Advertisment

ଅସହାୟ ବୃଦ୍ଧଙ୍କୁ ବିଧା ଗୋଇଠା ମାରିଲା ପୋଲିସ

ଆଖିବୁଜା ଲଦି ଚାଲିଥିଲେ ବିଧା ଗୋଇଠା।

author-image
Chandan Shishu
ଅଦ୍ୟତନ ହୋଇଛି
ଅଭିଯୋଗ କରିବାରୁ ଅସହାୟ ବୃଦ୍ଧଙ୍କୁ ବିଧା ଗୋଇଠା ମାରିଲା ପୋଲିସ

ଅଭିଯୋଗ କରିବାରୁ ଅସହାୟ ବୃଦ୍ଧଙ୍କୁ ବିଧା ଗୋଇଠା ମାରିଲା ପୋଲିସ

ବର୍ବରତାର ସୀମା ଟପିଲେ ପୋଲିସ ବାବୁ। ଜଣେ ବୃଦ୍ଧଙ୍କୁ ମନଇଚ୍ଛା ପିଟିଚାଲିଲେ। କେବଳ ସେତିକି ନୁହେଁ ବିଧା ଗୋଇଠା ସାଙ୍ଗକୁ ରେଳ ଧାରଣାରେ ଠେଲିଦେବାକୁ ଉଦ୍ୟମ କରିଥିଲେ ପୋଲିସ। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମଧ୍ୟପ୍ରଦେଶର ଜବଲପୁର ରେଳ ଷ୍ଟେସନରେ ଘଟିଛି ଏ ଅମାନବୀୟ କାଣ୍ଡ। ପୋଲିସଙ୍କ ଏଭଳି ବର୍ବୋରଚିତ ଆକ୍ରମଣକୁ ସବୁ ମହଲରୁ ନିନ୍ଦା କରାଯାଉଛି।  

Advertisment

ଗୋପାଳ ପ୍ରସାଦ ନାମକ ବୃଦ୍ଧ ଜଣକ ପୋଲିସ ପାଖକୁ ଅଭିଯୋଗ କରିବାକୁ ଯାଇଥିଲେ। ଅନନ୍ତ ଅଭିଯୋଗ ଶୁଣିବା ବଦଳରେ ଅତର୍କିତ ଭାବେ ଆକ୍ରମଣ କରିଥିଲେ ରେଲବାଇ ପୋଲିସ କର୍ମଚାରୀ। ଆଖିବୁଜା ଲଦି ଚାଲିଥିଲେ ବିଧା ଗୋଇଠା। ଏତିକିରେ  ସରିନଥିଲା ପୋଲିସ ବାବୁଙ୍କ ଅତ୍ୟାଚାର। ଘୋଷାରୀ ନେଇ ରେଳଧାରଣା ଉପରେ ଫିଙ୍ଗି ଦେବାକୁ ଉଦ୍ୟମ ବି କରିଥିଲେ।

Advertisment

ଉପସ୍ଥିତ ଜଣେ ବ୍ୟକ୍ତି ଘଟଣାର ଭିଡିଓ କରିନେଇ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ଯାହାର ଭିଡିଓ ଭାଇରାଲ ପରେ ସଂପୃକ୍ତ ପୋଲିସ ବାବୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ପୋଲିସ ବାବୁଙ୍କୁ ମହଙ୍ଗା ପଡିଛି ଦାଦାଗିରି। ଷ୍ଟେସନ ପରିସରରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ ମାମଲାରେ ନିଲମ୍ବିତ ହୋଇଛନ୍ତି ରେଲବାଇ ପୋଲିସ କର୍ମଚାରୀ ଅନନ୍ତ ଶର୍ମା। ନିର୍ଯାତନାର ଭିଡିଓ ଭାଇରାଲ ପରେ ଏ କାର୍ଯ୍ୟାନୁଷ୍ଠାନ ନେଇଛି ରେଳବାଇ କର୍ତ୍ତୃପକ୍ଷ। 

Viral Video Babushan Mohanty
Advertisment
Advertisment