Advertisment

ଏଣିକି ମହିଳାଙ୍କୁ ମିଳିବ ମାସିକ ୧୦୦୦ ଟଙ୍କା; ପ୍ରତିଶ୍ରୁତି ପୂରଣ କରିବେ ଏହି ସରକାର

ନିର୍ବାଚନ ଲଢ଼ିଥିଲେ, ଜିତିଲେ...ଏବେ ସମୟ କେବଳ ନିର୍ବାଚନ ପୂର୍ବରୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବାର...

author-image
Otv Khabar Bureau
ଅଦ୍ୟତନ ହୋଇଛି
government will fulfill another big promise women

government will fulfill another big promise women

ଏଣିକି ପ୍ରତ୍ୟେକ ମହିଳାଙ୍କୁ ମିଳିବ ୧୦୦୦ ଟଙ୍କା । ନିର୍ବାଚନ ଜିତିବା ପରେ ନିଜ ପ୍ରତିଶ୍ରୁତି ପୂରଣ କରିବାକୁ ଯାଉଛନ୍ତି ପଞ୍ଜାବ ସରକାର। ପଞ୍ଜାବର ଆପ୍‌ ସରକାର ପ୍ରତି ମାସରେ ମହିଳାଙ୍କୁ ୧୦୦୦ ଟଙ୍କା ଦେବା ନେଇ ଯେଉଁ ପ୍ରତିଶ୍ରୁତି ଦେଇଥିଲେ, ତାକୁ ପୂରଣ କରିବାକୁ ଯାଉଛନ୍ତି। ଏନେଇ ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି। 

Advertisment

କ୍ୟାବିନେଟ ମନ୍ତ୍ରୀ ବଲ୍‌ଜିତ୍‌ କୌର କହିଛନ୍ତି, ‘ଆଗାମୀ ମାସେ କିମ୍ବା ଦୁଇ ମାସ ମଧ୍ୟରେ ୧୮ ବର୍ଷରୁ ଊର୍ଦ୍ଧ୍ୱ ମହିଳାଙ୍କୁ ୧ ହଜାର ଟଙ୍କା ଦେବାର ପ୍ରତିଶ୍ରୁତି ପୂରଣ କରିବେ। ବଜେଟ୍ ଆସିବା ମାତ୍ରେ ଆମେ ଏହି ପ୍ରତିଶ୍ରୁତିକୁ ପ୍ରାଥମିକତା ଦେବୁ। ’

ନିର୍ବାଚନ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ପ୍ରତିଶ୍ରୁତି ଦେଇଥିଲେ ଯେ, ମହିଳା ସଶକ୍ତିକରଣ ପାଇଁ ଯଦି ତାଙ୍କ ସରକାର ପଞ୍ଜାବରେ କ୍ଷମତାକୁ ଆସନ୍ତି, ତା’ହେଲେ ପ୍ରତ୍ୟେକ ମହିଳାଙ୍କୁ ୧୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯିବ।

Advertisment
Aap government will fulfill another big promise women of Punjab will soon get 1 thousand rupees(ସରକାରଙ୍କ ପ୍ରତିଶ୍ରୁତି)

ମହିଳାଙ୍କୁ ଆର୍ଥିକ ସହାୟତା ଯୋଗାଇବା ଅଭିଯାନ ଆରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ ମହିଳାମାନଙ୍କ ନାମ ପଞ୍ଜୀକୃତ କରିବାସହ ସେମାନଙ୍କୁ ସ୍ଲିପ ପ୍ରଦାନ କରିଥିଲେ।କେଜ୍ରିୱାଲ୍‌ଙ୍କ ଏହି ଘୋଷଣାରେ ବିରୋଧୀ ଅନେକ ହଙ୍ଗାମା କରିଥିଲେ। ଯେଉଁଠି ଭଣ୍ଡାର ଖାଲି ଅଛି, ଟଙ୍କା କୁଆଡ଼ୁ ଆସିବ ଓ କେମିତି ଦିଆଯିବ ବୋଲି ବିରୋଧୀ ପ୍ରଶ୍ନ କରିଥିଲେ। 

ବିରୋଧୀଙ୍କ ପ୍ରଶ୍ନର ଜବାବ ରଖି କେଜ୍ରିୱାଲ ଭିଡିଓ ଜାରି କରି କହିଥିଲେ, ମହିଳାଙ୍କୁ ୧୦୦୦ ଟଙ୍କା ଦେଇ  ଦେଲେ ପଞ୍ଜାବର ଭଣ୍ଡାର ଖାଲି ହୋଇଯିବ ନାହିଁ। ଯଦି କାହାର ଝିଅଙ୍କ କଲେଜ ପାଠପଢ଼ା ପାଇଁ ୧୦୦୦ ଟଙ୍କା ଦିଆଯାଏ, ତା’ହେଲେ ଏଥିରେ ପଞ୍ଜାବର ଭଣ୍ଡାର କିପରି ଖାଲି ହୋଇଯିବ। 

ପଞ୍ଜାବ ନିର୍ବାଚନ ସମୟରେ ଆମ୍ ଆଦମୀ ପାର୍ଟି ଲୋକଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥିଲା। ମହିଳାଙ୍କୁ ୧୦୦୦ ଟଙ୍କା ଦେବା ବ୍ୟତୀତ ମାଗଣା ଚିକିତ୍ସା ଭଳି ପ୍ରତିଶ୍ରୁତି ଅନ୍ତର୍ଭୁକ୍ତ। ରାଜ୍ୟ ସରକାରୀ ଡାକ୍ତରଖାନା ଗୁଡ଼ିକୁ ବିଳାସପୂର୍ଣ୍ଣ କରିବାର ପ୍ରତିଶ୍ରୁତି ମଧ୍ୟ ଦିଆଯାଇଥିଲା। ଏହା ବ୍ୟତୀତ ମାଗଣା ୩୦୦ ୟୁନିଟ୍ ବିଦ୍ୟୁତ୍ ଯୋଗାଇବା ନେଇ ମଧ୍ୟ ଘୋଷଣା କରାଯାଇଥିଲା ।

Arvind Kejriwal Punjab News AAP Government
Advertisment
Advertisment