Air Ambulance Crash
କେଦାରନାଥରେ ଏୟାର ଆମ୍ବୁଲାନ୍ସ କ୍ରାସ । କେଦାରନାଥ ହେଲିପ୍ୟାଡରେ ଅବତରଣ ସମୟରେ ଏହି ଦୁର୍ଘଟଣା ଘଟିଛି । ବିମାନର ଶେଷ ଭାଗ ପାହାଡରେ ମାଡ଼ ହେବା କାରଣରୁ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ବିମାନରେ ଥିବା ପାଇଲଟଙ୍କ ସମେତ ଡାକ୍ତର ଓ ନର୍ସିଂ ଷ୍ଟାଫ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି । ଜିଲ୍ଲା ପର୍ଯ୍ୟଟନ ବିଭାଗର ଜଣେ ଅଧିକାରୀ ରାହୁଲ ଚୌବେ କହିଛନ୍ତି , "ଜଣେ ଶ୍ୱାସରୋଗୀ ହଠାତ୍ ଅସୁସ୍ଥ ହୋଇପଡିବାରୁ ସେ ଏୟାର ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଋଷିକେଶ ସ୍ଥିତ ଏମ୍ସକୁ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ନିଆଯାଉଥିଲା । ହେଲେ ଯାନ୍ତ୍ରିକ ତ୍ରୁଟି କାରଣରୁ ଏୟାର ଆମ୍ବୁଲାନ୍ସଟି ଲ୍ୟାଣ୍ଡ କରିପାରିନଥିଲା । ତେଣୁ ପାଇଲଟ ଜଣକ ନିକଟରେ ଥିବା ଅନ୍ୟ ଏକ ସ୍ଥାନରେ ଲ୍ୟାଣ୍ଡିଂ ପାଇଁ ପ୍ରଚେଷ୍ଟା କରୁଥିଲେ । ସେହି ସମୟରେ ବିମାନର ଶେଷ ଭାଗଟି ପାହାଡରେ ମାଡ଼ ହେବାରୁ ତାହା କ୍ରାସ କରିଥିଲା । ଆଉ ଟେଲ୍ ଭାଙ୍ଗିଯାଇଥିଲା ।"
ଏହି ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସ୍ପଷ୍ଟ କରିଛନ୍ତି ରାହୁଲ ଚୌବେ । ଏହାସହ କିଭଳି ଓ କେଉଁ ପରିସ୍ଥିତିରେ ଦୁର୍ଘଟଣା ଘଟିଲା ତାହାର ତଦନ୍ତ DGCA କରିବେ ବୋଲି ସୂଚନା ଦେଇଛନ୍ତି ହେଲି-ସର୍ଭିସ ଦାୟିତ୍ୱରେ ଥିବା ରାହୁଲ ଚୌବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us