Advertisment

ଏପଟେ ଶକ୍ତି ପରୀକ୍ଷା, ସେପଟେ CBI ରେଡ୍‌: ସକାଳୁ ସକାଳୁ ଆରଜେଡି MLCଙ୍କ ଘରେ ପଶିଲା ସିବିଆଇ

ଆଜି ସକାଳୁ ସକାଳୁ ପାଟନାରେ ମହାମେଣ୍ଟ ସରକାରରେ ଥିବା ରାଷ୍ଟ୍ରୀୟ ଜନତା ଦଳ RJDର ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂଙ୍କ ଘରେ ସିବିଆଇ ରେଡ୍ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Ahead of floor test in Bihar, CBI RAIDS residence of RJD MLC Sunil Singh

Ahead of floor test in Bihar, CBI RAIDS residence of RJD MLC Sunil Singh

ଗୋଟିଏପଟେ ନୀତିଶ କୁମାର ଓ ତେଜସ୍ୱୀ ଯାଦବ ମହାମେଣ୍ଟ ସରକାର ବହୁମତ ସାବ୍ୟସ୍ତ କରିବାକୁ ଥିବାବେଳେ ଅନ୍ୟପଟେ ଆରଜେଡିର ବିଧାନ ପରିଷଦ ସଦସ୍ୟଙ୍କ ଘରେ CBI ରେଡ୍‌ ହୋଇଛି। ଆଜି ସକାଳୁ ସକାଳୁ ପାଟନାରେ ମହାମେଣ୍ଟ ସରକାରରେ ଥିବା ରାଷ୍ଟ୍ରୀୟ ଜନତା ଦଳ RJDର ବିଧାନ ପରିଷଦ ସଦସ୍ୟ ସୁନୀଲ ସିଂଙ୍କ ଘରେ ସିବିଆଇ ରେଡ୍ ହୋଇଛି। 

Advertisment

ସୁନୀଲ ସିଂ,  RJD ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ଅତି ଘନିଷ୍ଠ ବୋଲି କୁହାଯାଉଛି। ରେଳବାଇରେ ନିଯୁକ୍ତି ଓ ଜମି ଜାଲିଆତି ମାମଲାରେ ସିବିଆଇ ଏହି ରେଡ୍ ହୋଇଥିବା ଜଣାପଡ଼ିଛି। CBI ରେଡ୍‌ ନେଇ ସୁନୀଲ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଉଦ୍ଦେଶ୍ୟମୂଳକ ଭାବେ CBI ରେଡ୍ କରିଛି। RJD ବିଧାୟକଙ୍କୁ ଜାଣିଶୁଣି ହଇରାଣ ହରକତ ଏବଂ ଡରାଇବା ପାଇଁ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। 

କେବଳ ବିହାର ନୁହେଁ ଏହି ସଂକ୍ରାନ୍ତରେ ଝାଡ଼ଖଣ୍ଡର ରାଞ୍ଚିରେ ମଧ୍ୟ ସିବିଆଇ ପକ୍ଷରୁ ରେଡ୍ ଚାଲିଛି। ରାଞ୍ଚିରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କ ପ୍ରତିନିଧି ପଙ୍କଜ ମିଶ୍ରଙ୍କ ସିବିଆଇ ଘରେ ରେଡ୍ ଓ ଜେରା  କରିଛି। ଗତ ଜୁଲାଇ ୧୯ ତାରିଖରେ ପଙ୍କଜ ମିଶ୍ରଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଗିରଫ କରିଥିଲା।  

Advertisment

ହାର ବିଧାନସଭାରେ ନୀତିଶ କୁମାର ଓ ତେଜସ୍ୱୀ ଯାଦବ ମହାମେଣ୍ଟ ସରକାର ଆଜି ବହୁମତ ସାବ୍ୟସ୍ତ କରିବେ। ଏଥିଲାଗି ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଡକାଯାଇଛି। ଫ୍ଲୋର୍‌ ଟେଷ୍ଟ୍‌ ପୂର୍ବରୁ ବିହାରରେ ନୂ‌ଆ ରାଜନୈତିକ ଡ୍ରାମା ଆରମ୍ଭ ହୋଇଯାଇଛି। ପଦରୁ ଇସ୍ତଫା ଦେବାକୁ ସିଧା ସିଧା ବାଚସ୍ପତି ବିଜୟ ସିହ୍ନା ମନା କରି ଦେଇଛନ୍ତି। ବାଚସ୍ପତି ବିଜୟ ସିହ୍ନାଙ୍କ ବିରୋଧରେ ମହାମେଣ୍ଟ ସରକାର ଅବିଶ୍ୱାସ ପ୍ରସ୍ତାବ ଆଣିଥିଲେ ମଧ୍ୟ ଏହାକୁ ଅସାମ୍ବିଧାନିକ ବୋଲି ବାଚସ୍ପତି କହିଛନ୍ତି। ତାଙ୍କ ବିରୋଧରେ ଅଣାଯାଇଥିବା ଅବିଶ୍ୱାସ ପ୍ରସ୍ତାବ ମିଥ୍ୟା ଏବଂ ଏଥିରେ ନିୟମ ପାଳନ କରାଯାଇନାହିଁ ବୋଲି ବାଚସ୍ପତି ବିଜୟ ସିହ୍ନା କହିଛନ୍ତି।

CBI Raid Tejashwi Yadav Nitish Kumar Bihar Politics Bihar Political Crisis
Advertisment
Advertisment