Advertisment

ଶେଷ ହେଲା 5G ସ୍ପେକ୍ଟ୍ରମ ନିଲାମୀ: ଅଧା କିଣିନେଲା ଜିଓ

ସବୁଠାରୁ ଉନ୍ନତ କୁହାଯାଉଥିବା ୭୦୦ ମେଗାହର୍ଜ ସମେତ ଅନ୍ୟ ବ୍ୟାଣ୍ଡର ସ୍ପ୍ରେମକୁ କିଣିଛି ଜିଓ।

author-image
Chandan Shishu
5G Internet Service

5G Internet Service

ଫାଇଭ-ଜି ସ୍ପେକ୍ଟ୍ରମ ଅକ୍ସନରେ ଆଗରେ ରିଲାଏନ୍ସ ଜିଓ। ୮୮ ହଜାର ୭୮ କୋଟି ସହ ସୋମବାର ବଡ ବିଡର ସାବ୍ୟସ୍ତ ହୋଇଛି ଜିଓ। ନିଲାମୀରେ ବିକ୍ରି ହୋଇଥିବା ମୋଟ ସ୍ପେକ୍ଟ୍ରମର ଅଧା କିଣିଛି କମ୍ପାନୀ। ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସୂଚନା ଅନୁସାରେ, ଅଦାନୀ ଗ୍ରୁପ୍ ୨୧୨ କୋଟିରେ ୪୦୦ ମେଗାହର୍ଜ ସ୍ପେକ୍ଟ୍ରମକୁ କିଣିଛି। ୨୬ ଜିଗାହର୍ଜ ବ୍ୟାଣ୍ଡର ସ୍ପେକ୍ଟ୍ରମ କିଣିଛି ଅଦାନୀ ଗ୍ରୁପ୍।

Advertisment

ତେବେ ଏହା ସର୍ବସାଧାରଣ ନେଟଓ୍ବର୍କ ପାଇଁ ନୁହେଁ। ସବୁଠାରୁ ଉନ୍ନତ କୁହାଯାଉଥିବା ୭୦୦ ମେଗାହର୍ଜ ସମେତ ଅନ୍ୟ ବ୍ୟାଣ୍ଡର ସ୍ପ୍ରେମକୁ କିଣିଛି ଜିଓ। ୭୦୦ ମେଗାହର୍ଜ ସ୍ପେକ୍ଟ୍ରମରେ ୬ରୁ ୧୦ କିଲୋମିଟର ଯାଏଁ ସିଗନାଲ ମିଳିପାରିବ। ଟେଲିକମ୍ ଟାଇକୁନ୍ ସୁନୀଲ ଭାରତୀ ମିତ୍ତଲଙ୍କ ଭାରତୀ ଏୟାରଟେଲ୍ ୧୯ ହଜାର ୮୬୭ ମେଗାହର୍ଜ ଏୟାରୱେଭ୍ ୪୩ ହଜାର ୮୪ କୋଟିରେ ନିଲାମୀ ଡାକିଛି।

ଭୋଡାଫୋନ୍ ଆଇଡିଆ ଲିମିଟେଡ୍ ୧୮ ହଜାର ୭୮୪ କୋଟିରେ ସ୍ପେକ୍ଟ୍ରମ କିଣିଛି। ମୋଟ ୧ଲକ୍ଷ ୫୦ ହଜାର ୧୭୩ କୋଟି ଟଙ୍କାର ସ୍ପେକ୍ଟ୍ରମ ନିଲାମ ହୋଇଛି। ଅକ୍ଟୋବର ସୁଦ୍ଧା ଦେଶରେ ଫାଇଭ୍-ଜି ସେବା ଉପଲବ୍ଧ ହେବ ବୋଲି ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି।

Advertisment
5G Auctions 5G Network
Advertisment
Advertisment