Advertisment

ଅଧା ବାଟରେ ଜଗିଥିଲା ଯମ, ନେଇଗଲା ୭ ଜୀବନ

ବିବାହ ଉତ୍ସବରେ ଯୋଗଦେବାକୁ ଯିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି।

author-image
Rajalaxmi Sahoo
Road Accident In Uttar Pradesh

Road Accident In Uttar Pradesh

ହସଖୁସିରେ ବିବାହ ଉତ୍ସବରେ ଯୋଗଦେବାକୁ ବାହାରି ଥିଲେ। ହେଲେ ଅଧା ବାଟରେ ଜଗିଥିଲା ଯମ, ନେଇଗଲା ଜୀବନ। ବିବାହ ଉତ୍ସବରେ ଯୋଗଦେବାକୁ ଯିବାବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶରେ ଏହି ଭୟଙ୍କର ଦୁର୍ଘଟଣା ଘଟିଛି। କାର୍‌କୁ ଅନ୍ୟ ଏକ ଗାଡ଼ି ଧକ୍କା ଦେବା ଯୋଗୁ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୨ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ୩ ଜଣ ପୁରୁଷ ଓ ଜଣେ ଛୋଟ ପିଲା ଥିବା ଜଣାପଡ଼ିଛି। ମୃତାହତ ମୋରଦାବାଦ ଜିଲ୍ଲାର ବୋଲି ଜଣାପଡ଼ିଛି।

Advertisment

ସୂଚନା ଅନୁସାରେ, ବିବାହ ଉତ୍ସବରେ ଯୋଗଦେବା ପାଇଁ ଏକ କାର୍‌ରେ ରାହାତା ମାଫି ଗାଁର ୧୧ଜଣ ନୋଏଡା ଅଭିମୁଖେ ବାହାରି ଥିଲେ। ଏହି ସମୟରେ ମଥୁରା ନିକଟ ଯମୁନା ଏକ୍ସପ୍ରେସ୍‌ୱେରେ କାର୍‌କୁ ଅନ୍ୟ ଏକ ଗାଡ଼ି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ୨ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।  ମୃତକଙ୍କ ମଧ୍ୟରେ ୩ ଜଣ ମହିଳା, ୩ ଜଣ ପୁରୁଷ ଓ ଜଣେ ଛୋଟ ଛୁଆ ଥିବା ଜଣାପଡ଼ିଛି।

ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଛି। 

Advertisment

Road Accident
Advertisment
Advertisment