• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କାତାରରେ ୮ ଭାରତୀୟଙ୍କୁ ମୃତ୍ୟୁ ଦଣ୍ଡାଦେଶ। ସମସ୍ତ ୮ ଜଣ ଭାରତୀୟ ପୂର୍ବତନ ଭାରତୀୟ ନୌସେନା ଅଧିକାରୀ । ମଧ୍ୟପ୍ରାଚ୍ୟ ଦେଶ କାତାର୍ ଗତବର୍ଷ ସେମାନଙ୍କୁ ଗିରଫ କରିଥିବା ବେଳେ, ଇସ୍ରାଏଲ ପାଇଁ ଗୁପ୍ତଚରୀ ଅଭିଯୋଗରେ ମୃତ୍ୟୁ ଦଣ୍ଡାଦେଶ ଶୁଣାଇlଥିବା ପ୍ରାଥମିକ ସୂଚନା ମିଳିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ମୃତ୍ୟୁ ଦଣ୍ଡାଦେଶ ପାଇଥିବା ୮ ଜଣ ଭାରତୀୟ ହେଲେ କ୍ୟାପଟେନ୍ ନବତେଜ ସିଂ ଗିଲ୍, କ୍ୟାପଟେନ ବୀରେନ୍ଦ୍ର କୁମାର ବର୍ମା, କ୍ୟାପଟେନ ସୌରଭ ବଶିଷ୍ଟ, କମାଣ୍ଡର ଅମିତ ନାଗପାଲ୍, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କମାଣ୍ଡର ସୁଗୁଣାକର ପାକଳ, କମାଣ୍ଡର ସଞ୍ଜୀବ ଗୁପ୍ତା ଓ ସେଲର୍ ରାଗେଶ। କାତାର ନୌସେନାକୁ ପ୍ରଶିକ୍ଷଣ ଦେଉଥିବା ଏକ ଘରୋଇ କଂପାନୀ ଦାହରା ଗ୍ଲୋବାଲ୍ ଟେକ୍ନୋଲୋଜିଜ୍ ଆଣ୍ଡ୍ କନସଲ୍ଟାନ୍ସିରେ ସେମାନେ କାର୍ଯ୍ୟ କରୁଥିଲେ ।

ସେମାନେ ଇଟାଲୀୟ ଟେକ୍ନୋଲୋଜି ଭିତ୍ତିକ କାତାର ସେନାର ବୁଡ଼ାଜାହାଜ ଭଳି ସମ୍ବେଦନଶୀଳ ପ୍ରକଳ୍ପ ସହ ମଧ୍ୟ ଜଡ଼ିତ ଥିଲେ ବୋଲି କୁହାଯାଉଛି । ଗତବର୍ଷ ଅଗଷ୍ଟରେ ଗିରଫ ହେବା ପରେ ସେମାନେ ଜେଲରେ ଥିଲେ । ଚଳିତବର୍ଷ ମାର୍ଚ୍ଚରେ ମାମଲାର ବିଚାର ଆରମ୍ଭ ହୋଇଥିବା ବେଳେ, ବାରମ୍ବାର ଜାମିନ
ଆବେଦନ ଖାରଜ ହୋଇଥିଲା । ତେବେ ସେମାନଙ୍କୁ କନସୁଲାର୍ ଆକ୍ସେସ୍ ବା ଭାରତୀୟ ଦୂତାବାସ ସହ ଯୋଗାଯୋଗ ପାଇଁ ଅନୁମତି ଦିଆଯାଇଥିଲା । ଆଜି କାତାରର କୋର୍ଟ ଅଫ୍ ଫାଷ୍ଟ ଇନଷ୍ଟାନ୍ସ ପକ୍ଷରୁ ସେମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦିଆଯାଇଛି ।

ଏହି ଘଟଣାକୁ ନେଇ ଗଭୀର ଚିନ୍ତା ଓ ଉଦବେଗ ପ୍ରକାଶ କରିଛନ୍ତି ଭାରତ ସରକାର । ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ, ଆମେ ଡିଟେଲ୍ ଜଜମେଣ୍ଟକୁ ଅପେକ୍ଷା କରିଛୁ । ସେମାନଙ୍କ ପରିବାର ଓ ଲିଗାଲ୍ ଟିମ୍ ସହ ମଧ୍ୟ ଯୋଗାଯୋଗରେ ଅଛୁ। ସେମାନଙ୍କୁ ମୁକୁଳାଇବା ପାଇଁ ସମସ୍ତ ଆଇନଗତ ବିକଳ୍ପ ସଂପର୍କରେ ଚିନ୍ତା କରାଯାଉଛି ।