Advertisment

ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପତ୍ର ବଣ୍ଟନ ଆରମ୍ଭ ; ଜାଣନ୍ତୁ କ’ଣ ହୋଇଛି ଲେଖା

ଅଯୋଧ୍ୟା ରାମ ମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପତ୍ର ପଠାଯିବା ଆରମ୍ଭ ହୋଇଯାଇଛି। ଏହାରି ଭିତରେ କାର୍ଡର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ନିମନ୍ତ୍ରଣ ପତ୍ରର ଲଫାପା ଭିତରେ ଏକ ଚିଠି ମଧ୍ୟ ଅଛି। ଏଥିରେ କ’ଣ ଲେଖାଯାଇଛି ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
6,000 invitations being sent out for Ayodhya's Ram Temple consecration

6,000 invitations being sent out for Ayodhya's Ram Temple consecration

ଆସନ୍ତା ବର୍ଷ ଜାନୁୟାରୀ ୨୨ରେ ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ମନ୍ଦିରରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ନିମନ୍ତ୍ରଣ ପତ୍ର ପଠାଯିବା ଆରମ୍ଭ ହୋଇଯାଇଛି। ଏହାରି ଭିତରେ କାର୍ଡର ପ୍ରଥମ ଫଟୋ ସାମ୍ନାକୁ ଆସିଛି। ନିମନ୍ତ୍ରଣ ପତ୍ରର ଲଫାପା ଉପରେ ଲେଖାଯାଇଛି ଯେ- ପ୍ରାଣ ପ୍ରତିଷ୍ଠା ସମାରୋହ। ଏହା ଭିତରେ ଏକ ଚିଠି ମଧ୍ୟ ଅଛି।

Advertisment

ଏହି ଚିଠିରେ ଲେଖାଯାଇଛି - ଆପଣ ଜାଣିଛନ୍ତି ଯେ ଦୀର୍ଘ ଦିନର ସଂଘର୍ଷ ପରେ ଶ୍ରୀରାମ ଜନ୍ମଭୂମିରେ ମନ୍ଦିର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ। ପୌଷ ଶୁକ୍ଳ ଦ୍ୱାଦଶୀ, ବିକ୍ରମ ସମ୍ୱତ ୨୦୮୨, ସୋମବାର, ୨୨ ଜାନୁଆରୀ ୨୦୨୪, ଗର୍ଭଗୃହରେ ରାମଲାଲାଙ୍କର ନୂତନ ବିଗ୍ରହର ପ୍ରାଣ ପ୍ରତିଷ୍ଠା କରାଯିବ। ଏହା ଆମର ଦୃଢ ଇଚ୍ଛା ଯେ ଆପଣ ଏହି ଶୁଭ ଅବସରରେ ଅଯୋଧ୍ୟାରେ ଉପସ୍ଥିତ ରହି ପ୍ରାଣ ପ୍ରତିଷ୍ଠାର ସାକ୍ଷୀ ହେହେ ଏବଂ ଏହି ମହାନ ଐତିହାସିକ ଦିନର ଗରିମା ବୃଦ୍ଧି କରିବେ।

ଏହା ଚିଠିରେ ଲେଖାଯାଇଛି – ନିବେଦନ ଯେ ୨୧ ଜାନୁଆରୀ ପୂର୍ବରୁ ଅଯୋଧ୍ୟା ପରିଦର୍ଶନ କରିବାକୁ ଯୋଜନା କରନ୍ତୁ। ଆପଣ ଯେତେ ଶୀଘ୍ର ଅଯୋଧ୍ୟାକୁ ଆସିବେ, ଆପଣଙ୍କୁ ସେତେ ସୁବିଧା ହେବ। ଯଦି ଆପଣ ବିଳମ୍ବରେ ଆସନ୍ତି ତେବେ ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିପାରେ। ୨୩ ଜାନୁଆରୀ ୨୦୨୪ ପରେ ପରେ ହିଁ ଫେରିବାକୁ ଯୋଜନା କରନ୍ତୁ।

Advertisment

ଏହି ଚିଠିର ଶେଷରେ ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟଙ୍କ ଦସ୍ତଖତ ମଧ୍ୟ ରହିଛି।

ଏହି ପରିପ୍ରେକ୍ଷୀରେ ଟ୍ରଷ୍ଟର ଜଣେ ଅଧିକାରୀ କହିଛନ୍ତି ଯେ ଜାନୁଆରୀ ୨୨ ରେ ଏହି ପ୍ରାଣ ପ୍ରତିଷ୍ଠା କରାଯିବ। ସାରା ଦେଶରେ ୬୦୦୦ ଲୋକଙ୍କୁ ନିମନ୍ତ୍ରଣ ପଠାଇବାକୁ ହେବ। ଏହା ଏକ ବଡ କାମ।

ନିମନ୍ତ୍ରଣ ପତ୍ର ଗ୍ରହଣ କରିଥିବା ଜଣେ ସନ୍ଥ କହିଛନ୍ତି ଯେ ଆଜି ପ୍ରଭୁ ରାମ ଆମକୁ ବହୁତ ବଡ କୃପା କରିଛନ୍ତି ଯେ ଆମକୁ ଡାକ ଦ୍ୱାରା ପ୍ରଥମ ନିମନ୍ତ୍ରଣ କାର୍ଡ ମିଳିଛି।

ଅନ୍ୟପକ୍ଷରେ, ଅଯୋଧ୍ୟାରେ ରାମ ମନ୍ଦିର ପାଇଁ ଅତିରିକ୍ତ ସୁରକ୍ଷା ଯୋଜନା ଜାନୁଆରୀ ୨ ତାରିଖରୁ କାର୍ଯ୍ୟକାରୀ ହେବ। ଆସନ୍ତା ବର୍ଷ ଜାନୁୟାରୀ ୨୨ରେ ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ-ପ୍ରତିଷ୍ଠା ସମାରୋହରେ ମନ୍ଦିରର ସୁରକ୍ଷା ଯୋଜନା ନିଶ୍ଚିତ କରିବାକୁ ସମସ୍ତ ଆବଶ୍ୟକୀୟ ଉପକରଣ ସ୍ଥାପନ କରାଯିବ।

ଏହି ପରିପ୍ରେକ୍ଷୀରେ ଅତିରିକ୍ତ ପୁଲିସ୍ ମହାନିର୍ଦ୍ଦେଶକ (ସୁରକ୍ଷା), ଆଇଜି ପୋଲିସ୍ (ଅଯୋଧ୍ୟା ରେଞ୍ଜ୍‌), ଆଇବି ଅଧିକାରୀ, ଅଯୋଧ୍ୟା ବିଭାଗୀୟ କମିଶନର ତଥା ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ୍‌ର ଜଣେ ସଦସ୍ୟ ଏକ ବୈଠକ କରିଥିଲେ।

ଅଯୋଧ୍ୟା ମଣ୍ଡଳ କମିଶନର ଗୌରବ ଦୟାଲ ଗଣମାଧ୍ୟମକୁ କହିଛନ୍ତି ଯେ ସୁରକ୍ଷା ଯୋଜନାର ପ୍ରଥମ ପର୍ଯ୍ୟାୟ ପାଇଁ ରାଜ୍ୟ ସରକାର ୪୦ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ରାମ ମନ୍ଦିରର ସାମଗ୍ରିକ ସୁରକ୍ଷା ଯୋଜନା ଅନୁମୋଦନ ପାଇଁ ରାଜ୍ୟ ସରକାରଙ୍କ ପାଖରେ ଅଛି।”

Ayodhya Ram Mandir Ram Mandir Ram Mandir Trust
Advertisment
Advertisment