• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ସୁରକ୍ଷ।କର୍ମୀଙ୍କ ଗୁଳିରେ ଟଳିଲେ ୭ ଆତଙ୍କୀ  । ଗତ ୨ଦିନରେ ଜାମ୍ମୁ ଓ କାଶ୍ମୀରର କୁପଓ୍ୱାରା, ପୁଲଓ୍ବାମା ଓ କୁଲଗାମରେ  ସୁରକ୍ଷାକର୍ମୀଙ୍କ ଗୁଳି ବିନିମୟରେ ୭ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ୩ ଜଣ ପାକିସ୍ତାନୀ ଅନୁପ୍ରବେଶକାରୀ ରହିଥିବାର କାଶ୍ମୀର ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି । 


ଗତକାଲିଠାରୁ କୁପୱାରାରେ ଚାଲିଥିବା ଗୁଳିବିନିମୟରେ ମୋଟ ୪ ଜଣ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି । ସେହପିରି ପୁଲୱାମାରେ ଜଣେ ଜୈଶେ ମହମ୍ମଦର ଆତଙ୍କବାଦୀ ସହ ଜଣେଲସ୍କରେ ତୈବାର ଆତଙ୍କବାଦୀକୁ ସୁରକ୍ଷାକର୍ମୀ  ନିପାତ କରିଛନ୍ତି । 


ତେବେ ଉଭୟ ପୁଲୱାମା ଓକୁପୱାରେ ପୋଲିସ ଏ ସେନାର ମିଳିତ ଅରସନ ସରିଛି । ସେପଟେ କୁଲଗାମରେ ଜଣେ ଆତଙ୍କବାଦୀକୁ ସୁରକ୍ଷାକର୍ମୀ ଢେର କରିଛନ୍ତି । ସେଠାରେ ଏବେ ବି ସର୍ଚ୍ଚ ଅପରେସନ୍ ଜାରି ରହିଥିବାର ସୂଚନା ମିଳିଛି । 


ଜମ୍ମୁକାଶ୍ମୀରରେ ଦିନକୁ ଦିନ ଆତଙ୍କବାଦୀଙ୍କ ବର୍ବର କାଣ୍ଡ ବଢ଼ିବାରେ ଲାଗିଛି । ଏମିତିକି ସେମାନେ ଖୁଲମଖୁଲା ଜନସାଧାରଣଙ୍କୁ ଟାର୍ଗେଟ୍ କରୁଛନ୍ତି । ଯାହାକୁ ମୁକାବିଲା କରିବା ଏବେ ସୁରକ୍ଷାକର୍ମୀଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ସାଦୃଶ୍ୟ ପାଲଟିଛି । ଆଉ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରି ସୁରକ୍ଷାକର୍ମୀମାନେ ହିଂସାକାଣ୍ଡ କରିଥିବା ଆତଙ୍କବାଦୀଙ୍କୁ ନିପାତ କରିବାରେ ଲାଗିଛନ୍ତି ।