Advertisment

ପ୍ଲେ ବୟ ଅଫତାବ୍‌ର ଡାର୍ଟି ଗେମ୍‌: କେବଳ ଶ୍ରଦ୍ଧା ନୁହଁନ୍ତି, ଅନେକ ଯୁବତୀଙ୍କୁ ରୁମ୍‌କୁ ଆଣୁଥିଲା ଅଫତାବ୍‌...

ଶ୍ରଦ୍ଧାଙ୍କ ବ୍ୟତୀତ ଅଫତାବ୍‌ର ଅନ୍ୟ ଗର୍ଲପ୍ରେଣ୍ଡ୍‌ସ୍‌ଙ୍କ ସମ୍ପର୍କରେ ପୋଲିସ୍‌ ଜାଣିବାକୁ ପାଇଛି। ଖାଲି ଏତିକି ନୁହେଁ ଯାଞ୍ଚ ବେଳେ ଜଣାପଡ଼ିଛି ଯେ, କିଛି ଦିନ ମଧ୍ୟରେ ଅଫତାବ୍‌ ଅନେକ ସିମ୍‌ର ବ୍ୟବହାର କରିଥିଲା ଓ ବାରମ୍ବାର ଏହାକୁ ବଦଳାଉ ଥିଲା।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Shraddha Murder Case

Aaftab talked to multiple women on dating apps

ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ ମର୍ଡର କେସ୍‌ର ଛାନ୍‌ଭିନ୍‌ କରୁଥିବା ପୋଲିସ୍‌ ଟିମ୍‌ ହାତରେ ଗୋଟିଏ ପରେ ଗୋଟିଏ ସୁରାକ୍‌ ଲାଗିଛି। ପ୍ରଥମେ ଜଣାପଡ଼ିଥିଲା, ଅଫତାବ୍‌ ଅନେକ ଡେଟିଂ ଆପ୍‌ର ବ୍ୟବହାର କରୁଥିଲା ଓ ଡେଟିଂ ଆପ୍‌ ମାଧ୍ୟମରେ ଶ୍ରଦ୍ଧାଙ୍କ ସହ ତାର ପରିଚୟ ହୋଇଥିଲା। ହେଲେ ଏବେ ଜଣାପଡ଼ିଛି ଯେ, ଖାଲି ଶ୍ରଦ୍ଧା ନୁହନ୍ତି ଅପତାବ୍‌ର ଅନେକ ଗର୍ଲପ୍ରେଣ୍ଡ୍‌ସ୍‌ ଥିଲା। ଡେଟିଂ ଆପ୍‌ ଜରିଆରେ ଅଧିକାଂଶ ଯୁବତୀ ଅଫତାବ୍‌ ସହ ଯୋଗାଯୋଗରେ ଆସିଥିଲେ।

Advertisment

ମିଳିଥିବା ସୂଚନା ଅନୁସାରେ, ଶ୍ରଦ୍ଧାଙ୍କ ବ୍ୟତୀତ ଅଫତାବ୍‌ର ଅନ୍ୟ ଗର୍ଲପ୍ରେଣ୍ଡ୍‌ସ୍‌ଙ୍କ ସମ୍ପର୍କରେ ପୋଲିସ୍‌ ଜାଣିବାକୁ ପାଇଛି। ଖାଲି ଏତିକି ନୁହେଁ ଯାଞ୍ଚ ବେଳେ ଜଣାପଡ଼ିଛି ଯେ, କିଛି ଦିନ ମଧ୍ୟରେ ଅଫତାବ୍‌ ଅନେକ ସିମ୍‌ର ବ୍ୟବହାର କରିଥିଲା ଓ ବାରମ୍ବାର ଏହାକୁ ବଦଳାଉ ଥିଲା। ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ଅପତାବ୍‌ ନିଜର ପୁରୁଣା ମୋବାଇଲ୍‌ ଫୋନ୍‌କୁ ଅନ୍‌ଲାଇନ୍‌ କମ୍ପାନୀ OLXରେ ବିକ୍ରି କରି ଦେଇଥିଲା। ପୋଲିସ୍‌ ଏହି ଫୋନ୍‌କୁ ରିକଭରି କରିବା ପାଇଁ ପ୍ରୟାସ ଚଳାଇଛି। ଫଳରେ ଆହୁରି କିଛି ତଥ୍ୟ ଲାଗିବ ବୋଲି ଜଣାପଡ଼ିଛି। 

