Advertisment

ଦେଶରେ ଖୁବ୍ ଶୀଘ୍ର 5G ଇଣ୍ଟରନେଟ୍ ସେବା : ନିଲାମୀକୁ ଅନୁମୋଦନ ଦେଲା କେନ୍ଦ୍ର କ୍ୟାବିନେଟ

ପୂର୍ବ ଅପେକ୍ଷା ଅଧିକ ସ୍ପିଡ ହେବ ଇଣ୍ଟରନେଟ୍‌। ଖୁବ୍‌ଶୀଘ୍ର ଭାରତରେ ଉପଲବ୍ଧ ହେବ ୫-ଜି ସର୍ଭିସ।

author-image
Prangyan Parimita
ଅଦ୍ୟତନ ହୋଇଛି
5G Internet Service

5G Internet Service

ଖୁବଶୀଘ୍ର ମିଳିବ 5G ସେବା । ଏଥିପାଇଁ ଆରମ୍ଭ ହେବ 5G ନିଲାମୀ ପ୍ରକ୍ରିୟା । ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ମଂଜୁରୀ ମିଳିଛି । 5G ନିଲାମୀ ପାଇଁ ଦୂରସଂଚାର ବିଭାଗ ପକ୍ଷରୁ କ୍ୟାବିନେଟରେ ପ୍ରସ୍ତାବ ରଖାଯାଇଥିଲା । ଏଥିପାଇଁ କେନ୍ଦ୍ର କ୍ୟାବିନେଟ୍ ଏହାକୁ ସବୁଜ ସଙ୍କେତ ଦେଇଛି ।

Advertisment

ଏହାପରେ ଖୁବଶୀଘ୍ର ନିଲାମୀ ଆରମ୍ଭ ହେବ । ଏଥିପାଇଁ ରିଜର୍ଭ ପ୍ରାଇସ୍ ସାଢେ ୪ଲକ୍ଷକୋଟି ଟଙ୍କା । ଏକାଥରେ ଏକ ଲକ୍ଷ ମେଗା ହର୍ଜ ମୋବାଇଲ୍ ଏୟାରେୱେଭ ନିଲାମ କରାଯିବ । 4G ସେବା ତୁଳନାରେ 5Gରେ ୧୦ଗୁଣ ଦ୍ରୁତତମ ସେବା ମିଳିବ । ଜୁଲାଇ ଶେଷ ସୁଦ୍ଧା ନିଲାମୀ ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ସୂଚନା ମିଳିଛି ।

୪ଜି ସର୍ଭିସଠାରୁ ୫ଜି ନେଟୱର୍କ ୧୦ ଗୁଣା ଅଧିକ ସ୍ପିଡ ହେବ ବୋଲି କ୍ୟାବିନେଟ ବୈଠକରେ କୁହାଯାଉଛି । ମୁଖ୍ୟତଃ ଲୋ ପାଇଁ (600 MHz, 700 MHz, 800 MHz, 900 MHz, 1800 MHz, 2100 MHz, 2300 MHz), Mid (3300 MHz) ଏବଂ ହାଇଫ୍ରିକୁଏନ୍ସି ପାଇଁ 26 GHz ଲାଗି ନିଲାମ ହେବ। ଟେଲିକମ୍‌ ସେକ୍ଟର ପ୍ରଗତିରେ ୫ଜି ଏକ ବୈପ୍ଳବିକ ପରିବର୍ତ୍ତନ ଆଣିବ ବୋଲି ମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ କହିଛନ୍ତି। ତେବେ ପ୍ରଥମଥର ପାଇଁ ନିଲାମି ପକ୍ରିୟାରେ ଏକ ବଡ଼ ପରିବର୍ତ୍ତନ ଅଣାଯାଇଛି।

Advertisment
5G Internet Service
Advertisment
Advertisment