/odishatv-khabar/media/post_attachments/uploadimage/library/16_9/16_9_0/fire__1667446917.jpg)
fire
ସକାଳୁ ସକାଳୁ ଦୁଃଖଦ ଖବର । ନିଆଁ ନେଇଗଲା ଜୀବନ । ଉତ୍ତରପ୍ରଦେଶର ମଥୁରାରେ ସକାଳୁ ସକାଳୁ ବଡ଼ ଅଘଟଣ ଘଟିଛି । ମଥୁରା ବୃନ୍ଦାବନ କୋଟୱାଲି ଅଞ୍ଚଳରେ ଥିବା ଏକ ହୋଟେଲରେ ହଠାତ୍ ଅଗ୍ନିକାଣ୍ଡ ଘଟିଛି । ଏହି ଦୁର୍ଘଟଣାରେ ୨ ଜଣ କର୍ମଚାରୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏଥିସହ ଆଉ ଦୁଇଜଣ କର୍ମଚାରୀ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଛନ୍ତି, ବର୍ତ୍ତମାନ ସେମାନଙ୍କ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।
ଆଜି ସକାଳେ ବୃନ୍ଦାବନ ରାମକୃଷ୍ଣ ମିଶନ ହସ୍ପିଟାଲ ନିକଟରେ ଥିବା ହୋଟେଲରେ ହଠାତ୍ ଅଗ୍ନିକାଣ୍ଡ ଘଟିଥିଲା । ନିଆଁ ଏତେ ଭୟଙ୍କର ଥିଲା ଯେ କିଛି କ୍ଷଣ ମଧ୍ୟରେ ଏହା ଚାରିଆଡ଼େ ବ୍ୟାପି ଯାଇଥିଲା । ହୋଟେଲର ଉପର ମହଲାରେ ନିଆଁ ଲାଗିଯାଇଥିବାରୁ କର୍ମଚାରୀମାନେ ବାହାରି ଆସିପାରିନଥିଲେ । ଖବର ପାଇବା ପରେ ଅଗ୍ନିଶମ ବିଭାଗର ୩ ଟି ଗାଡି ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି ।
ଅଧିକ ପଢ଼ନ୍ତୁ: ଭୟଙ୍କର ଅଗ୍ନିକାଣ୍ଡ : ଜୀବନ ବଞ୍ଚାଇବା ପାଇଁ ଝରକା ଭାଙ୍ଗି ଡେଇଁଲେ ଲୋକେ
ନିଆଁ ଲାଗିବା ପରେ ହୋଟେଲରେ ଥିବା ଲୋକ ଭୟଭୀତ ହୋଇ ଦୌଡ଼ାଦୌଡ଼ି କରିଥିଲେ । ଅନେକ ହୋଟେଲ କର୍ମଚାରୀ ନିଆଁ ଭିତରେ ଫସି ରହିଥିଲେ । ଏହି ଅଗ୍ନିକାଣ୍ଡରେ ୨ଜଣ କର୍ମଚାରୀଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି । ଏଥିସହ ୨ ଜଣ କର୍ମଚାରୀଙ୍କୁ ଗୁରୁତର ଭାବେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ହୋଟେଲରେ ଥିବା ଲୋକଙ୍କ କୌଣସି କ୍ଷତି ହୋଇନାହିଁ ।
ଅଗ୍ନିକାଣ୍ଡର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ଅନ୍ୟପଟେ ହୋଟେଲରେ କୌଣସି ପ୍ରକାର ଅଗ୍ନି ନିରାକରଣ ବ୍ୟବସ୍ଥା ହୋଇ ନଥିବା ଜାଣିବାକୁ ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)