• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ବନ୍ଦ ଘରୁ ମିଳିଲା ୯ ଜଣଙ୍କ ମୃତଦେହ । ଏଭଳି କିଛି ଚାଞ୍ଚଲ୍ୟକର ଘଟଣା ଘଟିଛି ମହାରାଷ୍ଟ୍ର ସାଙ୍ଗଲି ଜିଲ୍ଲାର ମହିସାଲ୍ ସହରରେ । ମାଣିକ ବନମୋରେ ନାମକ ଜଣେ ପଶୁ ଡାକ୍ତରଙ୍କ ଓ ତାଙ୍କ ସାନ ଭାଇଙ୍କ ଘରୁ ମିଳିଛି ମାଆ, ସ୍ତ୍ରୀ, ଛୁଆଙ୍କୁ ମିଶାଇ ୯ ଜଣଙ୍କ ମୃତଦେହ । ଗୋଟିଏ ପରିବାରର ୯ଜଣଙ୍କ ମୃତଦେହ ଘରେ ମିଳିବା ପରେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ଏବେ ପୁଣି ଥରେ ମହାରାଷ୍ଟ୍ରରୁ ଏଭଳି ଘଟଣା ସାରା ଦେଶକୁ ଦୋହଲାଇଛି । ଘଟଣାସ୍ଥଳରେ ପହଂଚିଥିବା ପୋଲିସ ପ୍ରାଥମିକ ତଦନ୍ତ କରି ସମସ୍ତେ ଆତ୍ମହତ୍ୟା କରିଥିବା କହିଛି ।  ଋଣ ବୋଝ ସହିନପାରି ସପରିବାରେ ଆତ୍ମହତ୍ୟା କରିଥିବା ପୋଲିସ୍‌ ଆଶଙ୍କା କରିଛି । ତେବେ ଗୋଟିଏ ପରିବାରର ସମସ୍ତ ସଦସ୍ୟ ଆତ୍ମହତ୍ୟା କରିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ଗୋଟିଏ ପରିବାରର ୯ ଜଣ ଆତ୍ମହତ୍ୟା କରିଛନ୍ତି

ଆତ୍ମହତ୍ୟା କରିଥିବା ଲୋକଙ୍କ ନାମ ପୋପଟ୍ ୟାଲାପ୍ପା ବନମୋରେ (ବୟସ - ୫୨ ବର୍ଷ), ସଂଗୀତା ପୋପାଟ ବନମୋରେ (ବୟସ - ୪୮ ବର୍ଷ), ଅର୍ଚ୍ଚନା ପୋପଟ୍ ବନମୋରେ (ବୟସ -୩୦ ବର୍ଷ), ଶୁଭମ ପୋପଟ୍ ବନମୋରେ (ବୟସ - ୨୮ ବର୍ଷ), ମାଣିକ ୟାଲାପ୍ପା ବନମୋରେ ( ବୟସ - ୨୮ ବର୍ଷ) ରେଖା ମାଣିକ ବନମୋରେ (ବୟସ - ୪୫ ବର୍ଷ), ଆଦିତ୍ୟ ମାଣିକ ବନମୋରେ (ବୟସ - ୧୫ ବର୍ଷ), ଅନୀତା ମାଣିକ ବନମୋରେ (ବୟସ - ୨୮ ବର୍ଷ) ଏବଂ ଅକାତାଇ ବନମୋରେ (ବୟସ -୭୨ ବର୍ଷ) ।

ମିଳିଥିବା ସୂଚନା ଅନୁଯାୟୀ ଡକ୍ଟର ବନମୋରଙ୍କ ପରିବାର ସାଙ୍ଗଲିର ନରବାଡ ରୋଡ ନିକଟସ୍ଥ ଅମ୍ବିକା ନଗର ଛକରେ ଥିବା ଏକ କୋଠାରେ ରହୁଥିଲେ। ଏହି ପରିବାରର ଆଉ ଏକ ଘର ଅମ୍ବିକା ନଗରରେ ଅନ୍ୟ କୋଣରେ ଥିଲା ।

ସୋମବାର ସକାଳୁ ହିଁ ଡାକ୍ତର ପରିବାରର ଘର ଖୋଲିନଥିଲା । ଦୀର୍ଘ ସମୟ ଧରି କବାଟ ନଖୋଲିବା ପରେ ପଡ଼ୋଶୀମାନେ କବାଟ ଖୋଲି ଘରେ ପଶିଥିଲେ । ହେଲେ ଭିତରର ଦୃଶ୍ୟ ଦେଖି ସମସ୍ତଙ୍କ ପାଦ ତଳୁ ମାଟି ଖସିଯାଇଥିଲା । ଗୋଟିଏ କୋଠରୀରେ ୬ ଜଣଙ୍କର ମୃତଦେହ ପଡ଼ିଥିବା ବେଳେ ଅନ୍ୟ ଏକ କୋଠରୀରେ ୩ଜଣ ମରିପଡ଼ିଥିଲେ । ଗୋଟିଏ ପରିବାରର ୯ ଜଣ ବିଷ ଜୀବନ ହାରିଦେଇଥିଲେ ।

ପୋଲିସକୁ ସୂଚନା ଦେଇଥିଲେ ପଡ଼ୋଶୀ

ଘରେ ମୃତଦେହ ଦେଖିବା ପରେ ପଡୋଶୀ ଘରର ଲୋକେ ତୁରନ୍ତ ପୋଲିସକୁ ସୂଚନା ଦେଇଥିଲେ । ଏହା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ପରିବାର ଋଣଭାରରେ ବୁଡ଼ି ରହିଥିବାରୁ  ଆତ୍ମହତ୍ୟା କରିଥିବା କୁହାଯାଉଛି ।