Advertisment

‘ବିଶ୍ୱରେ ବିଶ୍ୱାସର ସଂକଟ’ : G20 ସମ୍ମିଳନୀର ସ୍ୱାଗତ ସମ୍ବୋଧନରେ ‘ସବକା ସାଥ୍..’ ମନ୍ତ୍ର ଦେଲେ ମୋଦି

ସମସ୍ତଙ୍କୁ ସାଥୀରେ ନେଇ ଚାଲିବାର ସମୟ..ସବକା ସାଥ୍, ବିକାଶ ଓ ବିଶ୍ୱାସର ମନ୍ତ୍ର ପଥପ୍ରଦର୍ଶକ

author-image
Prangyan Parimita
ଅଦ୍ୟତନ ହୋଇଛି
Narendra Modi

Narendra Modi

ଆରମ୍ଭ ହେଲା ଅଷ୍ଟାଦଶ ଜି-୨୦ ଶିଖର ସମ୍ମିଳନୀ । ନୂଆଦିଲ୍ଲୀର ଭାରତ ମଣ୍ଡପମରେ ଏକାଠି ହୋଇଛନ୍ତି ବିଶ୍ୱ ନେତା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ବୋଧନରୁ ଆରମ୍ଭ ହୋଇଛି ଏଥରର G20 ସମ୍ମିଳନୀ । ନୂଆଦିଲ୍ଲୀ ଭାରତମଣ୍ଡପମରେ ବିଶ୍ୱର ଶକ୍ତିଶାଳୀ ରାଷ୍ଟ୍ରମୁଖ୍ୟଙ୍କ ସହ ଆଲୋଚନା ହେଉଛି । G20ର ପ୍ରଥମ ସେସନ୍ ONE EARTHରେ ବିଶ୍ୱରେ ଏକତା ଓ ଶାନ୍ତି ପ୍ରତିଷ୍ଠା ଦିଗରେ ଆଲୋଚନା ହେବା ସହ ବିଶ୍ୱରେ ବିଶ୍ୱାସର ଘୋର ଅଭାବ ଦେଖାଦେଇଛି ବୋଲି ମତ ପ୍ରକାଶ ପାଇଛି।

Advertisment

ହେଲେ ଏହି ସଙ୍କଟକୁ ଦୂର କରାଯାଇ ପାରିବ । ଏବେ ସମସ୍ତଙ୍କୁ ସାଥୀରେ ନେଇ ଚାଲିବାର ସମୟ ଆସିଛି । ‘ସବକା ସାଥ୍, ବିକାଶ ଓ ବିଶ୍ୱାସର ମନ୍ତ୍ର ହିଁ ପଥ ପ୍ରଦର୍ଶକ ସାଜିବ । ତେଣୁ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ମୋଦି ଅଭିଭାଷଣ ଆରମ୍ଭରୁ କହିଛନ୍ତି ।

ଦୁଇ ଦିନିଆ ସମ୍ମିଳନୀରେ ଜାତିସଂଘର ମହାସଚିବ ଗୁଣ୍ଟେରସଙ୍କ ଠାରୁ ଆରମ୍ଭ କରି ୩୦ ଜଣ ରାଷ୍ଟ୍ରମୁଖ୍ୟ, ସେମାନଙ୍କ ପ୍ରତିନିଧି ଏବଂ ୧୪ଟି ଅନ୍ତର୍ଜାତୀୟ ସଂଗଠନର ମୁଖ୍ୟ ଯୋଗ ଦେଉଛନ୍ତି । ପର୍ଯ୍ୟାୟ କ୍ରମେ ଆଜି ଦିନ ସାରା ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସକାଳେ ପ୍ରଥମେ ବିଭିନ୍ନ ରାଷ୍ଟ୍ରରୁ ଆସିଥିବା ବିଦେଶୀ ଅତିଥିଙ୍କୁ ସ୍ୱାଗତ ସହ ୱେଲକମ୍ ସେରିମନି ହେବ। ପରେ ମଧ୍ୟାହ୍ନ ପର୍ଯ୍ୟନ୍ତ ଚାଲିବ ପ୍ରଥମ ଅଧିବେଶନ। ପରେ ବିଦେଶୀ ଅତିଥିଙ୍କ ଲାଗି ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି ।

Advertisment

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ହୋଷ୍ଟ କରିବେ । ଏହା ପରେ କିଛି ଖାଲି ସମୟ ରହିବ । ଏହି ସମୟରେ ବିଭିନ୍ନ ଶୀର୍ଷ ନେତାମାନେ ଦ୍ୱିପାକ୍ଷିକ ବୈଠକ କରିପାରିବେ । ଏହା ପରେ ଦ୍ୱିତୀୟ ଅଧିବେଶନ ଆରମ୍ଭ ହେବ ଏବଂ ଏହା ସନ୍ଧ୍ୟା ପର୍ଯ୍ୟନ୍ତ ଜାରି ରହିବ । ଏହା ପରେ କିଛି ସମୟ ଦ୍ୱିପାକ୍ଷିକ ବୈଠକ ଲାଗି ସମୟ ମିଳିବ । ଏହା ପରେ ରାତି ୮ଟାରେ ରାତ୍ରୀ ଭୋଜନ ରହିଛି।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପକ୍ଷରୁ ବିଦେଶୀ ଅତିଥିଙ୍କ ଲାଗି ରାତ୍ର ଭୋଜନ ବ୍ୟବସ୍ଥା ରହିଥିବା ବେଳେ ଏଥିରେ ଏକ ମ୍ୟୁଜିକାଲ ପ୍ରୋଗ୍ରାମ ମଧ୍ୟ ରଖାଯାଇଛି। ଭାରତର ବିବିଧତା ପ୍ରଦର୍ଶନ ଲାଗି ଏହି ମ୍ୟୁଜିକାଲ ପ୍ରୋଗ୍ରାମରେ ଅନେକ ବିରଳ ବାଦ୍ୟଯନ୍ତ୍ର ବ୍ୟବହାର କରାଯିବ । ଯୁବ ସଂଗୀତଜ୍ଞ ଏବଂ ଦିବ୍ୟାଙ୍ଗ କଳାକାରମାନେ ଏଥିରେ ଅଂଶଗ୍ରହଣ କରିବା କାର୍ଯ୍ୟକ୍ରମ ରହିଛି। ..

ଭାରତର ଅଧ୍ୟକ୍ଷତାରେ ପ୍ରଥମ ଥର ଜି-୨୦ ସମ୍ମିଳନୀ ହେଉଥିବା ବେଳେ ଏବର୍ଷର ଥିମ୍ ରହିଛି ‘ବସୁଧୈବ କୁଟୁମ୍ବକମ୍’ ଅର୍ଥାତ୍ ଗୋଟିଏ ବିଶ୍ୱ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ।..

Narendra Modi
Advertisment
Advertisment