ଅନେକ ଡେଟିଂ ଆପ୍‌ରେ ଆକ୍ଟିଭ୍‌ ଥିଲା ଅଫତାବ୍‌

ଦିଲ୍ଲୀ ପୋଲିସ୍‌ ସୂଚନା ଅନୁସାରେ, Bumble ଡେଟିଂ ଆପ୍‌ ମାଧ୍ୟମରେ ଶ୍ରଦ୍ଧା ଓ ଅଫତାବ୍‌ଙ୍କ ପରିଚୟ ହୋଇଥିଲା। ହେଲେ ଏହା କେବଳ ମାତ୍ର ଗୋଟିଏ ଡେଟିଂ ଆପ୍‌ ନଥିଲା, ଯେଉଁଥିରେ ଅଫତାବ୍‌ ଆକ୍ଟିଭ୍‌ ଥିଲା। ବରଂ ଏଭଳି ଅନେକ ଡେଟିଂ ଆପ୍‌ରେ ଅଫତାବ୍‌ ଆକ୍ଟିଭ୍‌ ଥିଲା। ଏପରିକି ଶ୍ରଦ୍ଧାଙ୍କୁ ହତ୍ୟା କରିବା ପରେ ମଧ୍ୟ ଅଫତାବ୍‌ ଅନ୍ୟ ଯୁବତୀଙ୍କ ସହ ସମ୍ପର୍କରେ ଥିଲା।

Advertisment

ଅଫତାବ୍‌ର ଫ୍ଲାଟ୍‌କୁ କେଉଁ ଯୁବତୀ ଆସିଥିଲେ ?

କେଉଁ କାରଣ ପାଇଁ  ଶ୍ରଦ୍ଧା ଓ ଅଫତାବ୍‌ଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା ? ସ୍ପଷ୍ଟ ଭାବେ ଏହା ଜଣାପଡ଼ିନି। କୌଣସି ପ୍ରତ୍ୟକ୍ଷଦର୍ଶୀ ଏସମ୍ପର୍କରେ କିଛି ବୟାନ ଦେଇନାହାଁନ୍ତି। ଏହି ମାମଲାରେ ଦିଲ୍ଲୀ ପୋଲିସ୍‌ ଟେକ୍ନିକାଲ୍‌ ଆନାଲିଷ୍ଟଙ୍କ ସହାୟତା ନେଇଛି। ଯେଉଁଥିରୁ ଜଣାପଡ଼ିବ, ଶ୍ରଦ୍ଧାଙ୍କ ମୃତ୍ୟୁ ପରେ ଅଫତାବ୍‌ କେଉଁ ଯୁବତୀଙ୍କ ସହ ସମ୍ପର୍କରେ ଥିଲେ ଓ କେଉଁମାନେ ଫ୍ଲାଟ୍‌କୁ ଆସୁଥିଲେ। 

ନାର୍କୋ ଟେଷ୍ଟ୍‌ ପାଇଁ ଅନୁମତି...

ଅନ୍ୟପକ୍ଷରେ, ଅଫତାବ୍‌ର ନାର୍କୋ ଟେଷ୍ଟ୍‌ ପାଇଁ ଦିଲ୍ଲୀର ସାକେତ କୋର୍ଟ ବୁଧବାର ଦିନ ଅନୁମତି ପ୍ରଦାନ କରିଛନ୍ତି। ପଚରାଉଚରା ବେଳେ ଅଫତାବ୍‌ ପୋଲିସ୍‌କୁ ସହଯୋଗ କରୁନଥିବା ସୂଚନା ମିଳିଛି। ଶ୍ରଦ୍ଧାଙ୍କ ମୋବାଇଲ୍‌ ଓ ହତ୍ୟାରେ ବ୍ୟବହୃତ ସାମଗ୍ରୀ ସମ୍ପର୍କରେ ଅଫତାବ୍‌ କୌଣସି ସୂଚନା ଦେଇନାହିଁ। କେତେବେଳେ କହୁଛି ଯେ, ମୋବାଇଲ୍‌ ମହାରାଷ୍ଟ୍ରରେ ଫିଙ୍ଗିଛି ତ ଆଉ କେତେବେଳେ ଦିଲ୍ଲୀରେ ଫିଙ୍ଗିଛି ବୋଲି ଅଫତାବ୍‌ କହୁଛି। 

ସୂଚନାଥାଉ କି, ମେ’ ୮ରେ ଶ୍ରଦ୍ଧା ଓ ଅଫତାବ୍‌ ଦିଲ୍ଲୀ ଆସିଥିଲେ। ପ୍ରଥମେ ସେମାନେ ପାହାଡ଼ଗଞ୍ଜ ସ୍ଥିତ ହୋଟେଲରେ ରହିଥିଲେ। ଏହାପରେ ଦକ୍ଷିଣ ଦିଲ୍ଲୀର ସୈଦୁଲ୍ଲାଜାବ ଅଞ୍ଚଳରେ ରହିଥିଲେ। ପରେ ମେ’ ୧୫ରେ ଉଭୟ ଛତରପୁରରେ ଫ୍ଲାଟ୍‌ ନେଇ ରହିଥିଲେ ଓ ମେ’ ୧୮ରେ ଅଫତାବ୍‌, ଶ୍ରଦ୍ଧାଙ୍କ ମର୍ଡର କରିଥିଲା। 

Murder Murder Case
Advertisment
Advertisment