Advertisment

ସିଡିଏସ୍ ବିପିନ୍ ରାୱତଙ୍କ ହେଲିକପ୍ଟର କ୍ରାସ୍ : ଦୁର୍ଘଟଣାସ୍ଥଳରୁ ୪ମୃତଦେହ ଉଦ୍ଧାର

ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ଅଧିକାରୀଙ୍କୁ ନେଇ ଯାଉଥିବା ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାଥମିକ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଦୁର୍ଘଟଣାସ୍ଥଳରୁ ୪ ମୃତଦେହ ଉଦ୍ଧାର କରିବା ସହ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି ।

author-image
Prangyan Parimita
ଅଦ୍ୟତନ ହୋଇଛି
Army Helicopter Crash

Army Helicopter Crash

କୁନ୍ନୁର : ତାମିଲନାଡୁ କୁନ୍ନୁରରେ ବାୟୁସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ଘଟିଛି । ସିଡିଏସ୍ ବିପିନ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ଅଧିକାରୀଙ୍କୁ ନେଇ ଯାଉଥିବା ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଛି । ପ୍ରାଥମିକ ସୂଚନା ଅନୁସାରେ ଏପର୍ଯ୍ୟନ୍ତ ଦୁର୍ଘଟଣାସ୍ଥଳରୁ ୪ ମୃତଦେହ ଉଦ୍ଧାର କରିବା ସହ ତିନି ଜଣଙ୍କୁ ଉଦ୍ଧାର କରାଯାଇଛି ।

Advertisment

ଉଦ୍ଧାର କାର୍ଯ୍ୟ ଜାରି ରହିଛି

କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ସେନା ହେଲିକପ୍ଟରରେ କେବଳ ସିଡିଏସ୍ ବିପିନ ରାୱତ ନୁହଁନ୍ତି ତାଙ୍କ ପତ୍ନୀ ମଧ୍ୟ ଉପସ୍ଥିତ ଥିଲେ । ବର୍ତ୍ତମାନ ଦୁର୍ଘଟଣା ପରେ କେଉଁ ଅନେକଙ୍କୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ଉଦ୍ଧାର କାର୍ଯ୍ୟ ଚାଲିଛି ।

ହେଲିକପ୍ଟରରେ କେଉଁ କେଉଁମାନେ ଥିଲେ ?

ସିଡିଏସ୍ ଜେନେରାଲ ବିପିନ୍ ରାୱତ୍‌ , ବିପିନ୍ ରାୱତ୍‌ଙ୍କ ପତ୍ନୀ ମଧୁଲିକା ରାୱତ୍‌, ବ୍ରିଗେଡିୟର ଏଲ.ଏସ୍‌ ଲିଡର ,ଲେଫ୍ଟନାଣ୍ଟ୍‌ କର୍ଣ୍ଣେଲ ହରଜିନ୍ଦର ସିଂ, ନାଏକ ଗୁରସେୱକ ସିଂ, ନାଏକ ଜିତେନ୍ଦ୍ର କୁମାର, ଲାନ୍ସ ନାଏକ ବିବେକ କୁମାର, ଲାନ୍ସ ନାଏକ ବି ସାଇ ତେଜା, ହାବିଲଦାର ସତପାଲ୍

Advertisment

କେଉଁଠାରେ କ୍ରାସ୍ ହେଲା ସେନା ହେଲିକପ୍ଟର?

ସିଡିଏସଙ୍କୁ ନେଇ ଯାଉଥିବା ଏହି ସେନା ହେଲିକପ୍ଟର ତାମିଲନାଡୁର କୁନ୍ନୁରରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଜଙ୍ଗଲିଆ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି । ଏଥିସହିତ ଉଦ୍ଧାର ହୋଇଥିବା ଲୋକଙ୍କୁ ଚିକିତ୍ସା ପାଇଁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ହେଲିକପ୍ଟରଟି କେଉଁଠାରୁ ଉଡ଼ାଣ ଭରିଥିଲା?

ସିଡିଏସ୍ ବିପିନ ରାୱତ ଏକ ଲେକ୍ଚର ସିରିଜ୍ ପାଇଁ ଓଟି ୱେଲିଙ୍ଗଟନ୍ ଯାଇଥିଲେ । ତାଙ୍କ ସହ ତାଙ୍କ ପତ୍ନୀ ଏବଂ ବ୍ରିଗେଡିୟର୍ ରାଙ୍କର ଅଧିକାରୀ ହେଲିକପ୍ଟରରେ ସବାର ଥିଲେ। ଉଡ଼ାଣ ଭରିବାର କିଛି ସମୟ ମଧ୍ୟରେ ହିଁ ହେଲିକପ୍ଟରଟି ଦୁର୍ଘଟଣାଗ୍ରସ୍ତ ହୋଇଛି ।

ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନି

ତେବେ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଭିଭିଆଇପି ହେଲିକପ୍ଟରରେ ସବାର ଥିଲେ, ଉଡାଣର ନିମୟ ସମ୍ପୂର୍ଣ୍ଣ ଭିନ୍ନ ଥାଏ । ଆଗାମୀ ସମୟରେ ସେନାର କୋର୍ଟ ଅଫ୍ ଇନକ୍ୱାରୀରେ ଦୁର୍ଘଟଣାର କାରଣ ଜଣାପଡ଼ିବ ବୋଲି କୁହାଯାଉଛି ।

Army Helicopter Crash
Advertisment
Advertisment