Advertisment

Narendra Modi's Strong Warning to Terrorists: ପହଲଗାମ୍ ଆତଙ୍କୀ ଆକ୍ରମଣ ପରେ ପ୍ରଧାନମନ୍ତ୍ରୀ ମୋଦିଙ୍କ କଡ଼ା ଚେତାବନୀ, ଖୋଜି ଖୋଜି ଧରିବୁ, ସଜା ଦେବୁ

ଗତ ୨୨ ତାରିଖର ଏହି ଘଟଣାରେ ଆତଙ୍କବାଦୀମାନେ କେବଳ ନିରୀହ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିନାହାନ୍ତି, ବରଂ ଭାରତର ଆତ୍ମା ଉପରେ ଆକ୍ରମଣ କରିବାର ଦୁଃସାହସ କରିଛନ୍ତି । ଏହି ଘଟଣାରେ ଭାରତ ଦୃଢ଼ ରହିଛି । ଆତଙ୍କବାଦୀଙ୍କୁ କଳ୍ପନାଠାରୁ ଅଧିକ ସଜା ମିଳିବ । ଯାହା ସେମାନେ କେବେ ଭାବି ପାରିନଥିବେ । ଯେଉଁ ଭୂଖଣ୍ଡକୁ ବ୍ୟବହାର କରୁଛନ୍ତି  ତାକୁ ମାଟିରେ ମିଶାଇବାର ବେଳ ଆସିଛି । ବିଶ୍ୱକୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଆତଙ୍କବାଦୀଙ୍କୁ ଚିହ୍ନଟ କରାଯିବ, ଧରା ଯିବ ଓ କଠୋର ଦଣ୍ଡ ବି ଦିଆଯିବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ଅଦ୍ୟତନ ହୋଇଛି
Terrorism

Terrorism

Advertisment

ପହଲଗାମ୍‌ ଆତଙ୍କୀ ହମ୍‌ଲାକୁ ନେଇ ପ୍ରଧାନମନ୍ତ୍ରୀଙ୍କ କଡ଼ା ଚେତାବନୀ । ଆକ୍ରମଣକାରୀଙ୍କୁ କଳ୍ପନାଠୁ ବଡ଼ ଦଣ୍ଡ ଦିଆଯିବ। ଯେଉଁ ଭୂଖଣ୍ଡକୁ ଆତଙ୍କବାଦୀ ବ୍ୟବହାର କରୁଛନ୍ତି ତାକୁ ମାଟିରେ ମିଶାଇବୁ । ପ୍ରତିଟି ଆତଙ୍କବାଦୀଙ୍କୁ ଚିହ୍ନଟ କରି ଖୋଜି ଖୋଜି ଦଣ୍ଡ ଦେବୁ । ଯାହା ସେମାନେ କେବେ ଭାବି ନଥିବେ । 

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଗତ ୨୨ ତାରିଖର ଏହି ଘଟଣାରେ ଆତଙ୍କବାଦୀମାନେ କେବଳ ନିରୀହ ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ କରିନାହାନ୍ତି, ବରଂ ଭାରତର ଆତ୍ମା ଉପରେ ଆକ୍ରମଣ କରିବାର ଦୁଃସାହସ କରିଛନ୍ତି । ଏହି ଘଟଣାରେ କେହି ନିଜର ପୁଅକୁ ହରେଇଛି ତ, କିଏ ନିଜର ବାପାଙ୍କୁ ହରେଇଛି । ପୁଣି କିଏ ନିଜର ସ୍ୱାମୀଙ୍କୁ ହରେଇଛି । ଏହି ଘଟଣାରେ କିଏ ଓଡ଼ିଆ ତ କିଏ ମରାଠୀ, କିଏ ଗୁଜରାଟୀ ତ ପୁଣି କିଏ ବିହାରୀ, ସମସ୍ତେ ପ୍ରାଣ ହରାଇଛନ୍ତି ।  

ଏହି ଘଟଣାରେ ଭାରତ ଦୃଢ଼ ରହିଛି । ଆତଙ୍କବାଦୀଙ୍କୁ କଳ୍ପନାଠାରୁ ଅଧିକ ସଜା ମିଳିବ । ଯାହା ସେମାନେ କେବେ ଭାବି ପାରିନଥିବେ । ଯେଉଁ ଭୂଖଣ୍ଡକୁ ବ୍ୟବହାର କରୁଛନ୍ତି  ତାକୁ ମାଟିରେ ମିଶାଇବାର ବେଳ ଆସିଛି । ବିଶ୍ୱକୁ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ଆତଙ୍କବାଦୀଙ୍କୁ ଚିହ୍ନଟ କରାଯିବ, ଧରାଯିବ ଓ କଠୋର ଦଣ୍ଡ ବି ଦିଆଯିବ । କାରଗିଲଠାରୁ ଠାରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ଦେଶବାସୀ ଏହାକୁ ନେଇ ଲୁହ ଗଡ଼ାଉଛନ୍ତି । କ୍ଷୋଭ ମଧ୍ୟ ପ୍ରକାଶ କରୁଛନ୍ତି । ଲୋକଙ୍କ ମଧ୍ୟରେ ପ୍ରତିଶୋଧର ବହ୍ନି ଜଳୁଛି ।

