Advertisment

ଫଟା କପାଳ ! ଅପରାଧ ନକରି ମଧ୍ୟ ୩ ଦିନରେ ୫ଥର ଗିରଫ

କୌଣସି ଅପରାଧ ନକରି ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। ଏଭଳି ସ୍ଥିତିରେ ଭାଗ୍ୟକୁ ଦୋଷ ଦେବା ଛଡ଼ା ତାଙ୍କ ପାଖରେ କୌଣସି ଉପାୟ ନଥିଲା। ପୋଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୩ ଦିନରେ ୫ ଥର ଗିରଫ କରିଥିଲେ

author-image
Rajalaxmi Sahoo
Man Jailed Without Crime

Man Jailed Without Crime

ବେଜିଂ: ସମାନ ଚେହେରା ଅର୍ଥାତ୍‌ ଏକା ପରି ଦେଖା ଯାଉଥିବା ବ୍ୟକ୍ତିଙ୍କୁ ହଠାତ୍‌ ଦେଖିଲେ, ଯେକେହିବି ପ୍ରଥମେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି। ଯେଉଁ ୨ଜଣଙ୍କ ମୁହଁ ଏକା ପରି ମିଶିଯାଏ ସେମାନଙ୍କୁ ଯାଆଁଳା କୁହାଯାଏ। ବିଶେଷକରି ଫିଲ୍ମରେ ଏଭଳି ଅନେକ ଚେହେରା ହୁଏତ ଆପଣ ଦେଖିଥିବେ। ଏପରିକି ଆପଣ ଯାଆଁଳା ଭାଇ-ଭଉଣୀଙ୍କୁ ମଧ୍ୟ ଦେଖିଥିବେ। ଯଦି ଆପଣଙ୍କ ଚେହେରା ଅନ୍ୟ ଜଣେ ବ୍ୟକ୍ତିଙ୍କ ଚେହେରା ସହ ମିଶିଯାଏ, ଏଥିପାଇଁ ହୁଏତ  ଆପଣଙ୍କୁ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ଚୀନରେ ରହୁଥିବା ଜଣେ ବ୍ୟକ୍ତି ଏଭଳି କିଛି ଅସୁବିଧାର ସମ୍ମୁଖୀନ ହୋଇଛନ୍ତି।

Advertisment

ଚୀନରେ ରହୁଥିବା ସମ୍ପୃକ୍ତ ବ୍ୟକ୍ତିଙ୍କ ଚେହେରା ଜଣେ ଅପରାଧୀର ଚେହେରା ସହ ମିଶି ଯିବା ଯୋଗୁ ଅନେକଥର ତାଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି। ଜିଲିନ୍‌ ପ୍ରୋଭିନ୍ସରେ ରହୁଥିବା ଉକ୍ତ ବ୍ୟକ୍ତିଙ୍କ ପାଇଁ ପୁରା ସପ୍ତାହ ଏତେ ଖରାପ ଥିଲା ଯେ, ସାରା ଜୀବନ ଏହାକୁ  ସେ  ମନେ ରଖିବେ। ସବୁଠାରୁ ଆଶ୍ଚର୍ଯ୍ୟ କଥା, କୌଣସି ଅପରାଧ ନକରି ତାଙ୍କୁ ଜେଲ୍‌ ଯିବାକୁ ପଡ଼ିଥିଲା। ଏଭଳି ସ୍ଥିତିରେ ଭାଗ୍ୟକୁ ଦୋଷ ଦେବା ଛଡ଼ା ତାଙ୍କ ପାଖରେ କୌଣସି ଉପାୟ ନଥିଲା। 

ମିଳିଥିବା ସୂଚନା ଅନୁସାରେ, ଜଣେ ଅପରାଧୀ ଜେଲ୍‌ରୁ ଚମ୍ପଟ ମାରିବା ପରେ ପୁରା ଅଞ୍ଚଳରେ ତାର ଫଟୋକୁ ପୋଲିସ୍‌ ପୋଷ୍ଟର ଲଗାଇଥିଲା। ଏପରିକି ଅପରାଧୀର ଠିକଣା କହିଲେ ପୁରସ୍କାର ମିଳିବ ବୋଲି ମଧ୍ୟ ଘୋଷଣା କରାଯାଇଥିଲା। ଲୋକମାନେ ପୁରସ୍କାର ଲୋଭରେ ଅପରାଧୀର ଚେହେରା ସହ ମେଳ ଖାଉଥିବା ଜିଲିନ୍‌ ପ୍ରୋଭିନ୍ସର ଉକ୍ତ ବ୍ୟକ୍ତିଙ୍କ ଠିକଣା ଦେଇଥିଲେ। ଏଥିପାଇଁ କୌଣସି ଅପରାଧ ନକରି ମଧ୍ୟ ପୋଲିସ୍‌ ବାରମ୍ବାର ତାଙ୍କୁ ଗିରଫ କରିଥିଲା। 

Advertisment

ପୋଲିସ୍‌ ସମ୍ପୃକ୍ତ ବ୍ୟକ୍ତିଙ୍କୁ ୩ ଦିନରେ ୫ ଥର ଗିରଫ କରିଥିଲେ ଓ ପରେ ତାଙ୍କୁ ଛାଡ଼ି ଦେଇଥିଲେ। ପୋଲିସ୍‌ ଗିରଫ କରିଥିବା ବ୍ୟକ୍ତିଙ୍କ ଚେହେରା ଫେରାର ଥିବା ଅପରାଧୀର ଚେହେରା ସହ ମେଳ ଖାଉଥିଲା। ଫଳରେ ଏଭଳି ସ୍ଥିତି ଉପୁଜିଥିଲା। ଲୋକମାନେ ପୋଲିସ୍‌କୁ ଫେରାର ଅପରାଧୀର ଠିକଣା ସ୍ଥଳେ ଜିଲିନ୍‌ ପ୍ରୋଭିନ୍ସରେ ରହୁଥିବା ଉକ୍ତ ବ୍ୟକ୍ତିଙ୍କ ଠିକଣା ୫ ଥର  ଦେଇଥିଲେ। ଯିଏକି କୌଣସି ଅପରାଧ କରିନଥିଲେ। 

Man Jailed Without Crime
Advertisment
Advertisment