Advertisment

Air India Flight: ଥାଇଲାଣ୍ଡ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ ମଝି ଆକାଶରୁ ଫେରିଆସିଲା, କଲା ଏମରଜେନ୍ସି ଲ୍ୟାଣ୍ଡିଂ

ଟେକ୍-ଅଫ୍ କରିବାର କିଛି ସମୟ ମଧ୍ୟରେ ପାଇଲଟ୍ ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ କରିଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ପାଇଲଟ୍ ବିମାନକୁ ଫେରାଇ ହାଇଦ୍ରାବାଦକୁ ଯୁ-ଟର୍ଣ୍ଣ କରିଥିଲେ। ବିମାନଟି ନିରାପଦରେ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା।

author-image
Tapan Kumar Swain
ଅଦ୍ୟତନ ହୋଇଛି
Air India

Air India

ହାଇଦ୍ରାବାଦରୁ ଫୁକେଟ୍ ଅଭିମୁଖେ ଯାଉଥିବା ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ବିମାନ (ଫ୍ଲାଇଟ୍ ନମ୍ବର IX110) ଟେକ୍-ଅଫ୍ କରିବାର କିଛି ସମୟ ପରେ ଏକ ଯାନ୍ତ୍ରିକ ତ୍ରୁଟି ହେତୁ ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଫେରିଥିଲା। ଏହି ଘଟଣା ଆଜି ସକାଳେ ଘଟିଛି।

Advertisment

ଏୟାର ଇଣ୍ଡିଆ ଏକ୍ସପ୍ରେସ୍‌ର ଏହି ଫ୍ଲାଇଟ୍ (IX110) ଏକ ବୋଇଂ ୭୩୭ ମ୍ୟାକ୍ସ ୮ (ରେଜିଷ୍ଟ୍ରେସନ VT-BWA) ବିମାନ ଦ୍ୱାରା ଅପରେଟ୍ ହୋଇଥାଏ । ଏହି ବିମାନ ଆଜି ସକାଳେ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରୁ ସକାଳ ୬:୪୦ରେ ଟେକ୍-ଅଫ୍ କରିଥିଲା ।ନିର୍ଦ୍ଧାରିତ ସମୟ ୬:୨୦ରୁ ୨୦ ମିନିଟ୍ ବିଳମ୍ବରେ ଏହା ଉଡାଣ ଭରିଥିଲା । ଥାଇଲାଣ୍ଡର ଫୁକେଟ୍ ଆନ୍ତର୍ଜାତୀୟ ବିମାନବନ୍ଦରରେ ସକାଳ ୧୧:୪୫ରେ ଅବତରଣ କରିବାର ଥିଲା।

ତେବେ ଟେକ୍-ଅଫ୍ କରିବାର କିଛି ସମୟ ମଧ୍ୟରେ ପାଇଲଟ୍ ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଚିହ୍ନଟ କରିଥିଲେ। ସୁରକ୍ଷାକୁ ଦୃଷ୍ଟିରେ ରଖି ପାଇଲଟ୍ ବିମାନକୁ ଫେରାଇ ହାଇଦ୍ରାବାଦକୁ ଯୁ-ଟର୍ଣ୍ଣ କରିଥିଲେ। ବିମାନଟି ନିରାପଦରେ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା।

Advertisment

ଏୟାର ଇଣ୍ଡିଆ ଏକ୍ସପ୍ରେସ୍ କିମ୍ବା ବିମାନବନ୍ଦର ଅଧିକାରୀମାନେ ଯାନ୍ତ୍ରିକ ତ୍ରୁଟିର ନିର୍ଦ୍ଦିଷ୍ଟ କାରଣ ସମ୍ପର୍କରେ ତୁରନ୍ତ କୌଣସି ପ୍ରତିକ୍ରିୟା ବା ବିବରଣୀ ପ୍ରକାଶ କରିନାହାନ୍ତି ।

ଆବଶ୍ୟକୀୟ ଯାନ୍ତ୍ରିକ ପରୀକ୍ଷା କରାଯିବା ପରେ ସମସ୍ୟାର ସମାଧାନ କରାଯାଇଥିଲା । ପରେ ବିମାନଟି ପୁନର୍ବାର ଯାତ୍ରା ଆରମ୍ଭ କରିଥିଲା। ଏୟାରଲାଇନ୍ସ ପକ୍ଷରୁ ଯାତ୍ରୀମାନଙ୍କୁ ହୋଇଥିବା ଅସୁବିଧା ପାଇଁ ଦୁଖ ପ୍ରକାଶ କରାଯାଇଛି।

ଏହି ଘଟଣା ଗତ ୧୭ ତାରିଖରେ ଇଣ୍ଡିଗୋର ଏକ ଫ୍ଲାଇଟ୍ (6E-5118) ଦିଲ୍ଲୀରୁ ଇମ୍ଫାଲ ଯାଉଥିବା ବେଳେ ଯାନ୍ତ୍ରିକ ତ୍ରୁଟି ହେତୁ ଦିଲ୍ଲୀକୁ ଫେରିଥିଲା। ଏହା ସହିତ, ଜୁନ ଓ ମେ ମାସରେ ମଧ୍ୟ ଅନ୍ୟ ଏୟାରଲାଇନ୍ସରେ ସମାନ ଯାନ୍ତ୍ରିକ ସମସ୍ୟା ଦେଖାଦେଇଥିଲା ।

ଏୟାର ଇଣ୍ଡିଆ ଏକ୍ସପ୍ରେସ୍ ଗତ ଜାନୁଆରୀ ୩୧ରୁ ହାଇଦ୍ରାବାଦରୁ ଥାଇଲାଣ୍ଡ ଫୁକେଟ୍ ପାଇଁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିଥିଲା । ଏହି ରୁଟ୍‌ରେ ସପ୍ତାହରେ ୩ ଦିନ (ବୁଧବାର, ଶୁକ୍ରବାର ଓ ରବିବାର) ଫ୍ଲାଇଟ୍ ଚାଲୁଥିଲା । ପରେ ଏହା ୬ ଦିନକୁ ବୃଦ୍ଧି ପାଇଛି ।

ଅଧିକ ପଢ଼ନ୍ତୁ: ପୁଣି ବିମାନରେ ଦେଖାଦେଲା ଯାନ୍ତ୍ରିକ ତ୍ରୁଟି, ଅଳ୍ପ ସମୟ ମଧ୍ୟରେ ଫେରିଆସି ଲ୍ୟାଣ୍ଡ କଲା 

Air India Flight Air India Express Flight Flight Services Hyderabad
Advertisment
Advertisment