/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695265235.jpg)
Womens Reservation Bill
ମହିଳା ସଂରକ୍ଷଣ ବିଲ୍ ଉପରେ ଆଜି ରାଜ୍ୟସଭାରେ ହେବ ଆଲୋଚନା। ଗତକାଲି ଲମ୍ବା ବିତର୍କ ପରେ ଲୋକସଭାରେ ପାରିତ ହୋଇଛି ଐତିହାସିକ ମହିଳା ସଂରକ୍ଷଣ ବିଲ୍। ନାରୀ ଶକ୍ତି ବନ୍ଦନ ଅଧିନିୟମ ନାଁରେ ଆଗତ ଐତିହାସିକ ବିଲ୍ ସପକ୍ଷରେ ୪୫୪ ଭୋଟ୍ ମିଳିବା ପରେ ଏହାକୁ ଲୋକସଭାର ଅନୁମୋଦନ ମିଳିଛି। ଏହି ବିଲ ଆଇନରେ ପରିଣତ ହେଲେ ଲୋକସଭା ଓ ବିଧାନସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ସ୍ଥାନ ସଂରକ୍ଷଣ ନିଶ୍ଚିତ ହେବ।
ବହୁ ଚର୍ଚ୍ଚିତ ମହିଳା ସଂରକ୍ଷଣ ବିଲକୁ ସଂସଦର ଚଳିତ ସ୍ୱତନ୍ତ୍ର ଅଧିବେଶନର ଦ୍ୱିତୀୟ ଦିନରେ ଉପସ୍ଥାପନ କରିଥିଲେ ପ୍ରଧାନମନନ୍ତ୍ରୀ ନରେନ୍ଦ୍ର ମୋଦି। ତେବେ ଗୃହ ମୁଲତବୀ ହେବାରୁ ବିଲ ଉପରେ ଗତକାଲି ମଧ୍ୟ ବିସ୍ତୃତ ଆଲୋଚନା ହୋଇଥିଲା। ବିଲ ସପକ୍ଷରେ ୪୫୪ ଭୋଟ୍ ପଡ଼ିଥିବା ବେଳେ ବିପକ୍ଷରେ ମାତ୍ର ୨ଟି ଭୋଟ୍ ପଡ଼ିଥିଲା। ବିଲକୁ ନେଇ ଆଲୋଚନା ବେଳେ ଏହା ରାଜନୈତିକ ମୁଦ୍ଦା ନୁହେଁ, ବରଂ ଦେଶର ମହିଳାଙ୍କ ପାଇଁ ସମ୍ମାନର ପ୍ରସଙ୍ଗ ବୋଲି କହିଥିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ।
ଅଧିକ ପଢ଼ନ୍ତୁ: ମହିଳା ସଂରକ୍ଷଣ ବିଲ୍ ଆଇନରେ ପରିଣତ ହେଲେ କ’ଣ ସବୁ ପରିବର୍ତ୍ତନ ହେବ
ସେପଟେ ମହିଳା ବିଲକୁ ପାସ କରାଯିବା ସହ ଏହାକୁ ତୁରନ୍ତ ଲାଗୁ କରାଯାଉ ଏବଂ ଆଉ ଜନଗଣନାର ଆଧାର ନୁହେଁ ବରଂ ସିଧା ମହିଳାଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବାକୁ କେନ୍ଦ୍ର ସରକାରଙ୍କୁ ପ୍ରସ୍ତାବ ଦେଇଥିଲେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)