/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651900315.jpg)
7 Die In Fire At Building In Madhya Pradesh's Indore, 9 Rescued
ଦୁଇ ମହଲା କୋଠାରେ ଭୟଙ୍କର ଅଗ୍ନିକାଣ୍ଡ । ମଧ୍ୟପ୍ରଦେଶ ସ୍ଥିତ ଏକ ଦୁଇ ମହଲା କୋଠାରେ ଏହି ଅଗ୍ନିକାଣ୍ଡ ହୋଇଥିବା ସୂଚନା ମିଳିଛି । ଏହି ଦୁର୍ଘଟଣାରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଥିବା ଜଣାପଡିଛି । ତେବେ ମୃତକ ମାନଙ୍କ ମଧ୍ୟରେ ୨ ଜଣ ମହିଳା, ୫ ଜଣ ପୁରୁଷ ଥିବାବେଳେ ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୪ ଜଣ ରହିଛନ୍ତି ।
Madhya Pradesh | Five people charred to death after a fire broke out in a two-storey building in Indore.
The Fire official says, "The fire might have started through a short circuit. It took us 3 hours to bring the fire under control. pic.twitter.com/FNDeDWgm1x
— ANI MP/CG/Rajasthan (@ANI_MP_CG_RJ) May 7, 2022
ସୂଚନା ଅନୁସାରେ, ଆଜି ଭୋର ୪ଟାରୁ ୫ଟା ମଧ୍ୟରେ ଇନ୍ଦୋରର ସ୍ୱର୍ଣ୍ଣବାଗ ଅଞ୍ଚଳରେ ଥିବା ଏକ ଦୁଇ ମହଲା ବିଶିଷ୍ଟ ଏକ କୋଠାରେ ଅଗ୍ନିକାଣ୍ଡ ଘଟିଛି । ଖବର ପାଇଁ ଘଟଣାସ୍ଥଳରେ ଇନ୍ଦୋର ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ । ଏହାସହ ନିଆଁ ଲିଭା କାମରେ ୪ଟି ଦମକଳ ବାହିନୀ ନିୟୋଜିତ ହୋଇଥିଲେ । ଯାହା ପରେ ଅଗ୍ନିଶମବାହିନୀ ଦୀର୍ଘ ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇପାରିଥିଲେ ।
7 die in fire at Indore building, nine rescued, the fire was triggered by short circuit in main electric supply system in the basement 5 people still hospitalized @ndtv@ndtvindiapic.twitter.com/Qtq89HYX95
— Anurag Dwary (@Anurag_Dwary) May 7, 2022
ଅନ୍ୟପକ୍ଷେ, ସର୍ଟ ସର୍କିଟ ଯୋଗୁଁ କୋଠା ତଳେ ଥିବା ପାର୍କିଂରେ ପ୍ରଥମେ ନିଆଁ ଲାଗିବାରୁ ତାହା ବିଲ୍ଡିଂକୁ ବ୍ୟାପିଥିବାର ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଘଟଣା ସ୍ଥଳରେ ଇନ୍ଦୋର ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)