Advertisment

ରାଜନୈତିକ ହିଂସାକାଣ୍ଡ; ନିଆଁ ଲଗେଇ ୮ ଜଣଙ୍କୁ ଜୀବନ୍ତ ଦଗ୍ଧ

ବୀରଭୂମରେ ହୃଦୟ ବିଦାରକ ଘଟଣା। ବୀରଭୂମର ରାମପୁରହାଟ ଅଂଚଳରେ ଘରେ ନିଆଁ ଲାଗି ୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତୃଣମୂଳ କଂଗ୍ରେସ ନେତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଏହି ୮ଜଣଙ୍କୁ ଜୀବନ୍ତ ଜାଳି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

author-image
Pramod Behera
8 people burnt to death in birbhum west bengal

8 people burnt to death in birbhum west bengal

ବୀରଭୂମ: ପଶ୍ଚିମବଙ୍ଗ ବୀରଭୂମରେ ହୃଦୟ ବିଦାରକ ଘଟଣା। ବୀରଭୂମର ରାମପୁରହାଟ ଅଂଚଳରେ ଘରେ ନିଆଁ ଲାଗି ୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି। ତୃଣମୂଳ କଂଗ୍ରେସ ନେତାଙ୍କ ହତ୍ୟାର ପ୍ରତିଶୋଧ ନେବାକୁ ଯାଇ ଏହି ୮ଜଣଙ୍କୁ ଜୀବନ୍ତ ଜାଳି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।

Advertisment

ସୂଚନା ମୁତାବକ, ରାମପୁରହାଟରେ ଥିବା ୧୦-୧୨ଟି ଘରେ ଗତକାଲି ରାତିରେ କିଛି ଦୁର୍ବୃତ୍ତ ବାହାର ପଟୁ କବାଟ ଦେଇ ନିଆଁ ଲଗେଇ ଦେଇଥିବା ଅଭିଯୋଗ ହୋଇଛି। ଏଥିରେ ବର୍ତ୍ତମାନର ତଥ୍ୟ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ତେବେ ସବୁଠୁ ବଡ କଥା ହେଉଛି, ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ହୋଇଛି। ଅଭିଯୋଗ ହୋଇଛି ଯେ ରାମପୁରହାଟରେ ଟିଏମ୍‌ସି ନେତାଙ୍କ ହତ୍ୟା ଘଟଣାର ପ୍ରତିଶୋଧ ନେବାକୁ ଯାଇ ଏଭଳି ବିଭତ୍ସକାଣ୍ଡ ଘଟାଯାଇଛି।. ସେପଟେ ନିଆଁ ଲାଗିବା ପରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ ମଧ୍ୟ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଜଣାପଡିଛି।

Advertisment

ପୋଲିସ ପୂରା ମାମଲାର ତଦନ୍ତ ଆରମ୍ଭ କରିଦେଇଛି। କିଏ ଓ କେଉଁମାନେ ଏଭଳି କାଣ୍ଡ ଘଟାଇଛନ୍ତି ସେନେଇ କିଛି ସୂଚନା ମିଳିନାହିଁ। ତେବେ ଏହି ଘଟଣାରେ ୧୧ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ଏହି ସମ୍ବେଦନଶୀଳ ଘଟଣାରେ ରାମପୁରହାଟ ଥାନାଧିକାରୀ ଏବଂ ଏସ୍‌ଡିପିଓଙ୍କୁ ନିଲମ୍ବନ କରାଯାଇଥିବା କହିଛନ୍ତି ପଶ୍ଚିମବଙ୍ଗ ଡିଜିପି। ଏନେଇ ଏସ୍‌ଆଇଟି ଗଠନ କରାଯାଇଥିବା ସେ କହିଛନ୍ତି।

ପଶ୍ଚିମବଙ୍ଗରେ ରାଜନୈ ତିକ ହିଂସା ଘଟଣା କ୍ରମାଗତ ଭାବେ ସାମ୍ନାକୁ ଆସୁଛି। ଗୋଟିଏ ସପ୍ତାହ ପୂର୍ବରୁ ଦୁଇଜଣ କାଉନ୍‌ସିଲର୍‌ଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। କୁହାଯାଉଛି ଯେ ଟିଏମ୍‌ସି ପଞ୍ଚାୟତ ନେତାଙ୍କ ଉପରେ କିଛି ଅଜଣା ବ୍ୟକ୍ତି ବୋମା ଆକ୍ରମଣ କରିଥିଲେ।

ସୂଚନାନୁସାରେ, ସେ ରାଜ୍ୟ ରାଜପଥ ୫୦ରେ ଯାଉଥିଲେ। ଅଜଣା ଲୋକମାନେ ତାଙ୍କ ଉପରକୁ ବୋମା ଫିଙ୍ଗିଥିଲେ। ଏହା ପରେ ତାଙ୍କୁ ରାମପୁର ମେଡିକାଲ କଲେଜକୁ ନିଆଯାଇଥିଲା, ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ଭାଦୁ ଶେଖଙ୍କ ମୃତ୍ୟୁ ଖବର ଜଙ୍ଗଲ ନିଆଁ ପରି ବ୍ୟାପିଗଲା। ରାଜନୈତିକ ହତ୍ୟାକାଣ୍ଡରେ ରାଗିଯାଇ ଟିଏମ୍‌ସି ସମର୍ଥକମାନେ ଏହି ଆକ୍ରମଣରେ ସନ୍ଦିଗ୍ଧଙ୍କ ଘରେ ନିଆଁ ଲଗାଇ ଦେଇଥିଲେ।

National News
Advertisment
Advertisment