Advertisment

୧୪୦ କୋଟି ଭାରତୀୟଙ୍କ ଆଶା ଓ ଆକାଂକ୍ଷାକୁ ଭାଙ୍ଗିବାକୁ ଦିଆଯିବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ ସ୍ୱରରେ କହିଛନ୍ତି । ଭାରତ ଆତଙ୍କବାଦର ମୂଳପୋଛ କରିବାକୁ ସେ ଆହ୍ୱାନ ଦେଇଛନ୍ତି । ଆତଙ୍କବାଦ ବିରୋଧରେ ଲଢ଼େଇକୁ ଜୋରଦାର କରିବ । ଆତଙ୍କବାଦୀଙ୍କ ଜମି ଛଡେଇ ନିଆଯିବ ବୋଲି ସେ ଶାଣିତ ଆକ୍ରମଣ କରିଛନ୍ତି । ବିଶ୍ୱର ବିଭିନ୍ନ ଦେଶର ନେତାମାନେ ଭାରତ ସହ ଏହି ସମୟରେ ଛିଡା ହୋଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଅଧିକ ପଢ଼ନ୍ତୁ:  ପହଲଗାମର ପରିଣତି ୱାଟର ଷ୍ଟ୍ରାଇକ: କ’ଣ ଏହି ସିନ୍ଧୁ ଜଳ ଚୁକ୍ତିନାମା, ପାକିସ୍ତାନକୁ କେମିତି ଲାଗିବ ଝଟ୍‌କା ?

Advertisment

ପହଲଗାମ୍ ଘଟଣାରେ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ସଭାରେ କିଛି ସମୟ ନୀରବ ପ୍ରାର୍ଥନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜେ ହାତ ଯୋଡି ଶ୍ରଦ୍ଧାଞ୍ଜଳି ଦେବା ସହ ଉପସ୍ଥିତ ଜନତା ନିଜ ନିଜ ଆସନରେ ବସି ରହି ନୀରବ ପ୍ରାର୍ଥନା କରିବାକୁ ଅନୁରୋଧ କରିଥିଲେ ପ୍ରଧାନମନ୍ତ୍ରୀ । ତା ପରେ ଓଁ ଶାନ୍ତି କହି ଆରମ୍ଭ କରିଥିଲେ ଭାଷଣ । ଶେଷ ବେଳକୁ ଭାରତ ମାତା କୀ ଜୟ କହି ଭାଷଣ ଶେଷ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ତେବେ ତାଙ୍କ ଭାଷଣରେ ପ୍ରଧାନମନ୍ତ୍ରୀ ବିହାର ମାଟିରୁ ଆତଙ୍କବାଦୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି ।

ବିହାରର ମଧୁବନିରେ ପଞ୍ଚାୟତିରାଜ ଦିବସ ପାଳନ ଅବସରରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ବିହାରରୁ ସତ୍ୟାଗ୍ରହର ବୀଜ ବୁଣିଥିଲେ ବାପୁଜୀ । ଗାଁର ବିକାଶ ନହେଲେ ଦେଶର ବିକାଶ ହୋଇପାରିବ ନାହିଁ ବୋଲି ବାପୁଜୀ କହିଥିଲେ । ପଞ୍ଚାୟତରେ ମହିଳାଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରି ବିହାର ସାମାଜିକ ନ୍ୟାୟକୁ ଆଗକୁ ନେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ତେବେ ଦେଶର ବିକାଶ ପାଇଁ ବିକଶିତ ଭାରତ ପାଇଁ ଶାନ୍ତି ଓ ସୁରକ୍ଷା ଜରୁରୀ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ।

ଅଧିକ ପଢ଼ନ୍ତୁ: ଭାରତ କଲା ଡିଜିଟାଲ ଷ୍ଟ୍ରାଇକ୍, ପାକିସ୍ତାନର ସରକାରୀ ‘X’ ଆକାଉଣ୍ଟକୁ କଲା ବ୍ୟାନ୍

Prime Minister Narendra Modi Terrorism
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