Advertisment

Republic Day 2025: ବିଶ୍ୱ ଦେଖିଲା ଭାରତର ପରାକ୍ରମ, ପରଖିଲା ସେନାର ଶୌର୍ଯ୍ୟ

ଆକାଶମାର୍ଗରେ MI-17 ହେଲିକପ୍ଟର୍‌ରୁ ଦର୍ଶକଙ୍କ ଉପରେ ହୋଇଥିଲା ପୁଷ୍ପ ବର୍ଷା। ଏପରି ଭାବରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ପାଳନ ହୋଇଯାଇଛି ୭୬ତମ ସାଧାରଣତନ୍ତ୍ର ଦିବସ।

ଅଦ୍ୟତନ ହୋଇଛି
Republic Day

Republic Day

Advertisment

ବିଶ୍ୱ ଦେଖିଲା ଭାରତର ପରାକ୍ରମ, ପରଖିଲା ସେନାର ଶୌର୍ଯ୍ୟ। ଗର୍ଜିଲା ବ୍ରହ୍ମୋସ୍ ମିସାଇଲ,ଗଡୱାଲ୍ ରାଇଫଲସ୍, ନାଭାଲ୍ ବ୍ରାସ୍ ବ୍ୟାଣ୍ଡଙ୍କ ‘କଦମ୍ କଦମ୍ ବଢ଼ାଏ ଚାଲ୍’ ରେ କମ୍ପିଲା ଗଗନ ଓ ପବନ। ନୂଆଦିଲ୍ଲୀ କର୍ତ୍ତବ୍ୟ ପଥରେ ୭୬ତମ ସାଧାରଣତନ୍ତ୍ର ଦିବସରେ ସ୍ଥଳ, ବାୟୁ, ନୌସେନା ପ୍ରଦର୍ଶନ କଲେ ନିଜର ଦକ୍ଷତା। 

Advertisment

ଆକାଶମାର୍ଗରେ MI-17 ହେଲିକପ୍ଟର୍‌ରୁ ଦର୍ଶକଙ୍କ ଉପରେ ହେଲା ପୁଷ୍ପ ବର୍ଷା। ଏପରି ଭାବରେ ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ପାଳନ ହୋଇଯାଇଛି ୭୬ତମ ସାଧାରଣତନ୍ତ୍ର ଦିବସ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦିଲ୍ଲୀର କର୍ତ୍ତବ୍ୟ ପଥରେ ଆୟୋଜିତ ଭବ୍ୟ କାର୍ଯ୍ୟକ୍ରମରେ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି।  ଏହି ଭବ୍ୟ କାର୍ଯ୍ୟକ୍ରମରେ ରାଷ୍ଟ୍ରପତିଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଚଳିତ ବର୍ଷର ମୁଖ୍ୟ ଅତିଥି ଇଣ୍ଡୋନେସିଆର ରାଷ୍ଟ୍ରପତି ପ୍ରାବୋଓ୍ୱୋ ସୁବିଅନ୍ତୋ ଉପସ୍ଥିତ ଥିଲେ।

Advertisment

ଅଧିକ ପଢ଼ନ୍ତୁ: ନିରଞ୍ଜନଙ୍କ ଘରେ କଳାକନା ବୁଲାଇଲେ ଚୋର; ଲୁଟିନେଲେ ୫୦ଲକ୍ଷ ଟଙ୍କାର ସୁନା ଗହଣା,ନଗଦ ଟଙ୍କା

