Astrospeak
  • Live TV
  • Read In English

Pahalgam Attack Aftermath: ତାଲିକା ପ୍ରସ୍ତୁତ, ଆଉ ମିଳିବନି ତ୍ରାହି; ଯେଉଁଠି ଲୁଚିଥିଲେ ବି ଗୋଡେଇ ଗୋଡେଇ ମାରିବେ ଯବାନ...

ଜାମ୍ମୁ-କାଶ୍ମୀରରେ ୧୪ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ପ୍ରସ୍ତୁତ କରିଛି ଗୁଇନ୍ଦା ସଂସ୍ଥା । ସମସ୍ତଙ୍କର ବୟସ ୨୦ରୁ ୪୦ ବର୍ଷ ମଧ୍ୟରେ ସୂଚନା ମିଳିଛି ।

Pahalgam Attack Aftermath
Pahalgam Attack Aftermath

ଆତଙ୍କୀ... ଆକ୍କା... ହୁସିଆର୍...ବଦଲାର ଆରମ୍ଭ ମାତ୍ର । ଆଗକୁ ଖେଳ ବହୁତ ବାକି । ଭାରତ ଆଖିରେ ଦାଉ ଦାଉ ଜଳୁଛି 'ପହଲଗାମ' ପ୍ରତିଶୋଧ ନିଆଁ । ମହଙ୍ଗା ପଡ଼ିଲା ଭାରତ ମାଟିରେ ରହି ଭାରତ ମାତାର ପଣତକାନିକୁ ରକ୍ତରଞ୍ଜିତ କରିବା ଷଡ଼ଯନ୍ତ୍ର। ଭାରତର ପହଲଗାମ୍ ପ୍ରତିଶୋଧ ଭୟରେ ବାଉଳିଖାଇଲାଣି ପାକିସ୍ତାନ। । ଏପଟେ ଜାମ୍ମୁ-କାଶ୍ମୀରରେ ୧୪ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ପ୍ରସ୍ତୁତ କରିଛି ଗୁଇନ୍ଦା ସଂସ୍ଥା । ସମସ୍ତଙ୍କର ବୟସ ୨୦ରୁ ୪୦ ବର୍ଷ ମଧ୍ୟରେ ସୂଚନା ମିଳିଛି । ଏସବୁ ଗୁଇନ୍ଦା ତଥ୍ୟ ଆଧାରରେ ସ୍ଥାନୀୟ ଆତଙ୍କୀଙ୍କ ତାଲିକା ପ୍ରକାଶ କରିଛି। ଯେତେବେଳେ ଯେଉଁଠି ବି ସେମାନଙ୍କୁ ଦେଖିବେ ଠୋ ଠା ଗୁଳି କରି ପ୍ରତିଶୋଧ ନେବେ ଯବାନ ।

ବଡ଼ କଥା ହେଲା ଅନୁପ୍ରବେଶ କରୁଥିବା ପାକିସ୍ତାନୀ ଆତଙ୍କୀକୁ ସହଯୋଗ କରୁଥିଲେ ଏମାନେ । ଏମିତିକି ଲୁଚି ରହିବାର ବ୍ୟବସ୍ଥା ସହ ବିଚରଣ ପାଇଁ ବାଟ ଦେଖାଉଥିଲେ ସ୍ଥାନୀୟ ଆତଙ୍କୀ । ହିଜବୁଲ୍‌ ମୁଜାହିଦ୍ଦିନ, LeT, JeM ପାଇଁ ମଧ୍ୟ କାର୍ଯ୍ୟ କରୁଥିଲେ ।

ଅଧିକ ପଢ଼ନ୍ତୁ: ଭାରତରେ ରକ୍ତ ଝରାଇ ପାଣି ବିନା ଛଟପଟ ହେବ ପାକିସ୍ତାନ

କାରଣ ପହଲଗାମ୍ ହମଲା ପାଇଁ ଏହି ସ୍ଥାନୀୟ ଆତଙ୍କୀମାନେ ହିଁ ଦାୟୀ । ଏମାନେ ହିଁ ପାକିସ୍ତାନୀ ଆତଙ୍କୀଙ୍କୁ ସାହାଯ୍ୟ କରିଥିଲେ ଏବଂ ସେମାନଙ୍କୁ ଆଶ୍ରୟ ଦେଇ ପୂରା ସ୍ଥାନର ବିବରଣୀ ଦେଇଥିବା ସେନା ସନ୍ଦେହ କରୁଥିବା ବେଳେ ୧୪ ଆତଙ୍କୀଙ୍କ ତାଲିକା ଜାରି କରିଛି ।

ଅପରପକ୍ଷେ ପହଲଗାମ ହମଲା ପରେ ନିଆଗଲା ବଡ଼ ଆକ୍ସନ । ତନ ତନ କରି ଯାଞ୍ଚ କରୁଛି ସେନା। ଆତଙ୍କୀ ନେଟୱର୍କ ଉପରେ ହେଉଛି ସାଂଘାତିକ ପ୍ରହାର। ଗଳିକନ୍ଦିରେ ଚାଲିଛି ସର୍ଚ୍ଚ ଅପରସେନ । ଏଯାବତ ୧୭୫ ଜଣଙ୍କୁ ଉଠାଇନେଇଛି ଫୋର୍ସ। ସେମାନଙ୍କୁ ଗୁଡ଼ାଇ ତୁଡ଼ାଇ ଚାଲିଛି ପଚରାଉଚରା। 

ଅନ୍ୟପଟେ ଆତଙ୍କବାଦୀଙ୍କ ଠିକଣା ଖୋଜି ଖୋଜି ଆକ୍ସନ ନେଉଛି ସେନା । ପହଲଗାମ ଆକ୍ରମଣରେ ସମ୍ପୃକ୍ତ ଥିବା ଆଉ ତିନି ଜଣ ଆତଙ୍କବାଦୀଙ୍କ ଘରକୁ ଧ୍ୱଂସ କରିଦିଆଯାଇଛି । ଗତକାଲି ରାତିରେ ଜମ୍ମୁ-କାଶ୍ମୀରର ସୋପିଆନ, ପୁଲୱାମା ଓ କୁଲଗାମରେ ୩ ଲସ୍କର ଆତଙ୍କୀଙ୍କ ଘର ମାଟି ମିଶିଛି ।  ଏହିସବୁ ଘରେ ରହି ଆତଙ୍କବାଦୀଙ୍କୁ ସମର୍ଥନ ଓ ପ୍ରୋତ୍ସାହନ ମିଳିଥିବା ଖବର ମିଳିଛି । ରାତିରେ ସର୍ଚ୍ଚ ଅପରେସନ ପରେ ସୁରକ୍ଷାବାହିନୀ ଆଇଇଡି ସାହାଯ୍ୟରେ ଘରଗୁଡିକୁ ଉଡାଇ ଦେଇଛି । 

ଅଧିକ ପଢ଼ନ୍ତୁ: ୨ ଆତଙ୍କୀଙ୍କ ଘର ଉଡ଼ାଇଲେ ସୁରକ୍ଷାକର୍ମୀ, ପହଲଗାମ୍ ହମ୍‌ଲାରେ ଥିଲେ ସାମିଲ