Advertisment

Flight Crash: ବିମାନ ଦୁର୍ଘଟଣାରେ ବିଜୟ ରୂପାନୀଙ୍କ ବିୟୋଗ, ଜାଣନ୍ତୁ ଭାଇରାଲ ଫଟୋ ପଛର ସତ

ଅହମ୍ମଦାବାଦ ବିମାନ ଟ୍ରାଜେଡୀ । ଗତକାଲି ଦୁର୍ଘଟଣାଗ୍ରସ୍ତ ହୋଇଥିବା ଏୟାର ଇଣ୍ଡିଆ ବିମାନରେ ଥିଲେ ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ବିଜୟଙ୍କର ଏକ ଫଟୋ ବର୍ତ୍ତମାନ ଭାଇରାଲ ହେଉଛି । ଯାହା ତାଙ୍କର ଶେଷ ଫଟୋ ବୋଲି କୁହାଯାଉଛି ।

ଅଦ୍ୟତନ ହୋଇଛି
Vijay Rupani's Photo

Vijay Rupani's Photo

Advertisment

‌‌ଅହମ୍ମଦବାଦ ବିମାନ କ୍ରାସ ଘଟଣା । ବିମାନରେ ଥିବା ଜଣେ ଯାତ୍ରୀଙ୍କୁ ଛାଡ଼ି ଆଉ ସମସ୍ତ ୨୪୧ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ରହିଛନ୍ତି ଗୁଜରାଟ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ସେ ନିଜ ଝିଅ ପାଖକୁ ଲଣ୍ଡନ ଗସ୍ତ କରିଥାନ୍ତେ । ହେଲେ ଅହମ୍ମଦାବାଦରେ ଟେକ୍‌ ଅଫ ବେଳେ ଜଳିଯାଇଥିଲା ଫ୍ଲାଇଟ୍ । ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ଶେଷ ଫଟୋ ବୋଲି କୁହାଯାଉଥିବା ଏକ ସେଲ୍ଫି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । 

Advertisment

ସୂଚନା ଅନୁସାରେ, ବିଜୟ ରୂପାନୀ ନିଜ ସିଟ୍‌ରେ ବସିଥିବାବେଳେ ତାଙ୍କ ସମ୍ମୁଖ ସିଟ୍‌ରେ ବସିଥିବା ଜଣେ ପ୍ୟାସେଞ୍ଜର ଏକ ସେଲ୍ଫି ନେଇଥିବା ଦେଖିବାକୁ ମିଳିଛି । ଏହି ଫଟୋ ବର୍ତ୍ତମାନ ଜୋରଦାର ଭାଇରାଲ ହେଉଥିବାବେଳେ ଏହା ଦୁର୍ଘଟଣାଗ୍ରସ୍ତ ହୋଇଥିବା ବିମାନରେ ଦୁର୍ଘଟଣା ପୂର୍ବର ଫଟୋ ବୋଲି କୁହାଯାଉଛି । ହେଲେ ଏହି ଫଟୋ ପଛର ସତ୍ୟାସତ୍ୟ ଅସ୍ପଷ୍ଟ ରହିଛି । ସେପଟେ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ସେଲ୍ଫି ନେଇଥିବା ମହିଳା ସ୍ପଷ୍ଟ କରିଛନ୍ତି ଯେ, ଏହା ୨୦୨୧ ମସିହାର । 

ସୂଚନାଯୋଗ୍ୟ, ୨୦୧୬ରୁ ୨୦୨୧ ପର୍ଯ୍ୟନ୍ତ ୫ ବର୍ଷ ଧରି ଗୁଜରାଟ ମୁଖ୍ୟମନ୍ତ୍ରୀ ଭାବେ ଗୁରୁଦାୟିତ୍ୱ ତୁଲାଇଥିଲେ ବିଜୟ । ତାଙ୍କ ରାଜନୈତିକ କ୍ୟାରିୟର ବିଷୟରେ କହିବାକୁ ଗଲେ ୧୯୯୮ରେ ମେୟର ଭାବେ ନିର୍ବାଚିତ ହୋଇଥିଲେ ବିଜୟ । ଏହାପରେ ୨୦୦୬ରେ ରାଜ୍ୟସଭା ସାଂସଦ ଭାବେ ନିର୍ବାଚିତ ହୋଇଥିଲେ । ୨୦୧୪ରେ ରାଜକୋଟ୍ ପଶ୍ଚିମରୁ ବିଧାୟକ ହୋଇଥିଲେ ଓ ଆନନ୍ଦୀବେନ ସରକାରରେ ମନ୍ତ୍ରୀ ହୋଇଥିଲେ । ଏହାପରେ ମୁଖ୍ୟମନ୍ତ୍ରୀ ଆନନ୍ଦିବେନ ପଟେଲଙ୍କ ଇସ୍ତଫା ପରେ ୨୦୧୬ରେ ମୁଖ୍ୟମନ୍ତ୍ରୀ ହୋଇଥିଲେ ବିଜୟ ରୂପାନୀ । ଗୁରୁବାର ଗୁଜୁରାଟର ଅହମ୍ମଦାବାଦରୁ ଲଣ୍ଡନ ଯାଉଥିବା ଏୟାର ଇଣ୍ଡିଆର ଏକ ବିମାନ ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ପୂର୍ବତନ ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀଙ୍କ ମୃତ୍ୟୁ ଘଟିଛି । ଏନେଇ ଗୁଜରାଟ ବିଜେପି ସଭାପତି ସି.ଆର୍‌ ପାଟିଲ ସ୍ପଷ୍ଟ କରିଛନ୍ତି ।

Advertisment

ଅଧିକ ପଢନ୍ତୁ : ଲକି ନମ୍ବର ହିଁ ପାଲଟି ଗଲା ବିଜୟ ରୂପାନୀଙ୍କ ପାଇଁ ସବୁଠୁ ଅନଲକି, ଜାଣନ୍ତୁ କେମିତି...

Selfie Air India Express Flight Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