/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674886505.jpg)
A Sukhoi-30 and Mirage 2000 aircraft have crashed in Madhya Pradesh
ଭାରତୀୟ ବାୟୁସେନାର ୨ଟି ଫାଇଟର୍ ବିମାନ କ୍ରାସ୍ ହୋଇଛି। ମଧ୍ୟପ୍ରଦେଶ ମୋରେନାରେ ବାୟୁସେନାର ଫାଇଟର ବିମାନ ସୁଖୋଇ Su-30 ଓ Mirage 2000(ମିରାଜ୍ ୨୦୦୦) ଆଜି ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାର କାରଣ ଓ ମୃତାହତଙ୍କ ସମ୍ପର୍କରେ କିଛି ଜଣାପଡ଼ିନି।
ଉଭୟ ଫାଇଟର୍ ବିମାନ ଗ୍ୱାଲିୟର ଏୟାର ଫୋର୍ସ ବେସ୍ରୁ ଉଡ଼ାଣ ଭରିଥିଲା। ହେଲେ ଦୁଃଖଦ କଥା, ଉଭୟ ବିମାନ ମୋରେନାରେ ଦୁର୍ଘଟଣାଗ୍ରସ୍ତ ହୋଇ ଜଳି ଯାଇଥିଲା। ସର୍ଚ୍ଚ ଓ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତାହତଙ୍କ ସମ୍ପର୍କରେ କିଛି ଜଣାପଡ଼ିନି।
#ବାୟୁସେନାର_୨ଟି_ବିମାନ_କ୍ରାସ୍
ମଧ୍ୟ ପ୍ରଦେଶ ମୋରେନାରେ ବାୟୁସେନାର ୨ଟି ବିମାନ ଦୁର୍ଘଟଣା । ସୁଖୋଇ-୩୦ ଓ ମିରେଜ୍ ୨୦୦୦ ବିମାନ ଦୁର୍ଘଟଣା । ଦୁର୍ଘଟଣାର କାରଣ ଓ ମୃତାହତ ସ୍ପଷ୍ଟ ହୋଇନି#MadhyaPradesh#Aircraft#OTVpic.twitter.com/FUFPSpLixW— ଓଟିଭି (@otvkhabar) January 28, 2023
ଉଭୟ ବିମାନ ମଝି ଆକାଶରେ ଦୁର୍ଘଟଣାଗ୍ରସ୍ତ ହୋଇଛି ନା ନାହିଁ, ଏହା ଜାଣିବା ଲାଗି ତଦନ୍ତ ଆରମ୍ଭ ହୋଇଥିବା ସୂଚନା ମିଳିଛି। ସୁଖୋଇ-୩୦ ବିମାନରେ ୨ ଜଣ ପାଇଲଟ୍ ଥିବାବେଳେ ମିରାଜ୍ ୨୦୦୦ରେ ଜଣେ ପାଇଲଟ୍ ଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ୨ ଜଣ ପାଇଲଟ୍ ସୁରକ୍ଷିତ ଅଛନ୍ତି।
ସେହିପରି ରାଜସ୍ଥାନର ଭରତପୁରରେ ଆଜି ଏକ ଚାର୍ଟଡ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। କ୍ରାସ୍ର କାରଣ ଓ ମୃତାହତ ନେଇ ସ୍ପଷ୍ଟ ହୋଇନଥିବା ବେଳେ ଘଟଣାସ୍ଥଳରେ ପୋଲିସ୍ ଓ ପ୍ରଶାସନ ପହଞ୍ଚିଛନ୍ତି।
#ଚାର୍ଟଡ_ବିମାନ_କ୍ରାସ୍
ରାଜସ୍ଥାନ ଭରତପୁରରେ ଚାର୍ଟଡ ବିମାନ କ୍ରାସ୍ । କ୍ରାସ୍ର କାରଣ ଓ ମୃତାହତ ନେଇ ସ୍ପଷ୍ଟ ହୋଇନି#Rajstan#Bharatpur#OTVpic.twitter.com/uqVuu2mFNA— ଓଟିଭି (@otvkhabar) January 28, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)