Advertisment

ଗୁଡ଼ରେ ତିଆରି ହୋଇଛି ୭୫ ଫୁଟର ଗଣେଶ, ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼

ବିଶାଖାପାଟଣା ସହରରେ କେବେ ଚାଉଳରେ, କେବେ ଚୁଡ଼ିରେ, କେବେ ନଡ଼ିଆରେ ସୁଉଚ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ ସହରର ଗାଜୁୱାକା ନିକଟରେ ଲମ୍ବୋଦର ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ନିର୍ମାଣ ହୋଇଛି ୭୫ ଫୁଟର ଗଣେଶ । ଯାହା ଖାଇବା ଗୁଡରେ ତିଆରି ହୋଇଛି।

author-image
Santosh Kumar Sahoo
Ganesh idol

Ganesh idol

ଗଣେଶ ପୂଜା ଆସିବା ମାତ୍ରେ ଉତ୍ସବ ମୁଖର ହୋଇ ଉଠେ ସାରା ଭାରତ । ଗଣେଶ ପୂଜାରେ ଭିନ୍ନ ଭିନ୍ନ ସାମଗ୍ରୀ ନିର୍ମାଣ ହୋଇଥାଏ ଗଣେଶ ମୂର୍ତ୍ତୀ । ଯାହା ଦେଖିବାକୁ ଆକର୍ଶଣୀୟ ଲାଗିଥାଏ । ସେମିତି ଏକ ଭିନ୍ନ ଧରଣର ମୂର୍ତ୍ତୀ ଦେଖିବାକୁ ମିଳିଛି ଆନ୍ଧ୍ରପ୍ରଦେଶର ବିଶାଖାପାଟଣା ସହର ।

Advertisment

ବିଶାଖାପାଟଣା ସହରରେ କେବେ ଚାଉଳରେ, କେବେ ଚୁଡ଼ିରେ, କେବେ ନଡ଼ିଆରେ ସୁଉଚ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଇଥାଏ । କିନ୍ତୁ ଚଳିତ ବର୍ଷ ସହରର ଗାଜୁୱାକା ନିକଟରେ ଲମ୍ବୋଦର ଚାରିଟେବୁଲ ଟ୍ରଷ୍ଟ ଦ୍ୱାରା ନିର୍ମାଣ ହୋଇଛି ୭୫ ଫୁଟର ଗଣେଶ । ଯାହା ଖାଇବା ଗୁଡରେ ତିଆରି ହୋଇଛି। ଏହା ଭାରତର ପ୍ରଥମ ଗଣେଶ ମୂର୍ତ୍ତି ଯାହା ୨୦ ଟନ ଗୁଡରେ ତିଆରି ହୋଇଛି।

ତେବେ ଏନେଇ ଟ୍ରଷ୍ଟର ମୁଖ୍ୟ ମୁଖପାତ୍ର ଏମ. ଶ୍ରୀନିବାସା ରାଓ କହିଛନ୍ତି ଯେ, ଗଣେଶ ମୂର୍ତ୍ତି ନିର୍ମାଣ ପାଇଁ ଆବଶ୍ୟକ ୨୦ ଟନ୍ ଗୁଡ ରାଜସ୍ଥାନ ସହରରୁ ଅଣାଯାଇଛି । ମୁମ୍ବାଇ, କୋଲକାତା, ଏବଂ ଆନାକାପଲିର କୁଶଳୀ ଶିଳ୍ପୀମାନେ ମିଳିତ ଭାବରେ ଏହି ସୁଉଚ୍ଚ ଗଣେଶ ମୂର୍ତ୍ତୀ ନିର୍ମାଣ କରିଛନ୍ତି । ଏହି ମୂର୍ତ୍ତୀକୁ ନିର୍ମାଣ କରିବାକୁ କାରିଗରଙ୍କୁ ୨ ମାସ ସମୟ ଲାଗିଥିଲା ।

Advertisment

ତେବେ ଏହି ଭିନ୍ନ ଧରଣର ଗଣେଶ ମୂର୍ତ୍ତୀ ଦେଖିବାକୁ ପ୍ରବଳ ଜନ ସମାଗମ ହେଉଛି । ଏଠାରେ ୨୧ ଦିନ ଧରି ପୂଜା ଚାଲିବ ପରେ ଗଣେଶ ମୂର୍ତ୍ତୀ ନିର୍ମାଣ ପାଇଁ ବ୍ୟବହୃତ ଗୁଡ଼କୁ ଭକ୍ତଙ୍କ ମଧ୍ୟରେ ପ୍ରସାଦ ରୂପେ ବଣ୍ଟନ କରାଯିବ ବୋଲି ଟ୍ରଷ୍ଟ ପକ୍ଷରୁ ଘୋଷଣା କରାଯାଇଛି ।

Ganesh Chaturthi
Advertisment
Advertisment