ଟନେଲ ଭିତରୁ ରେସକ୍ୟୁ ଅପରେସନ୍ । ତେଲଙ୍ଗାନାରେ ନିର୍ମାଣଧୀନ ଟନେଲ ଭୁଶୁଡ଼ିବାକୁ ୩ ଦିନ ହେଲାଣି । ୪୮ ଘଣ୍ଟା ପରେ ବି ଉଦ୍ଧାର ହୋଇପାରି ନାହାନ୍ତି ଫସିଥିବା ୮ ଜଣ । ସେମାନଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଅହରହ ଉଦ୍ୟମ ଜାରି ରହିଛି । ରେସ୍କ୍ୟୁ ଅପରେସନରେ ଲାଗିଛନ୍ତି ସେନା, ଏନଡିଆରଏଫ୍ ଓ ରାଜ୍ୟର ଉଦ୍ଧାରକାରୀ ଟିମ୍ । କିନ୍ତୁ ଏବେ ଟନେଲ୍ ଭିତରେ ଫସି ରହିଥିବା ୮ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇପାରି ନାହିଁ ।
Also Read
ଅଧିକ ପଢ଼ନ୍ତୁ: ଆମେରିକୀୟ ବିମାନରେ ବୋମା ଆତଙ୍କ; ରୋମ୍ ଡାଇଭର୍ଟ ପରେ ପୁଣି ଦିଲ୍ଲୀ ଫେରିଲା
ସେପଟେ ୨୦୨୩ରେ ଉତ୍ତରାଖଣ୍ଡ ସିଲକ୍ୟାରା ଟନେଲ୍ ଅପରେସନରେ ସାମିଲ ଥିବା ରେସକ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ସୂଚନା ଅନୁସାରେ ଟନେଲ୍ ଭିତରେ ୪ ଶ୍ରମିକଙ୍କ ସମେତ କନଷ୍ଟ୍ରକସନ୍ କମ୍ପାନୀର ୪ କର୍ମଚାରୀ ଫସିଛନ୍ତି । ୩ ଦିନ ହେବ ସେମାନଙ୍କ ସହ କୌଣସି ଯୋଗାଯୋଗ ହୋଇ ପାରୁନି । କେମିତି ଅଛନ୍ତି ଓ କ’ଣ କରୁଛନ୍ତି ଜାଣିବା ପାଇଁ ଭିତରକୁ ଇଣ୍ଡୋସ୍କୋପି କ୍ୟାମେରା ଓ ରୋବୋଟିକ୍ କ୍ୟାମେରା ପଠାଯିବ ବୋଲି ସୂଚନା ମିଳିଛି । ଏହାଦ୍ବାରା ସେମାନଙ୍କ ସମ୍ପର୍କରେ ଅଧିକ ସୂଚନା ମିଳିପାରିବ ।
ଗତ ଶନିବାର ନଗରକର୍ଣ୍ଣୁଲ୍ ଜିଲ୍ଲାର ଅମରାବାଦରେ ନିର୍ମାଣାଧୀନ ଏସଏଲବିସି ଟନେଲରେ ଅଘଟଣ ଘଟିଥିଲା। ଶ୍ରୀସଇଲମ୍ ଡ୍ୟାମ୍ ପଛରେ ନିର୍ମାଣ ହେଉଥିଲା ୪୪ କିଲୋମିଟର ଲମ୍ବର ଟନେଲ୍ । କିନ୍ତୁ ଏହି ଅଘଟଣ ଟନେଲ୍ ମୁହଁରୁ ୧୩ କିଲୋମିଟର ଦୂରତା ଭିତରେ ଘଟିଛି । ଉଦ୍ଧାରକାରୀ ଟିମ୍ ଶେଷ ୧୦୦ ମିଟର ଯାଏଁ ପହଞ୍ଚି ସାରିଲେଣି । ତେବେ ପାଣି ଓ ପଙ୍କ ପାଇଁ ଉଦ୍ଧାର କାର୍ଯ୍ୟ ବିଳମ୍ବ ହେଉଛି ।