• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆସାମରେ ବନ୍ୟା ବିଭୀଷିକା ଜାରି ରହିଛି । ୨୪ଟି ଜିଲ୍ଲାରେ ବନ୍ୟା ଯୋଗୁଁ ପ୍ରାୟ ୪ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି । ବନ୍ୟା ଓ ଭୂସ୍ଖଳନ ଯୋଗୁଁ ଏପର୍ଯ୍ୟନ୍ତ ୭ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ବର୍ତ୍ତମାନ ପର୍ଯ୍ୟନ୍ତ କଛାର, ଚରାଇଦେବ, ଦରାଙ୍ଗ, ଧେମାଜୀ, ଦିବ୍ରୁଗଡ ଏବଂ ଦିମା ହସାଓ ସମେତ ଆହୁରି କିଛି ଅଞ୍ଚଳରେ ବର୍ଷା ତାଣ୍ଡବ ରଚିଛି । ପରିସ୍ଥିତିକୁ ଦେଖି ସେନା ଓ ଆସାମ ରାଇଫଲସର ଯବାନ ମାନଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ କରାଯାଇଛି ।

ଆସାମର କଚ୍ଚାର ଜିଲ୍ଲାରେ ପରିସ୍ଥିତି ସବୁଠୁ ଅଧିକ ଗମ୍ଭୀର ରହିଛି । କେବଳ କଚ୍ଚାର ଜିଲ୍ଲାରେ ଲକ୍ଷାଧିକ ଲୋକ ପାଣିଘେରରେ ରହିଛନ୍ତି । ଲୋକମାନେ ଜୀବନ ବିକଳରେ ଅତ୍ୟାବଶ୍ୟକ ଆସବାବପତ୍ର ଧରି ସୁରକ୍ଷିତ ସ୍ଥାନକୁ ଚାଲିଯାଉଛନ୍ତି ।

ଲଗାଣ ବର୍ଷା ପାଇଁ ଅନେକ ଜିଲ୍ଲାରେ ରାସ୍ତା ନଷ୍ଟ ହେବା ସହ ବ୍ରିଜ୍ ଭାଙ୍ଗିଯାଇଛି । ଏହାସହ ଫସଲ ମଧ୍ୟ ନଷ୍ଟ ହୋଇଥିବାବେଳେ ଅନେକ ନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ବନ୍ୟା ପ୍ରଭାବିତ ଅଞ୍ଚଳରେ ଏନଡିଆରଏଫ, ସେନା, ଏସଡିଆରଏଫ କର୍ମଚାରୀ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟରେ ନିୟୋଜିତ ଅଛନ୍ତି ।

ସୂଚନା ଅନୁସାରେ, ଆସାମର ୨୦ଟି ଜିଲ୍ଲାର ୬୫୨ ଟି ଗାଁ ପାଣି ଘେରରେ ରହିଛି । ପ୍ରାୟ ପ୍ରାୟ ୨ ଲକ୍ଷ ଲୋକ ଏଥିରେ ପ୍ରଭାବିତ ହୋଇଛନ୍ତି । ଭୂସ୍ଖଳନ ଯୋଗୁଁ ମାଟି ଧସି ପାହାଡିଆ ଜିଲ୍ଲା ଦିମା ହାସାଓ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇପଡିଛି ।