/odishatv-khabar/media/post_attachments/uploadimage/library/16_9/16_9_0/IMAGE_1664528668.jpg)
Special story
ଏଣିକି ଡାକ୍ତରଙ୍କ ପାଇଁ ଚା, ଜଳଖିଆ ନେବା ପାଇଁ ଯିବେନି ସିକ୍ୟୁରିଟି ଗାର୍ଡ । ବ୍ୟକ୍ତିଗତ କାମରେ ଲାଗିବେନି କର୍ମଚାରୀ । ଡ୍ୟୁଟିରେ ଥିବାବେଳେ ଡାକ୍ତର ଏବଂ ଅନ୍ୟ ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ଜଳଖିଆ ନଆଣିବାକୁ ସୁରକ୍ଷା କର୍ମଚାରୀଙ୍କୁ AIIMS ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ସୁରକ୍ଷାକର୍ମୀଙ୍କୁ କେବଳ ସେହି ଉଦ୍ଦେଶ୍ୟରେ କାମରେ ଲଗାଇ ହେବ, ଯେଉଁଥିପାଇଁ ତାଙ୍କୁ ଡ୍ୟୁଟିରେ ନିୟୋଜିତ କରାଯାଇଛି ବୋଲି କୁହାଯାଇଛି ।
ତେବେ କୌଣସି ସିକ୍ୟୁରିଟି ଗାର୍ଡ ଡାକ୍ତର କିମ୍ବା ଅନ୍ୟ କୌଣସି କର୍ମଚାରୀଙ୍କ ପାଇଁ ଚା ଜଳଖିଆ ଆଣିବା ସମୟରେ ଧରାପଡ଼ିରେ ତାଙ୍କୁ ଚାକିରିରୁ ବରଖାସ୍ତ କରାଯିବ । ପୂର୍ବରୁ ଡ୍ୟୁଟି ସମୟରେ ବରିଷ୍ଠ କର୍ମଚାରୀ ଓ ଡାକ୍ତରମାନେ କାର୍ଯ୍ୟରତ ସିକ୍ୟୁରିଟି ଗାର୍ଡଙ୍କୁ ଚା’ ଏବଂ ଜଳଖିଆ ଆଣିବାକୁ ନିର୍ଦ୍ଦେଶ ଦେଉଥିଲେ । ଡାକ୍ତର କିମ୍ବା କର୍ମଚାରୀମାନେ ନିଜେ ନିଜ କାମ କରିବେ । ତେଣୁ ଏହାକୁ ଦୃଷ୍ଟିରେ ରଖି AIIMSର ନୂଆ ନିର୍ଦ୍ଦେଶକ ଏମ ଶ୍ରୀନିବାସ ଘଟଣାକୁ ଗୁରୁତର ସହ ନେଇଛି ।
ନିର୍ଦ୍ଦେଶାନାମାରେ କୁହାଯାଇଛି, ଡ୍ୟୁଟି ସମୟରେ ସିକ୍ୟୁରିଟି ଗାର୍ଡମାନେ ଏମ୍ସର ଡାକ୍ତର କିମ୍ବା ଅନ୍ୟ କୌଣସି ଷ୍ଟାଫ୍ଙ୍କ ପାଇଁ ଚା ଜଳଖିଆ ଆଣିପାରିବେ ନାହିଁ । ଡ୍ୟୁଟି ସମୟରେ ଏପରି କାମ କଲେ, ସେମାନଙ୍କୁ ଏମ୍ସର ସମସ୍ତ ପ୍ରକାରର ଦାୟିତ୍ୱ ତଥା ଚାକିରିରୁ ବିଦା କରାଯିବ।
ସୂଚନାଯୋଗ୍ୟ କିଛି ଦିନ ପୂର୍ବରୁ ଜଣେ ସିକ୍ୟୁରିଟି ଗାର୍ଡ ଏମ୍ସର ଜଣେ ଷ୍ଟାଫ୍ଙ୍କ ପାଇଁ ଜଳଖିଆ ନେଉଥିବାର ଦେଖିବାକୁ ପାଇଥିଲେ ଏମ୍ସ ନିର୍ଦ୍ଦେଶକ ଏମ୍ ଶ୍ରୀନିବାସ । ଷ୍ଟାଫ୍ ଜଣଙ୍କ କାର୍ଡିଓଥୋରାସିକ୍ ଓ ନ୍ୟୁରୋସାଇନ୍ସ ଯିବାକୁ ବାହାରି ଥିବାବେଳେ ସିକ୍ୟୁରିଟି ଗାର୍ଡଙ୍କ ହାତରେ ଚା ମଗାଇଥିଲେ । ସିକ୍ୟୁରିଟି ଗାର୍ଡ ଟ୍ରେରେ ଚା ନେଇ ଆସୁଥିବା ବେଳେ ସେ ତାଙ୍କୁ ଦେଖିନେଇଥିଲେ । ଏହା ଦେଖିବା ପରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
ଏହି ଘଟଣାକୁ ଆଧାର କରି ନିର୍ଦ୍ଦେଶନାମାରେ କୁହାଯାଇଛି ,ଏପରି ଘଟଣା କେବଳ ସୁରକ୍ଷା ବ୍ୟବସ୍ଥାରେ ପ୍ରଶ୍ନ ଚିହ୍ନ ଲଗାଉନାହିଁ, ବରଂ ସିକ୍ୟୁରିଟି ସେବାର ଛବିକୁ ମଧ୍ୟ ଖରାପ କରୁଛି । ତେଣୁ ସୁରକ୍ଷା ଓ ରୋଗୀଙ୍କୁ ସହଯୋଗ କରିବାକୁ ନିୟୋଜିତ ହୋଇଥିବା ସିକ୍ୟୁରିଟି କର୍ମଚାରୀମାନେ ଏହି କାମ ବ୍ୟତୀତ ଆଉ କିଛି ବି କରିବେ ନାହିଁ । ଯଦି କୌଣସି ସିକ୍ୟୁରିଟି ଗାର୍ଡ ଚା’/କଫି/ଜଳଖିଆ ନେଇ ଯାଉଥିବେ, ତା’ହେଲେ ଏଥିପାଇଁ କାଫେଟେରିଆ/କ୍ୟାଟିନ ଇନଚାର୍ଜ ଓ ବିଭାଗୀୟ ଅଧିକାରୀ ଦାୟୀ ରହିବେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)