Advertisment

ନୀତୀଶଙ୍କ ନୂଆ ମନ୍ତ୍ରିମଣ୍ଡଳରେ ଅଧିକାଂଶ ଦାଗି, ମନ୍ତ୍ରୀମାନଙ୍କ ନାଁରେ ରହିଛି ସାଂଘାତିକ ଅପରାଧିକ ମାମଲା

ଯେଉଁ ସବୁ ବିଧାୟକମାନେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତଙ୍କ ନାଁରେ ରହିଛି ଅପରାଧିକ ମାମଲା ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
Nitish Kumar

Nitish Kumar

ପ୍ରାୟ ୭୦ ପ୍ରତିଶତରୁ ଅଧିକ ମନ୍ତ୍ରୀଙ୍କ ନାଁରେ ରହିଛି ଅପରାଧିକ ମାମଲା । କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ବହୁ ଚର୍ଚ୍ଚିତ ବିହାର ରାଜନୀତିର ହାଇଡ୍ରାମାରେ ପୁର୍ଣ୍ଣଛେଦ ପଡ଼ିଛି । ହେଲେ ଏବେ ଆଉ ଏକ ନୂଆ ବିବାଦ ତେଜିବାରେ ଲାଗିଛି । ନୀତୀଶ ସରକାର ଭାଙ୍ଗିବା ପରେ ପୁଣି ଥରେ ସେହି ନୀତୀଶ ସରକାର ପାର୍ଟ-୨ ଆରମ୍ଭ ହୋଇଛି । ହେଲେ ଏଥର ନୀତୀଶଙ୍କୁ ଟିକେ ଅଡ଼ୁଆ ପରିସ୍ଥିତିରେ ପକାଇଛି ତାଙ୍କ ନୂଆ ମନ୍ତ୍ରିମଣ୍ଡଳ ।

Advertisment

ନୂଆ ସରକାର ଗଠନ ହେବା ସହ ନୂଆ ମନ୍ତ୍ରୀ ବି ଦାୟିତ୍ୱ ଗ୍ରହଣ କରିଛନ୍ତି । ଆଉ ବିଡ଼ମ୍ବନାର କଥା ହେଉଛି, ଏବେ ଯେଉଁ ସବୁ ବିଧାୟକମାନେ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୭୦ ପ୍ରତିଶତଙ୍କ ନାଁରେ ରହିଛି ଅପରାଧିକ ମାମଲା । ଏନେଇ ADR ପକ୍ଷରୁ ପ୍ରକାଶ ପାଇଥିବା ଏକ ରିପୋର୍ଟରେ ଖୁଲାସା ହୋଇଛି ।

ତେବେ ସବୁଠୁ ବଡ଼ କଥା ହେଉଛି ଖୋଦ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାଁରେ ଅପରାଧିକ ମାମଲା ରହିଥିବା ବେଳେ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କ ନାଁରେ ମଧ୍ୟ ରହିଛି ମାମଲା । ସେମାନଙ୍କ ନାଁରେ ଥାନାରେ ଏତଲା ରହିଛି ।

Advertisment

ନୀତୀଶ କୁମାର ଯିଏ କି ନିକଟରେ ବିଜେପି ହାତ ଛାଡ଼ି ସରକାର ଭାଙ୍ଗିଥିଲେ ଏବଂ RJD ସହ ହାତ ମେଳାଇ ନୂଆ ସରକାର ଗଠନ କରିଥିଲେ, ପରେ ସେ ଅଗଷ୍ଟ ୧୦ ତାରିଖରେ ନିଜେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିବା ବେଳେ ତେଜସ୍ୱୀ ଯାଦବ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ । ଏହାପରେ ନୀତୀଶ ନିଜର ନୂଆ ମନ୍ତ୍ରିମଣ୍ଡଳ ଗଠନ କରିଥିଲେ । ଗତ ମଙ୍ଗଳବାର ୩୧ ଜଣ ନୂଆ ମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ ।

ତେବେ ନୂଆ କରି ହୋଇଥିବା ୩୩ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୨୦୨୦ରେ ୩୨ ଜଣ ନେତା ନିର୍ବାଚନ କମିଶନଙ୍କ ନିକଟରେ ଯେଉଁ ସତ୍ୟପାଠ ଦାଖଲ କରିଥିଲେ, ସେଥିରୁ ସେମାନଙ୍କର ଇତିହାସ ପଦାକୁ ଆସିଛି । ଏଡିଆର୍‌ ପକ୍ଷରୁ ସେହି ସବୁ ନେତାଙ୍କର ସତ୍ୟପାଠ ଯାଞ୍ଚ କରାଯିବା ପରେ ୭୦ ପ୍ରତିଶତ ନେତାଙ୍କ ନାଁରେ ଅପରାଧିକ ମାମଲା ଥିବା ଜଣାପଡ଼ିଛି । ଏଥିରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନାଁ ମଧ୍ୟ ରହିଛି ।

୩୩ ଜଣଙ୍କ ମଧ୍ୟରୁ ଜଣେ ସତ୍ୟପାଠ ଦାଖଲ କରିନାହାନ୍ତି । ସେ ହେଲେ ଜେଡିୟୁ ନେତା ତଥା କ୍ୟାବିନେଟ୍ ମନ୍ତ୍ରୀ ଅଶୋକ ଚୌଧୁରୀ । ସେ ବିଧାନ ପରିଷଦକୁ ନୋମିନେଟ ହୋଇଯାଇଛନ୍ତି । ପବ୍ଲିକ୍‌ ଡୋମେନ୍‌ରେ ତାଙ୍କର କୌଣସି ତଥ୍ୟ ନାହିଁ । ତାଙ୍କ ନାଁରେ କେତେ କ୍ରିମିନାଲ କେସ୍‌ ରହିଛି, କିମ୍ବା ତାଙ୍କର ସମ୍ପତ୍ତି କେତେ ? ସେନେଇ ମଧ୍ୟ କିଛି ତଥ୍ୟ ନାହିଁ ।

ADR ରିପୋର୍ଟ ଅନୁସାରେ ୩୨ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୨୩ ଜଣ, ଅର୍ଥାତ୍‌ ୭୨ ପ୍ରତିଶତ ମନ୍ତ୍ରୀଙ୍କ ନାଁରେ ଅପରାଧିକ ମାମଲା ରହିଛି । ସେଥିମଧ୍ୟରୁ ୧୭ ଜଣ ଅର୍ଥାତ୍‌ ୫୩ ପ୍ରତିଶତ ମନ୍ତ୍ରୀଙ୍କ ନାଁରେ ସାଂଘାତିକ ଅପରାଧିକ ମାମଲା ରହିଛି ।

ସେହିଭଳି ୩୨ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ୨୭ ଜଣ ଅର୍ଥାତ୍‌ ୮୪ ପ୍ରତିଶତ ମନ୍ତ୍ରୀ କୋଟିପତି ବୋଲି ଜଣାପଡ଼ିଛି । ପ୍ରତ୍ୟେକ ମନ୍ତ୍ରୀଙ୍କ ହାରାହାରି ସମ୍ପତ୍ତି ପ୍ରାୟ ୫.୮୨ କୋଟି ବୋଲି ADR ରିପୋର୍ଟରେ ଦର୍ଶାଯାଇଛି ।

BJP Bihar Politics RJD JDU
Advertisment
Advertisment