Advertisment

Air India To Stop Flight Number 171: ଆଉ ଉଡିବନି AI-171, ଏଣିକି ଲଣ୍ଡନକୁ ଯିବ ଏହି ଫ୍ଲାଇଟ

ଅହମ୍ମଦାବାଦ୍ ବିମାନ ଦୁର୍ଘଟଣା ପରେ AI 171 ଫ୍ଲାଇଟ ନମ୍ବରରେ ବିମାନ ଉଡାଣ ବନ୍ଦ ହୋଇ AI 159 ନମ୍ବରରେ ଲଣ୍ଡନକୁ ଉଡ଼ିବ ଫ୍ଲାଇଟ୍। ଫ୍ଲାଇଟ ନମ୍ବର ୧୭୧ ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ AIR INDIA ଏହି ନିଷ୍ପତ୍ତି ନେଇଛି ।

ଅଦ୍ୟତନ ହୋଇଛି
AI 171

AI 171

Advertisment

ଆଉ ଉଡ଼ିବନି ଏୟାର ଇଣ୍ଡିଆର AI-171। ଅହମ୍ମଦାବାଦ୍ ବିମାନ ଦୁର୍ଘଟଣା ପରେ AIR INDIA  ଏଭଳି ପଦକ୍ଷେପ ନେଇଥିବା ସୂଚନା ମିଳିଛି। AI-171 ନମ୍ବରରେ ଉଡ଼ିବନି ବିମାନ ଅହମ୍ମଦାବାଦ-ଲଣ୍ଡନ AIR INDIA ବିମାନ। AI-171 ଦୁର୍ଘଟଣାଗ୍ରସ୍ତ ହେବା ପରେ ଏଣିକି ଆଉ ଏହି ନମ୍ବରରେ ଫ୍ଲାଇଟ୍ ଉଡ଼ିବନି। ଲଣ୍ଡନ କିମ୍ବା ଦେଶର କୌଣସି ଅଞ୍ଚଳକୁ ଏହି ନମ୍ବରରେ ଏୟାର ଇଣ୍ଡିଆ ବିମାନ ଚଲାଇବନି। AI-171 ବଦଳରେ AI 159 ନମ୍ବରରେ ଲଣ୍ଡନକୁ ଉଡ଼ିବ ଫ୍ଲାଇଟ୍। ଜୁନ ୧୭ରୁ ଅହମ୍ମଦାବାଦ ଓ ଲଣ୍ଡନର ଗାଟୱିକ ମଧ୍ୟରେ AI 159 ନମ୍ବରରେ ଉଡାଣ ଭରିବ । ଶୁକ୍ରବାର ଠାରୁ ବୁକିଂ ସିଷ୍ଟମରେ ଏହି ପରିବର୍ତ୍ତନ କରୁିଛି ଏୟାରଲାଇନ୍ସ । 

Advertisment

ଅଧିକ ପଢ଼ନ୍ତୁ: ୧୨ ଜୁନ୍ ପୂର୍ବରୁ ଦୁଇ ଥର ଟିକେଟ କାଟିଥିଲେ ବିଜୟ ରୂପାନୀ, କିନ୍ତୁ...

ଫ୍ଲାଇଟ ନମ୍ବର 171 ଦୁର୍ଘଟଣାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଉଦ୍ଦେଶ୍ୟରେ ଏହି ନିଷ୍ପତ୍ତି ନିଆଯାଇଛି । ପୂର୍ବରୁ ୨୦୨୦ରେ କୋଝିକୋଡରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନ ଉଡାଣ ବନ୍ଦ କରିଦେଇଥିଲା ଏୟାର ଇଣ୍ଡିଆ । 

Advertisment

ଅହମ୍ମଦାବାଦରୁ ଲଣ୍ଡନର ଗାଟୱିକକୁ ଯାତ୍ରା କରିବାକୁ ଥିବା ବିମାନ ବୋଇଂ ୭୮୭-୮ଡ୍ରିମଲାଇନର AI-171 ବିମାନ ଉଡାଣ ଭରିବାର ୫ ମିନିଟ ଭିତରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଯାହାକୁ ନେଇ ସ୍ତବ୍ଧ ହୋଇଯାଇଛନ୍ତି ସାରା ବିଶ୍ବବାସୀ। ନିମିଷକେ ଚାଲି ଯାଇଥିଲା ୨୪୧ ଜଣଙ୍କ ଜୀବନ । ସୌଭାଗ୍ୟବଶତଃ ବର୍ତ୍ତି ଯାଇଥିଲା ଗୋଟିଏ ଜୀବନ । ଯେଉଁ ମେଡିକାଲ ହଷ୍ଟେଲ ଉପରେ ବିମାନ ଖସି ପଡିଥିଲା, ସେଥିରେ ଥିବା ଅନେକ ଡାକ୍ତରୀ ଛାତ୍ରଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ସ୍ଥାନରୁ ମୋଟ ୨୭୦ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । 

ଅଧିକ ପଢ଼ନ୍ତୁ: ଆକାଶରେ ବିପଦ, ଏୟାର ଇଣ୍ଡିଆ ଦେଖିଛି ସର୍ବାଧିକ ବିମାନ ଦୁର୍ଘଟଣା

Ahmedabad Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