Abu Qatal Killed: ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କୀ ଅବୁ କତାଲକୁ ହତ୍ୟା, ରଜୌରୀ ଆକ୍ରମଣର ଥିଲା ମାଷ୍ଟରମାଇଣ୍ଡ

ଅବୁ କତାଲ ଭାରତରେ ମଧ୍ୟ ଅନେକ ବଡ଼ ଆକ୍ରମଣ କରିଛି । ସେ NIAର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଥିଲା । ଆତଙ୍କୀ ଅବୁ କତାଲ ସେନା ସମେତ ସମସ୍ତ ସୁରକ୍ଷା ଏଜେନ୍ସି ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ।

ମୋଷ୍ଟ ୱାଣ୍ଟେଡ୍‌ ଆତଙ୍କୀ ନିପାତ

ପାକିସ୍ତାନରେ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୈବାକୁ ଏକ ବଡ଼ ଝଟକା ଲାଗିଛି । ମୋଷ୍ଟ ୱାଣ୍ଟେଡ୍ ଆତଙ୍କବାଦୀ ଅବୁ କତାଲକୁ ହତ୍ୟା । ଶନିବାର ରାତି ୮ଟାରେ ଆତଙ୍କୀ ଅବୁ କତାଲକୁ ପାକିସ୍ତାନରେ ହତ୍ୟା କରାଯାଇଛି । ଅବୁ କତାଲ ଭାରତରେ ମଧ୍ୟ ଅନେକ ବଡ଼ ଆକ୍ରମଣ କରିଛି । ସେ NIAର ମୋଷ୍ଟ ୱାଣ୍ଟେଡ୍‌ ତାଲିକାରେ ଥିଲା । ଆତଙ୍କୀ ଅବୁ କତାଲ ସେନା ସମେତ ସମସ୍ତ ସୁରକ୍ଷା ଏଜେନ୍ସି ପାଇଁ ଏକ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଥିଲା ।

ଅଧିକ ପଢ଼ନ୍ତୁ: ବଢ଼ିଲା କର୍ଣ୍ଣାଟକ ପୋଲିସ ହାଉସିଂ କର୍ପୋରେସନ୍ ଡିଜିପିଙ୍କ ଅଡୁଆ, ବାଧ୍ୟତାମୂଳକ ଛୁଟିରେ ପଠାଇଲେ ସରକାର

ଆତଙ୍କବାଦୀ ଅବୁ କତାଲ ହାଫିଜ୍ ସଇଦର ବହୁତ ନିକଟତର ଥିଲା । ହାଫିଜ୍ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ୧୬୬ ଜଣ ପ୍ରାଣ ହରାଇଥିଲେ। ଲସ୍କର-ଏ-ତୈବାର ୧୦ ଜଣ ପାକିସ୍ତାନୀ ଆତଙ୍କବାଦୀ ମୁମ୍ବାଇର ଅନେକ ସ୍ଥାନରେ ଆକ୍ରମଣ କରିଥିଲେ। ଏହି ଘଟଣା ଯୋଗୁଁ ପାକିସ୍ତାନ ଏବଂ ଭାରତ ମଧ୍ୟରେ ସମ୍ପର୍କ ଖରାପ ହୋଇଗଲା । ଏମିତି କି ଏହି ଘଟଣା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା ।

ଜମ୍ମୁ-କାଶ୍ମୀରରେ ଏକ ବଡ଼ ଆକ୍ରମଣ କରିବା ପାଇଁ ହାଫିଜ୍ ସଇଦ ହିଁ ଅବୁକୁ ଦାୟିତ୍ୱ ଦେଇଥିଲା। ହାଫିଜ୍ ହିଁ ଅବୁ କତାଲକୁ ଲସ୍କରର ମୁଖ୍ୟ ଅପରେସନାଲ୍ କମାଣ୍ଡର କରିଥିଲା । ହାଫିଜ୍ ସଇଦର ନିର୍ଦ୍ଦେଶରେ ହିଁ ଅବୁ କାଶ୍ମୀରରେ ବଡ଼ ଆକ୍ରମଣ କରୁଥିଲା ।

ସୂଚନା ଅନୁସାରେ, ୯ ଜୁନ୍‌ରେ ଜମ୍ମୁ-କାଶ୍ମୀରର ରିଆସିର ଶିବ-ଖୋଡି ମନ୍ଦିରରୁ ଫେରୁଥିବା ତୀର୍ଥଯାତ୍ରୀଙ୍କ ଏକ ବସ୍ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ। ସେହି ଆକ୍ରମଣର ମାଷ୍ଟରମାଇଣ୍ଡ୍ ମଧ୍ୟରୁ ଅବୁ କତାଲ ସିଂଘି ମଧ୍ୟ ଜଣେ ଥିଲା । ଏହା ବ୍ୟତୀତ, ଅବୁ କାଶ୍ମୀରରେ ଅନେକ ବଡ଼ ଆକ୍ରମଣର ମାଷ୍ଟରମାଇଣ୍ଡ ମଧ୍ୟ ରହିଥିଲା । ସେହିପରି ୨୦୨୩ ରଜୌରୀ ଆକ୍ରମଣ ପାଇଁ NIA ଅବୁ କତାଲକୁ ଦାୟୀ କରିଥିଲା ।

ବାସ୍ତବରେ, ଜାନୁଆରୀ ୨୦୨୩ରେ, NIA ରାଜୌରୀରେ ହୋଇଥିବା ଆକ୍ରମଣ ପାଇଁ ୫ ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା । ଯେଉଁଥିରେ ଲସ୍କରର ୩ ଜଣ ପାକିସ୍ତାନୀ ଆତଙ୍କବାଦୀ ମଧ୍ୟ ସାମିଲ ଥିଲେ । ଜାନୁଆରୀ ୧, ୨୦୨୩ରେ ରାଜୌରୀ ଜିଲ୍ଲାର ଧାଙ୍ଗ୍ରି ଗାଁରେ ସାଧାରଣ ଲୋକଙ୍କ ଉପରେ ଏକ ଆତଙ୍କବାଦୀ ଆକ୍ରମଣ ହୋଇଥିଲା । ପରଦିନ IED ବିସ୍ଫୋରଣ ଘଟିଥିଲା। ଆକ୍ରମଣରେ ଦୁଇ ଶିଶୁଙ୍କ ସମେତ ସାତ ଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ଅନେକ ଲୋକ ଗୁରୁତର ଆହତ ହୋଇଥିଲେ। ଆଉ ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା ଅବୁ କତାଲ ।

ଅଧିକ ପଢ଼ନ୍ତୁ: ଏବେ ଫେରିବେନି ସୁନିତା, ହାଇଡ୍ରଲିକ୍ ସିଷ୍ଟମରେ ତ୍ରୁଟି କାରଣରୁ ମିଶନ ସ୍ଥଗିତ