/odishatv-khabar/media/post_attachments/uploadimage/library/16_9/16_9_0/IMAGE_1687267572.jpg)
AC cabins for truck drivers
ପ୍ରଚଣ୍ଡ ଖରାରେ ଗାଡ଼ି ଚଳାଉଥିବା ଟ୍ରକ୍ ଡ୍ରାଇଭରଙ୍କୁ ଆଶ୍ୱସ୍ତି । ଆଉ ଗରମରେ ଛାଳନାଳ ହୋଇ ମାଲ୍ ପହଞ୍ଚାଇବାକୁ ପଡ଼ିବ ନାହିଁ । ୨୦୨୫ ମସିହାରୁ ସମସ୍ତ ଟ୍ରକର କେବିନରେ ଏୟାର କଣ୍ଡିସନର ଲଗାଇବା ବାଧ୍ୟତାମୂଳକ ହେବ । ଫଳରେ ପ୍ରତିଦିନ ୧୧-୧୨ ଘଣ୍ଟା କାମ କରୁଥିବା ଡ୍ରାଇଭରମାନେ ଏସି ପବନ ଖାଇ ଶାନ୍ତିରେ ଗାଡ଼ି ଚଳାଇପାରିବେ ।
ଅନେକ ସମୟରେ କଠିନ ପରିସ୍ଥିତିରେ ହେଉ କିମ୍ବା ଦୀର୍ଘ ଦୂରତା ପାଇଁ ପ୍ରାୟ ଟ୍ରକ୍ ଦୁର୍ଘଟଣା ହେବାର ଦେଖିବାକୁ ମିଳିଥାଏ । ତେବେ ଭଲଭୋ ଭଳି ବହୁରାଷ୍ଟ୍ରକୀୟ ଟ୍ରକ୍ ନିର୍ମାତା କମ୍ପାନି ଏସି କେବିନ ତିଆରି କରୁଥିବା ବେଳେ ଅନେକ ଯୁକ୍ତିତର୍କ ପରେ ମଧ୍ୟ ଭାରତୀୟ କମ୍ପାନି ଗୁଡ଼ିକ ବର୍ଷ ବର୍ଷ ଧରି ଏହାକୁ ଅଣଦେଖା କରୁଛନ୍ତି । ଏହାକୁ ନେଇ ସୋମବାର ଦିନ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ବଡ଼ ଘୋଷଣା କରିଛନ୍ତି ।
ଟ୍ରକର କେବିନରେ ଏସି ଲଗାଇବା ବାଧ୍ୟତାମୂଳକ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି ସଡ଼କ ପରିବହନ ମନ୍ତ୍ରୀ । ପ୍ରଥମେ ୨୦୧୬ ରେ ସଡକ ପରିବହନ ମନ୍ତ୍ରଣାଳୟ ପକ୍ଷରୁ ଏଥିପାଇଁ ପ୍ରସ୍ତାବ ଦିଆଯାଇଥିଲା । ଅନ୍ୟ ଦେଶରେ ଟ୍ରକ ଡ୍ରାଇଭର ପାଇଁ ନିର୍ଦ୍ଦିଷ୍ଟ ଡ୍ୟୁଟି ସମୟ ଥିବା ବେଳେ ଭାରତରେ ଅତ୍ୟନ୍ତ ଗରମ ପରିବେଶରେ ମଧ୍ୟ ଡ୍ରାଇଭର ୧୨ କିମ୍ବା ୧୪ ଘଣ୍ଟା ପାଇଁ ଗାଡି ଚଳାନ୍ତି । ଏଣୁ ସେମାନଙ୍କ ପାଇଁ ଏହି ବ୍ୟବସ୍ଥା ଲାଭଦାୟକ ହେବ ବୋଲି ଆଶା କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)