ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପାଣିରେ ଭାସିଗଲେ ୭ ଜଣ। ଶୁକ୍ରବାର ଦିନ ହରିୟାଣାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ୩ ଜଣ ସୋନିପତ୍ର ହୋଇଥିବା ବେଳେ ଅନ୍ୟ ୪ ଜଣ ମହେନ୍ଦ୍ରଗଡ଼ର ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଅଗଷ୍ଟ ୩୧ରେ ଗଣେଶ ପୂଜା ପଡ଼ିଥିବା ବେଳେ ୧୦ ଦିନ ଧରି ହରିୟାଣାର ବିଭିନ୍ନ ସ୍ଥାନରେ ଏହି ଉତ୍ସବ ପାଳନ ହୋଇଥିଲା। ଗତକାଲି ଭସାଣି ଉତ୍ସବ ଥିଲା। ମୂର୍ତ୍ତି ଗୁଡ଼ିକୁ ନିକଟସ୍ଥ ଜଳାଶୟକୁ ନିଆଯାଇ ସେଠାରେ ବିସର୍ଜନ କରାଯିବା ସମୟରେ ଏହି ଅଭାବନୀୟ ଘଟଣା ଘଟିଥିବା ଜଣାପଡ଼ିଛି।
ଜଣେ ବ୍ୟକ୍ତି ନିଜ ପୁଅ ଓ ପୁତୁରାଙ୍କ ସହ ସୋନିପତର ମିମାରପୁର ଘାଟରେ ମୂର୍ତ୍ତି ବିସର୍ଜନ କରୁଥିବା ବେଳେ ପାଣିରେ ଭାସି ଯାଇଥିଲେ। ପରେ ସମସ୍ତ ୩ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ପୋଷ୍ଟମର୍ଟମ ପାଇଁ ପଠାଯିବା ସହ ତଦନ୍ତ ଆରମ୍ଭ ହୋଇଛି। ସେହିପରି ମହେନ୍ଦ୍ରଗଡ଼ରେ ମଧ୍ୟ ମୂର୍ତ୍ତି ବିସର୍ଜନ ବେଳେ ଅଭାବନୀୟ ଘଟଣା ଘଟିଛି। ୯ ଜଣ ବ୍ୟକ୍ତି ଗାଁ ନିକଟସ୍ଥ ଝାଗାଡ଼ୋଲି ଅଞ୍ଚଳକୁ ଯାଇଥିବା ବେଳେ ପାଣିରେ ଭାସି ଯାଇଥିବା ସୂଚନା ମିଳିଛି। ୮ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ମୃତ୍ୟୁ ଘଟିଛି।
ଘଟଣାକୁ ନେଇ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରା ଲାଲ୍ ଖଟ୍ଟର ଦୁଃଖ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ‘ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ମହେନ୍ଦ୍ରଗଡ଼ ଓ ସୋନିପତ ଜିଲ୍ଲାରେ ଅନେକ ଲୋକ ପାଣିରେ ଭାସି ଯାଇଥିବା ଖବର ସାମ୍ନାକୁ ଆସିଛି। ପାଣିରେ ଭାସି ଯାଉଥିବା ବେଳେ NDRF ଟିମ୍ ଅନେକ ଲୋକଙ୍କୁ ବଞ୍ଚାଇଛନ୍ତି। ସେମାନଙ୍କର ଆଶୁ ଆରୋଗ୍ୟ କାମନା କରୁଛି ବୋଲି ହରିୟାଣା ମୁଖ୍ୟମନ୍ତ୍ରୀ କହିଛନ୍ତି।
महेंद्रगढ़ और सोनीपत जिले में गणपति विसर्जन के दौरान नहर में डूबने से कई लोगों की असामयिक मृत्यु का समाचार हृदयविदारक है।
— Manohar Lal (@mlkhattar) September 9, 2022
इस कठिन समय में हम सभी मृतकों के परिजनों के साथ खड़े हैं।
NDRF की टीम ने कई लोगों को डूबने से बचा लिया है, मैं उनके शीघ्र स्वस्थ होने की प्रार्थना करता हूँ।