• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହୁତୁ ହୁତୁ ଜଳିଲା ଯାତ୍ରୀବାହୀ ବସ୍‌ । ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବିହାରର ନୱାଡା (Nawada) ଜିଲ୍ଲାରେ ଏଭଳି ବଡ ଧରଣର ଅଘଟଣ ଘଟିଛି । ଏକ ଯାତ୍ରୀଭର୍ତ୍ତି ଚଳନ୍ତା ବସ୍‌ରେ ଅଚାନକ୍‌ ନିଆଁ ଲାଗିଯାଇଛି । ଫଳରେ ସମଗ୍ର ଅଞ୍ଚଳରେ ଭୟଙ୍କର ପରିସ୍ଥିତ ସୃଷ୍ଟି ହୋଇଛି । ଆକବରପୁର ପୋଲିସ ଷ୍ଟେସନ ପରିସରର ଫତେହପୁର ବୁଲାଣି ନିକଟରେ ଏକ ବସରେ ନିଆଁ ଲାଗି ଯାଇଥିଲା । ବସରେ ଥିବା ଯାତ୍ରୀମାନେ ଭୟରୁ ବସ୍‌ରୁ ଡେଇଁପଡି ନିଜ ନିଜର ଜୀବନ ରକ୍ଷା କରିଛନ୍ତି ।

ସୂଚନା ଅନୁସାରେ ସୋନୁ-ମୋନୁ ଟ୍ରାଭେଲ୍ସ ନାମକ ବସରେ ନିଆଁ ଲାଗିଛି । ବସ୍‌ଟି କୋଲକାତାରୁ ନୱାଦା ଅଭିମୁଖେ ବାହାରିଥିଲା । ଆଗକୁ ହୋଲି ପର୍ବ ଥିବାବେଳେ ବସରେ ଯାତ୍ରୀ ଭର୍ତ୍ତି ଥିଲେ । ହେଲେ ହଠାତ୍‌ ବସ୍‌ରେ ନିଆଁ ଲାଗିଯବା ପରେ ଯାତ୍ରୀମାନେ ଭୟଭୀତ ହୋଇ ପଡ଼ିଥିଲେ । ନିଆଁ ଲାଗିଯିବା ପରେ ଡ୍ରାଇଭ ତୁରନ୍ତ ବସକୁ ଅଟକାଇଥିଲେ । ତା’ପରେ କୌଣସି ପ୍ରକାରେ ଲୋକମାନେ ଝରକା ଓ କବାଟ ଦେଇ ଜଳୁଥିବା ବସରୁ ତଳକୁ ଡେଇଁ ପଡ଼ିଲେ ।

ସ୍ଥାନୀୟ ଲୋକ ତୁରନ୍ତ ଅଘଟଣ ସମ୍ପର୍କରେ ପୋଲିସ ଏବଂ ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଏହା ପରେ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ହେଲେ ସେତେବେଳକୁ ବସ୍ ସଂପୂର୍ଣ୍ଣ ଜଳି ଯାଇଥିଲା। ତେବେ ବସ୍‌ ଜଳିଯିବା ପରେ ସମଗ୍ର ଅଞ୍ଚଳର ଲୋକମାନେ ଘଣ୍ଟା ଘଣ୍ଟା ଧରି ଅସୁବିଧା ଭୋଗିଥିଲେ । ଅନେକ ସମୟ ଧରି ଯାତାୟାତ ବ୍ୟାହତ ହୋଇଥିଲା ।