ଅଯୋଧ୍ୟା ରାମମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ସ୍ବତନ୍ତ୍ର ରୀତିନୀତିରେ ସରଜୁ ନଦୀରେ ତାଙ୍କୁ ଜଳ ସମାଧି ଦିଆଯାଇଛି । ଅଯୋଧ୍ୟାରେ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସ ପାର୍ଥୀବ ଶରୀରକୁ ଆଜି ବିଶାଳ ଶୋଭାଯାତ୍ରାରେ ନିଆଯାଇଥିଲା । ନଗର ପରିକ୍ରମା ପରେ ତାଙ୍କୁ ଜଳ ସମାଧି ଦିଆଯାଇଛି । ଦେଶର ବିଭିନ୍ନ କୋଣ ଅନୁକୋଣରୁ ଅନୁଗାମୀ ଓ ଶୁଭେଚ୍ଛୁ ତାଙ୍କୁ ଅନ୍ତିମ ଦର୍ଶନ କରିଛନ୍ତି । ଲକ୍ଷ୍ନୌର ଏସଜିପିଜିଆଇ ହସ୍ପିଟାଲରେ ୮୫ ବର୍ଷ ବୟସରେ ଅଯୋଧ୍ୟା ରାମମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସ ଆଖି ବୁଜିଥିଲେ ।
ରାମମନ୍ଦିର ସେବାରେ ସର୍ବାଧିକ ୩୦ ବର୍ଷ ବିତାଇଥିଲେ ସତ୍ୟୈନ୍ଦ୍ର ଦାସ । ମାତ୍ର ୨୦ ବର୍ଷ ବୟସରେ ଆଧ୍ୟାତ୍ମିକ ମାର୍ଗକୁ ବାଛି ନିର୍ବାଣୀ ଆଖଡାର ସଦସ୍ୟ ହୋଇଥିଲେ । ବାବ୍ରି ମସଜିଦ ଭାଙ୍ଗିବା ପୂର୍ବରୁ ୧୯୯୨ରେ ରାମମନ୍ଦିର ମୁଖ୍ୟ ପୂଜକ ଭାବରେ ତାଙ୍କୁ ନିଯୁକ୍ତି ମିଳିଥିଲା ।
Also Read
ସେ ୮୫ ବର୍ଷ ବୟସରେ ଲକ୍ଷ୍ନୌ ଏସଜିପିଜିଆଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ । ବ୍ରେନ ଷ୍ଟ୍ରୋକ ହେବା ପରେ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଆଚାର୍ଯ୍ୟଙ୍କ ମୃତ୍ୟୁ ଘଟିଥିବା ନେଇ ଶିଷ୍ୟ ପ୍ରଦୀପ ଦାସଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା ।
ଗତ ୩ ତାରିଖରେ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା । ତାଙ୍କୁ ଲକ୍ଷ୍ନୌ ଏସଜିପିଜିଆଇ ହସ୍ପିଟାଲର ନ୍ୟୁରୋଲୋଜି ୱାର୍ଡରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ପରଲୋକ ଘଟିଥିଲା । ସେ ମଧୁମେହ ଓ ଉଚ୍ଚ ରକ୍ତଚାପ ସମସ୍ୟାରେ ପୀଡିତ ଥିବାନେଇ ମଧ୍ୟ ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଥିଲା । ଶିଷ୍ୟ ପ୍ରଦୀପ ଦାସଙ୍କ କହିବା ଅନୁଯାୟୀ ଲମ୍ବା ସମୟ ଧରି ରୋଗଗ୍ରସ୍ଥ ରହିବା ପରେ ଲକ୍ଷ୍ନୌରେ ପ୍ରାୟ ୮ଟା ସମୟରେ ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟୈନ୍ଦ୍ର ଦାସ ଇହଧାମ ତ୍ୟାଗ କରିଥିଲେ ।