ଏଥିସହ ପ୍ରତିରକ୍ଷା ମନ୍ତ୍ରୀ, ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ସହ କେନ୍ଦ୍ର ମନ୍ତ୍ରିମଣ୍ଡଳର ସଦସ୍ୟ, ତିନି ସେନାର ମୁଖ୍ୟ ଏବଂ କମାଣ୍ଡରମାନେ ମଧ୍ୟ କର୍ତ୍ତବ୍ୟ ପଥରେ ଆୟୋଜିତ ସାଧାରଣତନ୍ତ୍ର ଦିବସରେ ଉପସ୍ଥିତ ରହିଥିଲେ। ପତାକା ଉତ୍ତୋଳନ ପରେ ପରେଡରେ ଅଭିଭାଦନ ଗ୍ରହଣ କରିଥିଲେ ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ। ଏହା ପରେ ଆରମ୍ଭ ହୋଇଥିଲା ଭବ୍ୟ କାର୍ଯ୍ୟକ୍ରମ।  ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ଏକାଠି ହୋଇଥିଲା ପୂରା ଭାରତ।

Advertisment

ଭାରତୀୟ ସେନା ପକ୍ଷରୁ ବ୍ରହ୍ମୋସ୍ ମିସାଇଲ, BM 21 ଅଗ୍ନିବାଣ କର୍ତ୍ତବ୍ୟ ପଥରେ ଗର୍ଜିଥିଲା। ଗଡୱାଲ୍ ରାଇଫଲସ୍, ନଭାଲ୍ ବ୍ରାସ୍ ବ୍ୟାଣ୍ଡଙ୍କ ‘କଦମ୍ କଦମ୍ ବଢ଼ାଏ ଚାଲ୍’ ରେ ଗଗନ,ପବନ କମ୍ପିଥିଲା। ଭାରତୀୟ ସେନାର ଜାଟ୍ ରେଜିମେଣ୍ଟ, BSF CAMEL କଣ୍ଟିଜେଟ୍ ଦେଖାଇଥିଲେ ନିଜ ସ୍ୱତନ୍ତ୍ର ଦକ୍ଷତା।

ବାଇକରେ ଡେର୍ ଡେଭିଲ୍ସ ଶୋ’ ଯେମିତି କି, ଷ୍ଟାଣ୍ଡିଂ ସ୍ୟାଲୁଟ୍, ହ୍ବିଲି, ଡେଭିଲସ୍ ଡାଉନ୍, ପିରାମିଡ୍ ଆକୃତିର ହୋଇ ଦେଶବାସୀଙ୍କୁ ଚକିତ କରିଥିଲା। ଖାଲି ସେତିକି ନୁହେଁ ନୋ ମେନ୍ସ ଶୋ’ ପ୍ରଦର୍ଶନ କରାଯାଇଥିଲା।

ଏହି ଭବ୍ୟ କାର୍ଯ୍ୟକ୍ରମରେ ଓଡ଼ିଶା ପାଇଁ ଗର୍ବ ଓ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା ସ୍ୱଦେଶୀ କ୍ୱିକ୍ ରିଆକ୍ସନ ଫୋର୍ସ ଭେହିକିଲ୍ 'ନନ୍ଦିଘୋଷ'। ନୂଆଦିଲ୍ଲୀ କର୍ତ୍ତବ୍ୟପଥରେ ଗଡ଼ିଥିଲା 'ନନ୍ଦିଘୋଷ'। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ନାମରେ ନାମିତ ଏହି ସେନା ଗାଡ଼ିର କଣ୍ଟିନଜେଣ୍ଟ କମାଣ୍ଡର ଦାୟିତ୍ୱ ତୁଲାଇଥିଲେ ମେଜର୍ ରାଧିକା ସେନ୍।

ସେହିପରି  ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟରେ ୭୬ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ର  ସ୍ୱାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ସାଂଗଠନିକ ସାଧାରଣ ସଂପାଦକ ବି.ଏଲ୍ ସନ୍ତୋଷ ସହ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ। ପତାକା ଉତ୍ତୋଳନ ପରେ ଜାତୀୟ ସଙ୍ଗୀତ ଗାନ କରାଯାଇଥିଲା।

ଅଧିକ ପଢ଼ନ୍ତୁ: ଖୁସି ଖବର ଦେଲେ ମୋହନ ଚରଣ ମାଝୀ,ଗାଁ ଲୋକଙ୍କ ହାତରେ ରହିବ ବିକାଶର ଚାବିକାଠି

 

Delhi Republic Day PMO
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