ୍ତୁ: ଲଣ୍ଡନ ଯିବା ସ୍ୱପ୍ନ ହୋଇଗଲା ଚୁରମାର; ଜଳିଗଲେ ବାପାମା’ ଓ ୩ ଛୁଆ
ଦେଶରେ ଘଟିଥିବା ଭୟଙ୍କର ବିମାନ ଦୁର୍ଘଟଣା ଏୟାର୍ ଇଣ୍ଡିଆ ହିଁ ସାମ୍ନା କରିଛି । ପ୍ରଥମ କରି ୧୯୭୮ ଜାନୁଆରୀ ୧ରେ ମୁମ୍ବାଇରେ ଏୟାର ଇଣ୍ଡିଆ ଫ୍ଲାଇଟ୍ କ୍ରାସ୍ ହୋଇଥିଲା, ଯେଉଁଥିରେ ୨୧୩ ଜଣ ଯାତ୍ରୀଙ୍କ ଜୀବନ ଯାଇଥିଲା। ଉଡ଼ାଣର ମାତ୍ର କିଛି ସମୟ ପରେ ଯାନ୍ତ୍ରିକ ତ୍ରୁଟି ପାଇଁ ପାଇଲଟଙ୍କ ସହ ଯୋଗାଯୋଗ ହୋଇ ନ ପାରିବାରୁ ଏୟାର ଇଣ୍ଡିଆ ୮୫୫ ଫ୍ଲାଇଟ୍ ଆରବ ସାଗରରେ ଖସି ପଡ଼ିଥିଲା। ଫଳରେ ସମସ୍ତ ଯାତ୍ରୀ ଅବେଳରେ ଆଖି ବୁଜିଥିଲେ।
ସେହିପରି ୨୦୧୦ ମେ' ୨୨ରେ କର୍ଣ୍ଣାଟକ ମାଙ୍ଗାଲୋର୍ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ କ୍ରାସ୍ ହୋଇଥିଲା ଏୟାରଇଣ୍ଡିଆ ଏକ୍ସପ୍ରେସ- ୮୧୨ । ରନଓ୍ୱେରେ କ୍ରାସ୍ ଫଳରେ ୧୫୮ ଯାତ୍ରୀଙ୍କର ଜୀବନ ଯାଇଥିଲା । ସେହିପରି ୪ ବର୍ଷ ତଳେ ଅର୍ଥାତ୍ ୨୦୨୦ ଅଗଷ୍ଟ ୭ରେ ବି ସମାନ ଦୁର୍ଘଟଣାର ସାମ୍ନା କରିଥିଲା ଏୟାର ଇଣ୍ଡିଆ । କେରଳ କୋଝିକୋଡ୍ ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ଲ୍ୟାଣ୍ଡିଂ ସମୟରେ ଏୟାରଇଣ୍ଡିଆ ଏକ୍ସପ୍ରେସ-୧୩୪୪ ଦୁର୍ଘଟଣାର ଶିକାର ହୋଇଥିଲା। ଏହି ଦୁର୍ଘଟଣାରେ ୧୮ ଜଣଙ୍କର ମୃତ୍ୟୁ ଘଟିଥିଲା। ୧୯୮୨ରେ ବି ଖରାପ ପାଗ କାରଣରୁ ଏୟାର ଇଣ୍ଡିଆ-403 ଫ୍ଲାଇଟ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବମ୍ବେ ଏୟାରପୋର୍ଟରେ ଅବତରଣ ସମୟରେ ହଠାତ୍ ଦୁର୍ଘଟଣାର ସାମ୍ନା କରିଥିଲା। ସେତେବେଳେ ବିମାନରେ ୧୧୧ ଜଣ ଯାତ୍ରୀ ଥିଲେ। ୧୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ସୌଭାଗ୍ୟବଶତଃ ଅନ୍ୟମାନେ ବର୍ତ୍ତି ଯାଇଥିଲେ।
ଏ ତ ଥିଲା ଏୟାର ଇଣ୍ଡିଆର ବ୍ଲାକ୍ ଷ୍ଟୋରୀ... ଭାରତ ଆକାଶ ଆହୁରି ଏପରି ଏକାଧିକ ଭୟଙ୍କର ବିମାନ ଦୁର୍ଘଟଣାର ସାମ୍ନା କରିଛି। ୧୯୯୬ ନଭେମ୍ବର ୧୨ରେ ହରିଆଣାର ଚାର୍ଖି ଦାଦ୍ରି ଇଣ୍ଟରନ୍ୟାସନାଲ୍ ଏୟାରପୋର୍ଟରେ ଘଟିଥିଲା ଭାରତ ଇତିହାସରେ ସବୁଠୁ ବଡ଼ ବିମାନ ଦୁର୍ଘଟଣା। ମଝି ଆକାଶରେ ମାଡ଼ ହୋଇଥିଲା ସାଉଦି ଆରବ ଏୟାରଲାଇନ୍ସ ଓ କାଜାକିସ୍ତାନ ଏୟାରଲାଇନ୍ସ । ଭୟାବହ ଦୁର୍ଘଟଣାରେ ୩୪୯ ଜଣଙ୍କର ମୃତ୍ୟୁ ହୋଇଥିଲା । ସେହିପରି ୧୯୮୮ ଅକ୍ଟୋବର ୧୯ରେ ଅହମ୍ମଦାବାଦ ଏୟାରପୋର୍ଟରେ ଇଣ୍ଡିଆନ ଏୟାରଲାଇନ୍ସ ଫ୍ଲାଇଟ୍ ଦୁର୍ଘଟଣାରେ ୧୩୦, ୧୯୯୩ ଏପ୍ରିଲ ୨୬ରେ ଔରଙ୍ଗାବାଦ ଏୟାରପୋର୍ଟରେ ବିମାନ ଟେକ୍ ଅଫ ପରେ କ୍ରାସ ହେବା ଫଳରେ ୫୫ ଜଣ ଯାତ୍ରୀଙ୍କର ଜୀବନ ଚାଲିଯାଇଥିଲା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1749796264.jpg)