• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାରଙ୍କ ଅଧିନରେ ଥିବା ହଜାର ହଜାର କର୍ମଚାରୀ ପାଇବେ ନୂଆ ବର୍ଷରେ ବଡ଼ ଉପହାର । ବଢ଼ିବ ମହଙ୍ଗା ଭତ୍ତା । AICPI index ତରଫରୁ ମିଳିଥିବା ତଥ୍ୟ ଅନୁଯାୟୀ କେନ୍ଦ୍ର ସରକାରୀ କର୍ମଚାରୀ ପାଇବେ ୨୦୨୩ ନୂଆ ବର୍ଷରେ ବଡ଼ ଉପହାର । ଜାନୁଆରୀ ୨୦୨୩ରେ ଏହି ମହଙ୍ଗା ଭତ୍ତା ଲାଗୁ ହେବ । କିନ୍ତୁ ଏ ନେଇ ମାର୍ଚ୍ଚ ମାସ ହୋଲି ସମୟରେ ଘୋଷଣା ହେବ ।

୪ ପ୍ରତିଶତ ହାରରେ ଏହାକୁ ବୃଦ୍ଧି କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଏହି ୪ ପ୍ରତିଶତ ବୃଦ୍ଧି ପରେ ମହଙ୍ଗାଭତ୍ତା ୪୨ ପ୍ରତିଶତରେ ପହଞ୍ଚିବ । ସବୁଠାରୁ କମ ଦରମା ପାଉଥିବା ବ୍ୟକ୍ତି ଅନ୍ୟୁନ ୭୨୦ ଟଙ୍କା ପ୍ରତି ମାସ ହିସାବରେ ଅଧିକ ପାଇବ । ସେହିଭଳି ମୋଟା ଅଙ୍କର ଦରମା ପାଉଥିବା କର୍ମଚାରୀ ମାସିକ ୨୨୭୬ ଟଙ୍କା ଅଧିକ ପାଇବେ ।

ସୂଚନାଯୋଗ୍ୟ, ଲେବର ମିନିଷ୍ଟ୍ରୀ ପକ୍ଷରୁ ଅଲ୍‌ ଇଣ୍ଡିଆ କଞ୍ଜୁମର ପ୍ରାଇସ୍ ଇଣ୍ଡେକ୍ସ ଇଣ୍ଡଷ୍ଟ୍ରିଆଲ୍ ୱାର୍କର୍ସ ପକ୍ଷରୁ ଏକ ସଂଖ୍ୟା ଜାରି କରାଯାଇଛି । ସେପ୍ଟେମ୍ବରରେ ଏହି ସଂଖ୍ୟା ୧୩୧.୨ରେ ରହିଥିଲା । ଜୁନ୍‌ ତୁଳନାରେ ସେପ୍ଟେମ୍ବର ୨୦୨୨ ପର୍ଯ୍ୟନ୍ତ AICPI ଇଣ୍ଡେକ୍ସରେ ମୋଟ ୨.୧ ପ୍ରତିଶତ ବୃଦ୍ଧି ଘଟିଥିଲା । ଗତ ମାସ ଅଗଷ୍ଟ କଥା ଯଦି ଦେଖିବା ତେବେ ୧.୧ ପ୍ରତିଶତ ବୃଦ୍ଧି ଘଟିଛି ।

