Advertisment

7th Pay Commission: କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ମିଳିପାରେ ଖୁସି ଖବର, ଖୁବ୍‌ଶୀଘ୍ର ହୋଇପାରେ ଘୋଷଣା

କେନ୍ଦ୍ର ସରକାରୀ କର୍ମଚାରୀ(Central Govt Employees)ଙ୍କ ପାଇଁ ଖୁସି ଖବର। ମୋଦି ସରକାର ପୁଣିଥରେ କେନ୍ଦ୍ର ସକରାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧି କରିବା ଲାଗି ଯୋଜନା କରିଛନ୍ତି।

author-image
Rajalaxmi Sahoo
DA Of Central Government Employees Likely To Hike

DA Of Central Government Employees Likely To Hike

କେନ୍ଦ୍ର ସରକାରୀ କର୍ମଚାରୀ(Central Govt Employees)ଙ୍କ ପାଇଁ ଖୁସି ଖବର। ମୋଦି ସରକାର ପୁଣିଥରେ କେନ୍ଦ୍ର ସକରାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (DA) ବୃଦ୍ଧି କରିବା ଲାଗି ଯୋଜନା କରିଛନ୍ତି। ମିଳିଥିବା ସୂଚନା ଅନୁସାରେ, ଏଥର ମହଙ୍ଗା ଭତ୍ତା ୩% ବୃଦ୍ଧି ପାଇପାରେ। 

Advertisment

ଜାତୀୟ ଗଣମାଧ୍ୟମ ୱେବ୍‌ସାଇଟ୍‌ ବିଜ୍‌ନେସ୍‌ ଟୁଡେର ରିପୋର୍ଟ ଅନୁସାରେ, କେନ୍ଦ୍ର ସରକାର ୩% ମହଙ୍ଗା ଭତ୍ତା ବୃଦ୍ଧି କରିବା ଲାଗି ଯୋଜନା କରୁଛନ୍ତି। ବର୍ଦ୍ଧିତ ଏହି ମହଙ୍ଗା ଭତ୍ତା ଜାନୁଆରୀରୁ ଲାଗୁ ହେବ। ଏନେଇ ଖୁବ୍‌ଶୀଘ୍ର ଘୋଷଣା ହୋଇପାରେ ବୋଲି ଜଣାପଡ଼ିଛି। ପଳରେ ଏହାଦ୍ୱାରା ଲକ୍ଷ ଲକ୍ଷ କେନ୍ଦ୍ର ସରକାରୀ କର୍ମଚାରୀ ଉପକୃତ ହେବେ।

ପୂର୍ବରୁ ଚର୍ଚ୍ଚା ହେଉଥିଲା, ହୋଲି ପୂର୍ବରୁ କେନ୍ଦ୍ର ସରକାର ମହଙ୍ଗା ଭତ୍ତା ବୃଦ୍ଧି ନେଇ ଘୋଷଣା କରିପାରନ୍ତି। ହେଲେ ଏପରି କିଛି ଘୋଷଣା ହୋଇନଥିଲା। ତେଣୁ ଖୁବ୍‌ଶୀଘ୍ର ସରକାର ଏନେଇ ନିଷ୍ପତ୍ତି କରି ଘୋଷଣା କରିପାରନ୍ତି ବୋଲି ଶୁଣିବାକୁ ମିଳୁଛି। 

Advertisment
Central Government Employee DA 7th Pay Commission
Advertisment
Advertisment