Advertisment

ନଦୀକୁ ଖସି ପଡ଼ି ପାଣି ସୁଅରେ ଭାସିଗଲା ଟୁରିଷ୍ଟ୍‌ ଗାଡ଼ି, ଉଦ୍ଧାର ପରେ ମିଳିଲା...

ନଦୀକୁ ବସ୍‌ ଖସି ପଡ଼ିବା ଯୋଗୁ ୯ ଜଣ ପାଣି ସୁଅରେ ଭାସି ଯାଇଛନ୍ତି। ଉତ୍ତରାଖଣ୍ଡର ରାମନଗରରେ ଏହି ଅଭାବନୀୟ ଘଟଣା ଘଟିଛି।

author-image
Rajalaxmi Sahoo
9 Dead As Vehicle Falls In Uttarakhand River

9 Dead As Vehicle Falls In Uttarakhand River

ନଦୀକୁ ବସ୍‌ ଖସି ପଡ଼ିବା ଯୋଗୁ ୯ ଜଣ ପାଣି ସୁଅରେ ଭାସି ଯାଇଛନ୍ତି। ଉତ୍ତରାଖଣ୍ଡର ରାମନଗରରେ ଏହି ଅଭାବନୀୟ ଘଟଣା ଘଟିଛି। ରାମନଗର ସ୍ଥିତ ଢେଲା ନଦୀକୁ କାର୍‌ ଖସି ପଡ଼ିବା ଯୋଗୁ ୯ ଜଣ ଟୁରିଷ୍ଟ ପାଣି ସୁଅରେ ଭାସି ଯାଇଛନ୍ତି। ମୃତକଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆଉ ୫ ଜଣ ଗାଡ଼ି ଭିତରେ ଫସି ରହିଥିବା ସୂଚନା ମିଳିଛି।

Advertisment

ଟୁରିଷ୍ଟଙ୍କୁ ନେଇ ଯାଉଥିବା ଏହି ଗାଡ଼ିଟି ନଦୀକୁ ଖସି ପଡ଼ିବ ପରେ ପାଣି ସୁଅରେ ଭାସି ଯାଇଥିଲା। ଫଳରେ ୯ ଜଣଙ୍କ ମୃତ୍ୟୁ ଘଟିଛି।  ସୌଭାଗ୍ୟବଶତଃ, ଜଣେ ବାଳିକାକୁ ଜୀବନ୍ତ ଉଦ୍ଧାର କରାଯାଇଛି। ଗୁରୁତର ଅବସ୍ଥାରେ ନାବାଳିକାକୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ପ୍ରବଳ ବର୍ଷା ଯୋଗୁ ନଦୀରେ ବନ୍ୟାପାଣି ଆସିବା ଯୋଗୁ ଏଭଳି ଅଘଟଣ ଘଟିଛି।

Advertisment

Uttarakhand Car Falls Into River
Advertisment
Advertisment