୨୦୨୨ର ଦ୍ୱିତୀୟାର୍ଦ୍ଧରୁ ଏହି ମହଙ୍ଗା ଭତ୍ତା ଲାଗୁ ହେବ

ଦ୍ୱିତୀୟାର୍ଦ୍ଧରେ AICPIର ଇଣ୍ଡେକ୍ସ ସଂଖ୍ୟ ସ୍ଥିର କରିବ ୨୦୨୩ ଜାନୁଆରୀରେ ମହଙ୍ଗା ଭତ୍ତା କେତେ ପ୍ରତିଶତ ବୃଦ୍ଧି ପାଇବ । ଡିସେମ୍ବର ୨୦୨୨ ସୁଦ୍ଧା ବୃଦ୍ଧି ପାଇଥିବା ସଂଖ୍ୟାକୁ ଦେଖି ମହଙ୍ଗା ଭତ୍ତା ବୃଦ୍ଧି ନେଇ ନିଷ୍ପତ୍ତି ନିଆଯିବ । ଏବେ ସୁଦ୍ଧା ସେପ୍ଟେମ୍ବର ପର୍ଯ୍ୟନ୍ତ ସଂଖ୍ୟା ସାମ୍ନାକୁ ଆସୁଛି । ପ୍ରତି ୬ ମାସରେ ଥରେ ମହଙ୍ଗା ଭତ୍ତା ବୃଦ୍ଧି ପାଇଥାଏ । ପ୍ରଥମ ଥର ଜାନୁଆରୀରେ ଓ ଦ୍ୱିତୀୟ ଥର ଜୁନ୍‌ରେ ଲାଗୁ ହୋଇଥାଏ । ଡିସେମ୍ବର ସୁଦ୍ଧା ଆସିଥିବା ସଂଖ୍ୟା ଅନୁସାରେ ୨୦୨୩ ଜାନୁଆରୀରେ ମହଙ୍ଗା ଭତ୍ତା ବୃଦ୍ଧି ହେବ । କର୍ମଚାରୀଙ୍କୁ ଏବେ ୩୮ ପ୍ରତିଶତ ମହଙ୍ଗା ଭତ୍ତା ଦିଆଯାଉଛି ।

ଯେଉଁ କର୍ମଚାରୀମାନଙ୍କ ବେସିକ୍‌ ସାଲେରୀ ୧୮ ହଜାର ଟଙ୍କା ରହିଛି ।

୪୨ ପ୍ରତିଶତ ମହଙ୍ଗା ଭତ୍ତା ଲାଗୁ ହେଲେ ସେମାନଙ୍କୁ ମାସକୁ ୭୫୬୦ ଟଙ୍କା ଅଧିକ ମିଳିବ ।

ଏବେ ୩୮ ପ୍ରତିଶତ ମହଙ୍ଗା ଭତ୍ତା ଥିବାରୁ ସେମାନଙ୍କୁ ମାସିକ ୬୮୪୦ ଟଙ୍କା ଅଧିକ ମିଳୁଛି ।

ତେବେ ଏହି ସଂଖ୍ୟାକୁ ଦେଖିଲେ ମୋଟ ୭୨୦ ଟଙ୍କା ବୃଦ୍ଧି ପାଇବ ।

ତେବେ ୭୨୦*୧୨ ଅର୍ଥାତ ବାର୍ଷିକ ୮୬୪୦ ଟଙ୍କା ଅଧିକ ପାଇବେ କେନ୍ଦ୍ର ସରକାରଙ୍କ କର୍ମଚାରୀ ।

ଯେଉଁମାନଙ୍କ ବେସିକ ସାଲେରୀ ୫୬୯୦୦ ରହିଛି ।

୪୨ ପ୍ରତିଶତ ମହଙ୍ଗା ଭତ୍ତା ଲାଗୁହେଲେ ୨୩୮୯୮ ଟଙ୍କା ଅଧିକ ପାଇବେ।

ଏବେ ୩୮ ପ୍ରତିଶତ ମହଙ୍ଗା ଭତ୍ତା ଲାଗୁ ଥିବା ବେଳେ ସେମାନଙ୍କୁ ୨୧୬୨୨ ଟଙ୍କା ଅଧିକ ମିଳୁଛି ।

ତେବେ ସେମାନଙ୍କର ମାସିକ ମୋଟ ୨୨୭୬ ଟଙ୍କା ବୃଦ୍ଧି ପାଇବ ।

ଆଉ ବର୍ଷକୁ ୨୭୩୧୨ ଟଙ୍କା ଅଧିକ ପାଇବେ ।