• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଆସ୍ଥା ଓ ବିଶ୍ୱାସ ପାଇଁ ବର୍ଷେ ପର୍ଯ୍ୟନ୍ତ ପଦଯାତ୍ରା । ପାଦରେ ଚାଲିଚାଲି ପହଞ୍ଚିଲେ ମୁସଲମାନଙ୍କ ପବିତ୍ର ସହର । କେରଳର ମଲ୍ଲପୁରମ୍ ଜିଲ୍ଲାର ବେଲମଚେରୀରେ ରହୁଥିବା ଜଣେ ବ୍ୟକ୍ତି ଏକ ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି । ଯୁବକ ଜଣକ ମଲ୍ଲପୁରମ୍‌ରୁ ବାହାରି ୩୭୦ ଦିନରେ ୮୬୦୦ କିଲୋମିଟର ଚାଲି ଚାଲି ମକ୍କା ପହଞ୍ଚିଛନ୍ତି । ଏଥିପାଇଁ ସେ ଭାରତରୁ ପାକିସ୍ତାନ ରାସ୍ତା ଦେଇ ଇରାନ୍‌, ଇରାକ୍‌, କୁଏତ୍‌, ଶେଷରେ ସାଉଦି ଆରବରେ ପହଞ୍ଚିଛନ୍ତି ।

କେରଳର ମଲ୍ଲପୁରମ୍ ଜିଲ୍ଲାର ଶିହାବ ଛୋଟୁର ଗତ ବର୍ଷ ଜୁନ୍‌ ୨ ତାରିଖରେ ମକ୍କା ନିମନ୍ତଷପଦଯାତ୍ରା ଆରମ୍ଭ କରିଥିଲେ । ପ୍ରାୟ ବର୍ଷେ ପରେ ସେ ଚଳିତ ମାସ ମକ୍କାରେ ପହଞ୍ଚିଛନ୍ତି ସାଉଦି ଆରବରେ ପ୍ରବେଶ କରିବା ପରେ ସେ ପ୍ରଥମେ ମୁସଲିମଙ୍କ ପବିତ୍ର ତୀର୍ଥ ସ୍ଥଳୀ ମିଦିନାକୁ ଯାଇଥିଲେ । ସେଠାରେ ସେ ୨୧ ଦିନ ବିତାଇବା ପରେ ମକ୍କା ଅଭିମୁଖେ ଅଗ୍ରସର ହୋଇଥିଲେ । ମେଦିନାରୁ ମକ୍କାକୁ ୪୪୦ କିମିକୁ ୯ ଦିନରେ ପହଞ୍ଚିଛନ୍ତି ଶିହାବ ।

ଶିହାବଙ୍କର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ ଅଛି । ବର୍ଷକର ଏହି ଯାତ୍ରା ସମୟରେ ସେ ୟୁଟ୍ୟୁବ୍ ମାଧ୍ୟମରେ ସମଗ୍ର ଯାତ୍ରା ସମ୍ପର୍କରେ ତାଙ୍କ ଫଲୋଅର୍ସଙ୍କୁ ଅବଗତ କରାଉଥିଲେ ।

ଶିହାବଙ୍କ ଅନୁସାରେ, ଏହି ଯାତ୍ରା ତାଙ୍କ ପାଇଁ ସହଜ ନଥିଲା । ସେ କେରଳରୁ ୱାଘା-ଅଟାରି ସୀମାରେ ପହଞ୍ଚିଥିଲେ, ହେଲେ ତାଙ୍କ ପାଖରେ ପାକିସ୍ତାନରେ ପ୍ରବେଶ କରିବା ଭିସା ନଥିଲା । ତେଣୁ ସେ ଟ୍ରାଞ୍ଜିଟ୍ ଭିସା ପାଇଁ ଆବେଦନ କରିଥିଲେ ଏବଂ ଏହି ପ୍ରକ୍ରିୟା ପାଇଁ ଅନେକ ମାସ ସମୟ ଲାଗିଥିଲା ।

ଏହି ସମୟ ମଧ୍ୟରେ ସେ ନିଜେ ୱାଗା ସୀମାରେ ଥିବା ଏକ ସ୍କୁଲରେ ରହୁଥିଲେ । ପରେ ପାକିସ୍ତାନ ପକ୍ଷରୁ ଟ୍ରାଞ୍ଜିଟ୍ ଭିସା ପାଇଁ ଅନୁମୋଦନ ମିଳିବା ପରେ ସେ ପୁଣି ଯାତ୍ରା ଆରମ୍ଭ କରିଥିଲେ । ଫେବୃଆରୀ ୨୦୨୩ରେ ପାକିସ୍ତାନ ତାଙ୍କୁ ଭିସା ଦେବାପରେ ଯାତ୍ରା ଆରମ୍ଭ କରି ମାତ୍ର ଚାରି ମାସ ମଧ୍ୟରେ ସେ ପବିତ୍ର ମକ୍କା ସହରରେ ପହଞ୍ଚିଛନ୍ତି ।