• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Rajalaxmi Sahoo

ଅଯୋଧ୍ୟା ରାମ ମନ୍ଦିର ଗର୍ଭଗୃହରେ ସ୍ଥାପନ ହେବ ୮ ଫୁଟ୍ ଉଚ୍ଚର ସୁବର୍ଣ୍ଣ ଆଚ୍ଛାଦିତ ମାର୍ବଲ ବେଦୀ । ଯାହା ଉପରେ ରାମଲାଲାଙ୍କ ବିଗ୍ରହ ବିରାଜମାନ କରିବେ । ରାଜସ୍ଥାନର ଜଣେ ସ୍ଥପତିଙ୍କ ଦ୍ୱାରା ଏହାର ନିର୍ମାଣ କାମ ଚାଲିଛି ।

ଡିସେମ୍ବର ୧୫ ସୁଦ୍ଧା ଏହା ଅଯୋଧ୍ୟାରେ ପହଞ୍ଚିଯିବ ବୋଲି ରାମ ଜନ୍ମଭୂମୀ ତୀର୍ଥକ୍ଷେତ୍ର ଟ୍ରଷ୍ଟ ସଦସ୍ୟ ଅନୀଲ ମିଶ୍ର ସୂଚନା ଦେଇଛନ୍ତି । ୮ଫୁଟ ଉଚ୍ଚର ଏହି ବେଦୀ ବା ଗାଦିର ଦୈର୍ଘ୍ୟ ୩ ଫୁଟ୍ ଓ ପ୍ରସ୍ଥ ୪ ଫୁଟ୍ ରହିବ । 

ଯେହେତୁ ରାମ ଭକ୍ତମାନେ ବହୁ ପରିମାଣର ସୁନା ଓ ରୂପା ଦାନ କରିଛନ୍ତି, ତେଣୁ ସେସବୁକୁ ଏଥିରେ ବ୍ୟବହାର କରାଯିବ ବୋଲି ନୀଲ୍‌ ମିଶ୍ର କହିଛନ୍ତି । ଆସନ୍ତା ଜାନୁଆରୀ ୨୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାର ଭବ୍ୟ ରାମ ମନ୍ଦିରରେ ରାମଲାଲାଙ୍କ ବିଗ୍ରହ ସ୍ଥାପନ କରିବେ ।

୨୦୨୪ ଜାନୁଆରୀ ୨୨ରେ ଅଯୋଧ୍ୟାର ଶ୍ରୀରାମ ମନ୍ଦିରର ପ୍ରତିଷ୍ଠା ହେବ । ଏହି ଉତ୍ସବରେ ନିଜେ ସାମିଲ ହେବେ ପ୍ରଧାନମନ୍ତ୍ରୀ ମୋଦି । ଭଗବାନ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ସମ୍ମତି ଜଣାଇଛନ୍ତି । ମନ୍ଦିର ଟ୍ରଷ୍ଟ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି । ଏହି ଉତ୍ସବରେ ୪ ହଜାର ସାଧୁସନ୍ଥ ଓ ୨୫ ଶହ ବିଶିଷ୍ଟ ବ୍ୟକ୍ତି ମଧ୍ୟ ଉପସ୍ଥିତ ରହିବେ । ମକର ସଂକ୍ରାନ୍ତିରୁ ଆରମ୍ଭ ହୋଇ ଏହା ୧୦ ଦିନ ଧରି ଚାଲିବ । 

ବର୍ତ୍ତମାନ ମନ୍ଦିରର ନିର୍ମାଣ କାମ ଜୋରସୋରରେ ଆଗେଇ ଚାଲିଛି । ଡିସେମ୍ବର ସୁଦ୍ଧା ନିର୍ମାଣ କାମ ସାରିବାକୁ ଲକ୍ଷ୍ୟ ରଖିଛି ଟ୍ରଷ୍ଟ । ୨୦୨୦ ଅଗଷ୍ଟ ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟା ରାମ ମନ୍ଦିରର ଶିଳାନ୍ୟାସ କରିଥିଲେ ।