/odishatv-khabar/media/post_attachments/uploadimage/library/16_9/16_9_0/IMAGE_1661313100.jpg)
Ahead of Nitish Kumar govt's floor test, Bihar Speaker says won't resign despite no-trust motion
ବିହାର ବିଧାନସଭାରେ ନୀତିଶ କୁମାର ଓ ତେଜସ୍ୱୀ ଯାଦବ ମହାମେଣ୍ଟ ସରକାର ଆଜି ବହୁମତ ସାବ୍ୟସ୍ତ କରିବେ। ଏଥିଲାଗି ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଫ୍ଲୋର୍ ଟେଷ୍ଟ୍ ପୂର୍ବରୁ ବିହାରରେ ନୂଆ ରାଜନୈତିକ ଡ୍ରାମା ଆରମ୍ଭ ହୋଇଯାଇଛି।
ପଦରୁ ଇସ୍ତଫା ଦେବାକୁ ସିଧା ସିଧା ବାଚସ୍ପତି ବିଜୟ ସିହ୍ନା ମନା କରି ଦେଇଛନ୍ତି। ବାଚସ୍ପତି ବିଜୟ ସିହ୍ନାଙ୍କ ବିରୋଧରେ ମହାମେଣ୍ଟ ସରକାର ଅବିଶ୍ୱାସ ପ୍ରସ୍ତାବ ଆଣିଥିଲେ ମଧ୍ୟ ଏହାକୁ ଅସାମ୍ବିଧାନିକ ବୋଲି ବାଚସ୍ପତି କହିଛନ୍ତି। ତାଙ୍କ ବିରୋଧରେ ଅଣାଯାଇଥିବା ଅବିଶ୍ୱାସ ପ୍ରସ୍ତାବ ମିଥ୍ୟା ଏବଂ ଏଥିରେ ନିୟମ ପାଳନ କରାଯାଇନାହିଁ ବୋଲି ବାଚସ୍ପତି ବିଜୟ ସିହ୍ନା କହିଛନ୍ତି।
ଏକ ପତ୍ର ଜାରି କରି ବାଚସ୍ପତି ନିଜର ପକ୍ଷ ରଖିଛନ୍ତି। ସେଥିରେ ସେ ଏକ ସାୟରି ମଧ୍ୟ ଲେଖିଛନ୍ତି। “ଦାଓ୍ୱଁ ପର ସବ୍କୁଛ୍ ଲଗା ହେ। ରୁକ୍ ନହିଁ ଶକ୍ତେ। ଟୁଟ୍ ଶକ୍ତେ ହେ, ମଗର ହମ୍ ଝୁକ୍ ନହିଁ ଶକ୍ତେ।” ଅର୍ଥାତ୍ ସେ ଭାଙ୍ଗି ଯିବେ ପଛେ ନଇଁବେ ନାହିଁ ବୋଲି ବାଚସ୍ପତି ଲେଖିଛନ୍ତି।
ନୀତିଶ-ତେଜସ୍ୱୀ ମହାମେଣ୍ଟ ସରକାର ବିଶ୍ୱାସ ମତ ସାବ୍ୟସ୍ତ କରିବା ଲାଗି ବିଧାନସଭା ଅଧିବେଶନ ଡକାଇଛନ୍ତି। ଏହି ସମୟରେ ବାଚସ୍ପତିଙ୍କୁ ହଟାଇବା ଲାଗି ଅବିଶ୍ୱାସ ପ୍ରସ୍ତାବ ଅଣାଯିବ। ଶାସକ ଦଳର ୫୩ ସଦସ୍ୟ ବାଚସ୍ପତିଙ୍କ ବିପକ୍ଷରେ ଅବିଶ୍ୱାସ ପ୍ରସ୍ତାବ ନୋଟିସ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଗୃହ ଆରମ୍ଭରୁ ହିଁ ଶାସକ ଦଳର ସଦସ୍ୟମାନେ ଅବିଶ୍ୱାସ ପ୍ରସ୍ତାବ ନୋଟିସ୍ ଉପରେ ଚର୍ଚ୍ଚା ପାଇଁ ଦାବି କରିବେ। ଏଭଳି ସ୍ଥିତିରେ ଏହା ଉପରେ ଚର୍ଚ୍ଚା କରିବା ପାଇଁ ଅନୁମତି ଦେବାକୁ ବାଚସ୍ପତି ବାଧ୍ୟ ହେବେ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)