Advertisment

ପ୍ରେମକୁ ଅମର କରିବା ପାଇଁ ମେକ୍ସିକୋରୁ ଆସିଲେ ଆଗ୍ରା, ଶିବ ମନ୍ଦିରରେ କଲେ ବିବାହ

ପ୍ରେମର ସହର ଆଗ୍ରା। ଏଠି ଅମର ପ୍ରେମର କାହାଣୀ ଶୁଣାଏ ତାଜ ମହଲ। ଯମୁନା ନଦୀ କୁହେ ସେ ପ୍ରେମ କେତେ ପବିତ୍ର, କେତେ ଶାଶ୍ୱତ। ଏ କାହାଣୀ ସାରା ବିଶ୍ୱ ଜାଣେ । ସେଥିପାଇଁ ତ ଜୀବନସାଥୀକୁ ସବୁଦିନ ପାଇଁ ନିଜର କରିବା ଲାଗି ଏହି ସହରକୁ ବାଛିଥିଲେ ଏହି ଦମ୍ପତି । ସୁଦୂର ମେକ୍ସିକୋରୁ ଉଡ଼ି ଆସିଥିଲେ ଆଗ୍ରା ସହରକୁ ବିବାହ କରିବା ପାଇଁ। ଆଜି ଉଭୟେ ହିନ୍ଦୁ ରୀତି, ନୀତି ଆଉ ପରମ୍ପରା ଅନୁଯାୟୀ ବିବାହ କରିଥିଲେ। ଏହି ଦମ୍ପତି ହେଲେ କ୍ଲାଉଦିଆ ଏବଂ ସେରାମିକୋ।

author-image
Minati Mishra
ଅଦ୍ୟତନ ହୋଇଛି
Mexican couple ties the knot in Agra

ତାଜମହଲର  ପ୍ରେମକାହାଣୀ କ୍ଲାଉଦିଆ ଏବଂ ସେରାମିକୋଙ୍କୁ ପ୍ରଭାବିତ କରିଥିଲା। ଶାହଜାହନ ଏବଂ ମମତାଜଙ୍କ ଭଲପାଇବା ସେମାନଙ୍କୁ ଅବିଭୂତ କରିଥିଲା। ନିଜ ପ୍ରେମକୁ ସେମିତି ଅମର କରିବାକୁ ପ୍ରେରଣା ଦେଇଥିଲା। ତେଣୁ ନିଜ ବିବାହର ଦିନକୁ ସ୍ମରଣୀୟ କରିବା ପାଇଁ ତଥା ନିଜ ପ୍ରେମକୁ ଶାଶ୍ୱତ କରିବା ପାଇଁ ସେମାନେ ବାଛିଥିଲେ ଏହି ସହରକୁ। ଏହି ସହରରେ ବିବାହ କରିବା ପାଇଁ ନିଷ୍ପତି ନେଇଥିଲେ।

ତେଣୁ ଉଭୟେ ଭାରତ ଭ୍ରମଣ କରିବାକୁ ବାହାରିଥିଲେ। ଆଉ ତା’ ପରେ ଉଭୟେ ଏଠାରେ ବିବାହ କରିଥିଲେ। ବିବାହ ସମ୍ପୂର୍ଣ୍ଣ ଭାବେ ହିନ୍ଦୁ ପରମ୍ପରାରେ ହୋଇଥିଲା। ତାଜ ନଗରୀରେ ଥିବା ଏକ ଶିବ ମନ୍ଦିରରେ ବିବାହର ଆୟୋଜନ ହୋଇଥିଲା। ଉଭୟଙ୍କର ସ୍ଥାନୀୟ କିଛି ବନ୍ଧୁ, ସେମାନଙ୍କର ଗାଇଡ୍‌, ଟୁର ଅପରେଟର, ଡ୍ରାଇଭର, ହୋଟେଲ କର୍ମଚାରୀ ଏବଂ ଏହି ବିବାହ କାର୍ଯ୍ୟରେ ସହଯୋଗ କରୁଥିବା ବ୍ୟକ୍ତି ଥିଲେ ତାଙ୍କ ବିବାହ ଭୋଜିର ଅତିଥି। ବିବାହ ସମ୍ପନ୍ନ ହେବା ପରେ ସମସ୍ତେ ଏକ ରେଷ୍ଟୁରାଣ୍ଟରେ ଏକାଠି ହୋଇଥିଲେ। ସ୍ଥାନୀୟ ଜଣେ ହୋଟେଲ ବ୍ୟବସାୟୀ ଗୌରବ ଗୁପ୍ତା ଏ ସମସ୍ତ କାର୍ଯ୍ୟର ଆୟୋଜନ କରିଥିଲେ।

Advertisment

ନିଜ ବିବାହକୁ ନେଇ ଉଭୟ କହନ୍ତି, ‘ହିନ୍ଦୁ ରୀତିନୀତି ଏବଂ ପରମ୍ପରା ଆମକୁ ପ୍ରଭାବିତ କରିଛି। ତେଣୁ ଆମେ ଭାବିଥିଲୁ ଭାରତରେ ଏବଂ ଭାରତର ପରମ୍ପରା ଅନୁସାରେ ଆମେ ବିବାହ କରିବୁ ।’ ସେମାନେ ଆଜି ସକାଳେ ତାଜମହଲ ବୁଲି ଦେଖିଥିଲେ। ଅପରାହ୍ନରେ ଶିବ ମନ୍ଦିରରେ ବିବାହ କରିଥିଲେ। ସନ୍ଧ୍ୟାରେ ହୋଟେଲ କର୍ମଚାରୀଙ୍କ ସହ ବିବାହ ଭୋଜିର ଆୟୋଜନ କରିଥିଲେ। ନାଚଗୀତର ଆସର ମଧ୍ୟ ବେଶ ଜମିଥିଲା।

ପ୍ରେମ ସହର ଆଗ୍ରା ଖାଲି କ୍ଲାଉଦିଆ ଏବଂ ସେରାମିକୋଙ୍କୁ ଆକର୍ଷିତ କରିନି। ପୂର୍ବରୁ ଅନେକ ବିଦେଶୀ ଦମ୍ପତିଙ୍କୁ ଏମିତି ଟାଣି ଆଣିଛି। ୨୦୧୯ରେ ୪ ମେକ୍ସିକୋ ଦମ୍ପତି ଆଗ୍ରାରେ ହିନ୍ଦୁ ପରମ୍ପରା ଅନୁଯାୟୀ ବିବାହ କରିଥିଲେ।

Taj Mahal Marriage In Taj Mahal
Advertisment
Advertisment