• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କଥା ରଖିଲେ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ମଡେଲରେ ଚାଲିବ ପଞ୍ଜାବ ସରକାର । ଲୋକଙ୍କ ଘରେ ଦୁଆରେ ପହଞ୍ଚିବ ରାସନ୍ । ପଞ୍ଜାବରେ ଲୋକଙ୍କ ଘରକୁ ଯାଇ ରାସନ ବିତରଣ କରିବାକୁ ଆମ୍ ଆଦମୀ ପାର୍ଟି ନିଷ୍ପତ୍ତି ନେଇଛି । ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ସୋମବାର ଦିନ ଏହି ଘୋଷଣା କରିଛନ୍ତି । ରାଜ୍ୟ ସରକାରଙ୍କ ଅଧିକାରୀମାନେ ଲୋକଙ୍କୁ ଫୋନ୍‌ କରି ଘରେ ଘରେ ରାସନ୍ ପହଞ୍ଚାଇବେ । ଏହା ଏକ ବିକଳ୍ପ ଯୋଜନା ବୋଲି ସେ କହିଛନ୍ତି ।"

ରାଜ୍ୟର ଲୋକଙ୍କୁ ଆଉ ରାସନ ପାଇବା ପାଇଁ ଧାଡିରେ ଠିଆ ହେବାକୁ ପଡିବ ନାହିଁ । ତେବେ ରାସନ ଡିପୋ ନିକଟରେ ରହୁଥିବା ଲୋକମାନେ ଏହାକୁ ଡିପୋରୁ ପାଇପାରିବେ । କିନ୍ତୁ ଯେଉଁମାନେ ଡୋରଷ୍ଟେପ୍‌ ଡେଲିଭରିର ବିକଳ୍ପ ଚୟନ କରିବେ, ସେମାନଙ୍କ ଘରେ ହିଁ ରାସନ ପହଞ୍ଚାଇ ଦେବେ ସରକାରୀ ଅଧିକାରୀ । ତେବେ ସେଥିପାଇଁ ଅଧିକାରୀଙ୍କୁ କେତେବେଳେ ଘରେ ରହୁଛନ୍ତି ସ୍ପଷ୍ଟ କରିବାକୁ ପଡ଼ିବ । ବର୍ତ୍ତମାନ ସମସ୍ତ ପରିଷ୍କାର ଏବଂ ଉତ୍ତମ ଗୁଣାତ୍ମକ ରାସନ ପ୍ରଦାନ କରାଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। "

ସରକାର ଲୋକଙ୍କ ଜୀବନକୁ ସହଜ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ମୌଳିକ ଆବଶ୍ୟକତା ଉପରେ କାମ କରିବା ପରେ ଖୁବ ଶୀଘ୍ର ଏହି ଯୋଜନା ଆରମ୍ଭ ହେବ ବୋଲି ସେ କହିଛନ୍ତି । ଏହାପୂର୍ବରୁ ସକାଳେ AAP ପକ୍ଷରୁ ଏକ ଟ୍ୱିଟ୍ କରାଯାଇଥିଲା । ମୁଖ୍ୟମନ୍ତ୍ରୀ ପଞ୍ଜାବର ଲୋକଙ୍କ ପାଇଁ ଏକ ବଡ ଘୋଷଣା କରିବେ ବୋଲି କୁହାଯାଉଥିଲା ।

ସେପଟେ ପଞ୍ଜାବରେ ଆରମ୍ଭ ହୋଇଥିବା ଦୁର୍ନୀତି ନିବାରଣ ହେଲ୍ପଲାଇନ ନମ୍ବର ପ୍ରଭାବ ଦେଖାଇବା ଆରମ୍ଭ କରିଛି । ଶୁକ୍ରବାର ଦିନ ପଞ୍ଜାବର ମୁଖ୍ୟମନ୍ତ୍ରୀ ଦୁର୍ନୀତି ଅଭିଯୋଗ ପାଇବା ପରେ ହେଲ୍ପଲାଇନରେ ଜଣେ ମହିଳା କିରାଣୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମାର୍ଚ୍ଚ ୨୩ରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଦୁର୍ନୀତି ନିବାରଣ ହେଲ୍ପଲାଇନ ଲଞ୍ଚ କରିଥିଲେ । ତେବେ ଏଥିରେ ଅଧିକାରୀମାନେ ଲାଞ୍ଚ ମାଗୁଥିବା କିମ୍ବା ଅନ୍ୟ ଅନୈତିକ କାର୍ଯ୍ୟରେ ଲିପ୍ତ ଥିବା ଭିଡିଓ ଅପଲୋଡ୍ କରିବାରେ ମଧ୍ୟ ସୁବିଧା ରହିଛି ।