• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ରାସନ୍‌ କାର୍ଡଧାରୀଙ୍କ ପାଇଁ ବଡ଼ ଖବର । ୭୦ ଲକ୍ଷ କାର୍ଡ ରଦ୍ଦ ହେବାର ଅନେକ ସମ୍ଭାବନା ରହିଛି । ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (NFSA) ଅଧୀନରେ ମୋଦି ସରକାର ୭୦ ଲକ୍ଷ କାର୍ଡଧାରୀଙ୍କୁ ସନ୍ଦିଗ୍ଧ ତାଲିକାରେ ରଖିଛନ୍ତି । ଏହାସହିତ ଡାଟାକୁ ତୃଣମୂଳ ସ୍ତରରେ ଯାଞ୍ଚ ପାଇଁ ରାଜ୍ୟଗୁଡିକୁ ପଠାଇ ଦିଆଯାଇଛି ।

ଯାଞ୍ଚ ପରେ ସନ୍ଦିଗ୍ଧ ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିବା ନାମଗୁଡିକ NFSA ଅଧୀନରେ ରାସନ ପାଇବାକୁ ଯୋଗ୍ୟ କି ନୁହେଁ ଜଣାପଡ଼ିବ । ୨୦୧୩ ରୁ ୨୦୨୧ ମଧ୍ୟରେ ୪.୭୪ କୋଟି ରାସନ କାର୍ଡ ବାତିଲ କରାଯାଇଥିବା ଖାଦ୍ୟ ସଚିବ କହିଛନ୍ତି । ସେହିଭଳି ଏଥର ୭୦ଲକ୍ଷ ରାସନ କାର୍ଡଧାରୀଙ୍କୁ ସନ୍ଦିଗ୍ଧ ତାଲିକାରେ ରଖାଯାଇଛି। ଏହି ତଥ୍ୟ ବିଷୟରେ ସଠିକ୍ ସୂଚନା ସଂଗ୍ରହ ପାଇଁ କାମ କରାଯାଉଛି । ତଥ୍ୟ ସଂଗ୍ରହ ହେବାମାତ୍ରେ ରାସନ କାର୍ଡ ହଡପ୍‌ କରିଥିବା ବ୍ୟକ୍ତିଙ୍କ କାର୍ଡ ବାତିଲ ହୋଯିବ ।

୭୦ ଲକ୍ଷରୁ ୫୦ କିମ୍ବା ୬୦ ପ୍ରତିଶତ ମଧ୍ୟ ନକଲି କାର୍ଡଧାରୀ ସାବ୍ୟସ୍ତ ହେଲେ, ତାଙ୍କ ପରିବର୍ତ୍ତେ ସୁଯୋଗ୍ୟ ଉପଭୋକ୍ତାଙ୍କୁ ଲାଭ ମିଳିବ । ତେବେ ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏହା ଲଗାତାର ଚାଲୁଥିବା ଏକ ପ୍ରକ୍ରିୟା ଅଟେ । ଖାଦ୍ୟ ସଚିବ କହିଛନ୍ତି , ଗତ ୯ ବର୍ଷରେ ବାତିଲ ହୋଇଥିବା ୪.୭୪ କୋଟି ରାସନ କାର୍ଡ ଯୋଗୁଁ ପ୍ରାୟ ୧୯ କୋଟି ଲୋକ ଉପକୃତ ହୋଇଛନ୍ତି । ରାସନ କାର୍ଡ ବାତିଲ ହେବା ପରେ ସେମାନଙ୍କ ସ୍ଥାନରେ ନୂତନ ନାମ ଯୋଡାହୋଇଛି ।

୨୦୧୬ରେ ଅଧିକ କାର୍ଡ ରଦ୍ଦ ହୋଇଛି

ଖାଦ୍ୟ ମନ୍ତ୍ରଣାଳୟ ଦ୍ୱାରା ସେୟାର କରାଯାଇଥିବା ତଥ୍ୟ ଅନୁଯାୟୀ ଗତ ୯ ବର୍ଷ ମଧ୍ୟରେ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳ ଦ୍ୱାରା ୪.୭୪ କୋଟି ରାସନ କାର୍ଡ ବାତିଲ କରାଯାଇଛି । ୨୦୧୬ ମସିହାରେ ୮୪ ଲକ୍ଷରୁ ଅଧିକ ରାସନ କାର୍ଡ ବାତିଲ କରାଯାଇଥିଲା । ଗତ ୯ ବର୍ଷ ମଧ୍ୟରେ ୨୦୧୬ ହିଁ ସର୍ବାଧିକ ସଂଖ୍ୟକ କାର୍ଡ ବାତିଲ ହୋଇଥିଲା ।