Advertisment

ଡରଉଛି ରହସ୍ୟମୟ ଜ୍ୱର, ୧୦ ଦିନରେ ଗଲା ୮ ଶିଶୁଙ୍କ ଜୀବନ

ଏହି ଗାଁରେ ବ୍ୟାପିଛି ଅଜଣା ଜ୍ୱର। ୧୦ ଦିନ ମଧ୍ୟରେ ଗଲାଣି ୮ ଶିଶୁଙ୍କ ଜୀବନ। ଆହୁରି ଅନେକ ଶିଣୁ ସଂକ୍ରମିତ ହୋଇଛନ୍ତି। ଗାଁରେ ଖେଳି ଯାଇଛି ଆତଙ୍କ

author-image
Minati Mishra
ଅଦ୍ୟତନ ହୋଇଛି
mysterious fever in haryana

mysterious fever in haryana

ଚଣ୍ଡୀଗଡ଼: କୋଭିଡକୁ ନେଇ ଭୟ କମିନି। ତୃତୀୟ ଲହରରେ ପିଲାଙ୍କ ପ୍ରତି ବିପଦ ରହିଥିବା ସ୍ୱାସ୍ଥ୍ୟ ବିଭାଗ ସତର୍କ କରିଛି। ଏସବୁ ଭିତରେ  ହରିଆନା ହଥୀନ ବିଧାନସଭା ଅଧୀନସ୍ଥ ଏକ ଗାଁ ଚିଲ୍ଲୀରେ ବ୍ୟାପିଛି ରହସ୍ୟମୟ ଜ୍ୱର।  ଏହି ଜ୍ୱରରେ ଚାଲି ଯାଉଛି ଶିଶୁଙ୍କ ଜୀବନ।  ଏହି ଅଜଣା ଜ୍ୱର ପ୍ରଭାବରେ ୧୦ ଦିନରେ ୮ ଜଣ ଶିଶୁଙ୍କ ଜୀବନ ଗଲାଣି। ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏହା ଡେଙ୍ଗୁ ଜ୍ୱର। ହେଲେ ସ୍ୱାସ୍ଥ୍ୟ ବିଭାଗ ଏହାକୁ ଅସ୍ୱୀକାର କରିଛି। ଏହା ଡେଙ୍ଗୁ ଜନିତ ବର୍ଷା ନୁହେଁ ବୋଲି ସ୍ୱାସ୍ଥ୍ୟ ବିଭାଗ କହିଛି। 

Advertisment

ଏହି ଘଟଣା ପରେ ସ୍ୱାସ୍ଥ୍ୟକର୍ମୀମାନେ ଘର ଘର ବୁଲି ଲୋକଙ୍କୁ ସଚେତନ କରୁଛନ୍ତି। ଏଥସହିତ ଗାଁକୁ ସାନିଟାଇଜ କରିବା ସହ ଟିଫା ମେଶିନ, ବ୍ଲିଚିଂ ପରିସ୍କାର ପରିଚ୍ଛନ୍ନ କରୁଛନ୍ତି। ଏଥି ସହିତ ଏହା ଡେଙ୍ଗୁ କି ମାଲେରିଆ ସେ ନେଇ ତଦନ୍ତ ଜାରି ରଖିଛନ୍ତି। କୋଭିଡ ଟେଷ୍ଟ ମଧ୍ୟ କରୁଛନ୍ତି। ଗ୍ରାମର ଅଧିକାଂଶ ଲୋକଙ୍କ ନମୂନା ନିଆଯାଇଛି। ୟ

ଅଜଣା ଜ୍ୱରରେ ଗ୍ରାମର ପ୍ରାୟ ୧ ଡର୍ଜନରୁ ଅଧିକ ଶିଶୁଙ୍କ ଅବସ୍ଥା ଜ୍ୱରରେ ଗୁରୁତର ଥିବା ଜଣାଯାଇଛି।  ସେମାନଙ୍କୁ ବଭିନ୍ନ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ ଏହି ଜ୍ୱର ଦ୍ରୁତ ଗତିରେ ବ୍ୟାପୁଛି। ପିଲାମାନଙ୍କ ବ୍ୟତୀତ ବଡମାନେ ବି ଜ୍ୱରରେ ଆକ୍ରାନ୍ତ ହେଉଛନ୍ତି। ଗତ କିଛି ଦିନ ହେଲା ଗ୍ରାମରେ ଜ୍ୱର ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। 

Advertisment

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଜ୍ୱର ହେଲେ ପେଟ୍‌ଲେଟ୍‌ କମି ଯାଉଛି। ରିକଭରି ହୋଇ ନ ପାରିବା କାରଣରୁ ମୃତ୍ୟୁ ଘଟୁଛି। ତେବେ ଏପରି ଲକ୍ଷଣ ସାଧାରଣତଃ ଡେଙ୍ଗୁରେ ଦେଖା ଦେଇଥାଏ। ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ଠିକ୍‌ ସମୟରେ ଆସିଥିଲେ ହୁଏତ ପିଲାଙ୍କ ମୃତ୍ୟୁକୁ ଏଡାଇ ଦିଆଯାଇ ପାରିଥାନ୍ତା ‍ବୋଲି ଗ୍ରାମବାସୀ କହିଛନ୍ତି। 

ଏଠି କହିରଖିବୁ, ୪ ହଜାର ଲୋକସଂଖ୍ୟା ବିଶିଷ୍ଟ ଏହି ଗ୍ରାମରେ ସ୍ୱାସ୍ଥ୍ୟକେନ୍ଦ୍ର ନାହିଁ। ସ୍ୱାସ୍ଥ୍ୟକର୍ମୀ ବର୍ଷ ବର୍ଷ ଧରି ଗ୍ରାମକୁ ଆସନ୍ତି ନାହିଁ। ଗ୍ରାମସରପଞ୍ଚଙ୍କ କହିବା ଅନୁଯାୟୀ,  ଗୁରୁତରଙ୍କୁ ଛାଡ଼ି ଦେଲେ ୫୦ରୁ ୬୦ ଶିଶୁ ଏବେ ବି ଜ୍ୱରରେ ପୀଡିତ ଅଛନ୍ତି। ସେମାନଙ୍କର ଚିକିତ୍ସା ଚାଲିଛି। 

Dengue Children Death
Advertisment
Advertisment